ବାତ୍ୟା ‘ୟସ’ର ପ୍ରଭାବ: କେନ୍ଦ୍ରାପଡ଼ାର ୨ଟି ଗାଁ ଜଳବନ୍ଦୀ, ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

The Sakala Picture
Published On

କେନ୍ଦ୍ରାପଡ଼: ବାତ୍ୟା ‘ୟସ’ ଗତକାଲିଠୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଛି। ପବନ ସାଙ୍ଗକୁ ବର୍ଷା ଲାଗିରହିଛି। ଫଳରେ ରାଜନଗର ତାଳଚୁଆ ଗ୍ରାମ ଭିତରକୁ ପାଣି ପଶିବା ଆରମ୍ଭ କରିଛି। ୬୦ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦୀ ଘେରରେ ରହିଛନ୍ତି। ପ୍ରଶାସନ ସେମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଇଛି । ତୁରନ୍ତ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚିଛି। ସେହିଭଳି ରାଜନଗର ପୁରୁଷୋତ୍ତମପୁର ଗ୍ରାମରେ ଲୁଣା ଘେରି ବନ୍ଧ ଭାଙ୍ଗି ଗ୍ରାମ ଭିତରକୁ ପାଣି ପସିଥିବା ଜଣାପଡ଼ିଛି। […]

କେନ୍ଦ୍ରାପଡ଼: ବାତ୍ୟା ‘ୟସ’ ଗତକାଲିଠୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଇଛି। ପବନ ସାଙ୍ଗକୁ ବର୍ଷା ଲାଗିରହିଛି। ଫଳରେ ରାଜନଗର ତାଳଚୁଆ ଗ୍ରାମ ଭିତରକୁ ପାଣି ପଶିବା ଆରମ୍ଭ କରିଛି। ୬୦ରୁ ଉର୍ଦ୍ଧ୍ବ ପରିବାର ଜଳବନ୍ଦୀ ଘେରରେ ରହିଛନ୍ତି। ପ୍ରଶାସନ ସେମାନଙ୍କ ନିକଟରେ ଶୁଖିଲା ଖାଦ୍ୟ ପହଞ୍ଚାଇଛି । ତୁରନ୍ତ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସେହିଭଳି ରାଜନଗର ପୁରୁଷୋତ୍ତମପୁର ଗ୍ରାମରେ ଲୁଣା ଘେରି ବନ୍ଧ ଭାଙ୍ଗି ଗ୍ରାମ ଭିତରକୁ ପାଣି ପସିଥିବା ଜଣାପଡ଼ିଛି। ବାତ୍ୟା ୟସର ମୁକାବିଲା ପାଇଁ ପୁରା ସଜାଗ ରହିଛି ଜିଲ୍ଲା ପ୍ରଶାସନ। ରାଜନଗରର ତାଳଚୁଆ, ଅମରାବତୀ, ବାଘୁଆ, କେରୁଆପାଳ ପ୍ରଭୃତି ଅଞ୍ଚଳରୁ ପୁଲିସ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରିରଖିଛି। ତେବେ ତାଳଚୁଆ ମେରାଇନ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ ଓ ତାଙ୍କ ଟିମ ନିଜେ କାନ୍ଧ ଭାରରେ ବୟସ୍କ ଲୋକମାନଙ୍କୁ ଉଦ୍ଧାର କରିବା ଜାରି ରଖିଛନ୍ତି। ସମସ୍ତ କଚ୍ଚା ଓ ଆଜବେଷ୍ଟ ଘରୁ ଲୋକମାନଙ୍କୁ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର