ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା, ନିଜ କଲେଜରେ ସୁୁବିଧା ନ ଥିଲେ ନିକଟସ୍ଥ କଲେଜରେ ଦେଇପାରିବେ ପରୀକ୍ଷା

The Sakala Picture
Published On

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନେଇ ଆଜି ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି । ଭର୍ଚ୍ଚୁଆଲ ବୈଠକ ପରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନଲାଇନରେ ପରୀକ୍ଷା ହେବ । ଏନେଇ ପଦକ୍ଷେପ ନିଆଯାଇ କଲେଜମାନଙ୍କୁ ସୂଚନା ଦିଆଯାଇଛି । ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ […]

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନେଇ ଆଜି ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି । ଭର୍ଚ୍ଚୁଆଲ ବୈଠକ ପରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନଲାଇନରେ ପରୀକ୍ଷା ହେବ । ଏନେଇ ପଦକ୍ଷେପ ନିଆଯାଇ କଲେଜମାନଙ୍କୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାରୀ ବିଶ୍ୱବିଦ୍ୟାଳୟ ବିଧେୟକ-୨୦୨୬କୁ ମିଳିଲା ରାଜ୍ୟପାଳଙ୍କ ସ୍ୱୀକୃତି

ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରାଯାଇଛି । ଗୋଟିଏ ବିଭାଗରେ ଥିବା ପିଲା ସଂଖ୍ୟା ଅନୁଯାୟୀ ୮ ପିଲାରେ ଜଣେ ଶିକ୍ଷକ ମେଣ୍ଟରିଂ କରିବେ । ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। ଅନଲାଇନ୍ ପରୀକ୍ଷା ପାଇଁ ସୁବିଧା ନଥିବା ସ୍ଥାନରେ ଶିକ୍ଷାର୍ଥୀ ନିକଟସ୍ଥ କଲେଜରେ ଆସି ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଖୁବ୍‌ଶୀଘ୍ର ସ୍ଲଟ୍‌ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା: ଆଇନ ମନ୍ତ୍ରୀ

25 Jun 2021 By The Sakala

ଅନଲାଇନରେ ହେବ ୟୁଜି ଓ ପିଜି ପରୀକ୍ଷା, ନିଜ କଲେଜରେ ସୁୁବିଧା ନ ଥିଲେ ନିକଟସ୍ଥ କଲେଜରେ ଦେଇପାରିବେ ପରୀକ୍ଷା

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟର କୁଳପତି ମାନଙ୍କୁ ନେଇ ଆଜି ବୈଠକ ବସିଥିଲା । ଏଥିରେ ୟୁଜି ଓ ପିଜି ପରୀକ୍ଷା ନେଇ ଆଲୋଚନା ହୋଇଛି । ଭର୍ଚ୍ଚୁଆଲ ବୈଠକ ପରେ ଜୁଲାଇ କିମ୍ବା ଅଗଷ୍ଟ ପରେ କିଭଳି ପରୀକ୍ଷା କରାଯିବ ସେନେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଅନଲାଇନରେ ପରୀକ୍ଷା ହେବ । ଏନେଇ ପଦକ୍ଷେପ ନିଆଯାଇ କଲେଜମାନଙ୍କୁ ସୂଚନା ଦିଆଯାଇଛି ।

ପରୀକ୍ଷାର ସୁପରିଚାଳନା ନେଇ ସମସ୍ତ ଡିଗ୍ରୀ କଲେଜର ପ୍ରିନ୍ସିପାଲଙ୍କ ସହ ଆଲୋଚନା କରାଯାଇଛି । ଗୋଟିଏ ବିଭାଗରେ ଥିବା ପିଲା ସଂଖ୍ୟା ଅନୁଯାୟୀ ୮ ପିଲାରେ ଜଣେ ଶିକ୍ଷକ ମେଣ୍ଟରିଂ କରିବେ । ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ। ଅନଲାଇନ୍ ପରୀକ୍ଷା ପାଇଁ ସୁବିଧା ନଥିବା ସ୍ଥାନରେ ଶିକ୍ଷାର୍ଥୀ ନିକଟସ୍ଥ କଲେଜରେ ଆସି ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର