ଆଜିଠାରୁ ‘୫-ଟି’ ସଚିବଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ; ଜନସାଧାରଣ, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିବେ ସମୀକ୍ଷା

The Sakala Picture
Published On

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ। ଜିଲ୍ଲାର ୧୩ଟି ବ୍ଲକରେ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁଯାୟୀ ୧୯ ତାରିଖ ସକାଳ ୧୦ଟା ସମୟରେ ଶ୍ରୀ ପାଣ୍ଡିଆନ୍‌‌ ଉତ୍କେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରେ ଏୟାରଷ୍ଟ୍ରିପକୁ ଲାଇସେନ୍ସ ପ୍ରଦାନ ନେଇ ଆଲୋଚନା କରିବେ। ଏହାପରେ ସେଠାରୁ ବେଲଖଣ୍ଡି ଶିବ ମନ୍ଦିରକୁ ଯାଇ ସେଠାରେ ମନ୍ଦିରର ଉନ୍ନତିକରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା […]

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ। ଜିଲ୍ଲାର ୧୩ଟି ବ୍ଲକରେ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁଯାୟୀ ୧୯ ତାରିଖ ସକାଳ ୧୦ଟା ସମୟରେ ଶ୍ରୀ ପାଣ୍ଡିଆନ୍‌‌ ଉତ୍କେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରେ ଏୟାରଷ୍ଟ୍ରିପକୁ ଲାଇସେନ୍ସ ପ୍ରଦାନ ନେଇ ଆଲୋଚନା କରିବେ। ଏହାପରେ ସେଠାରୁ ବେଲଖଣ୍ଡି ଶିବ ମନ୍ଦିରକୁ ଯାଇ ସେଠାରେ ମନ୍ଦିରର ଉନ୍ନତିକରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ସେଠାରୁ ଏମ୍‌‌-ରାମପୁର ସିଏଚ୍‌‌ସି(ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର)କୁ ଯାଇ ସେଠାରେ ‘ଆମ ହସ୍ପିଟାଲ’ ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ନିଜର ପ୍ରଥମ ଦିନର ଗସ୍ତରେ ୫-ଟି ସଚିବ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମା ଲଙ୍କେଶ୍ୱରୀ ମନ୍ଦିର, ଭବାନୀପାଟଣାଠାରେ ଥିବା ମେଡିକାଲ କଲେଜ ଏବଂ ଟିଚିଂ ହସ୍ପିଟାଲ, ମେଡିକାଲ କଲେଜ କ୍ୟାମ୍ପସରେ ଥିବା ପ୍ରେକ୍ଷାଳୟ, ଓୟୁଏଟି କଲେଜ ପ୍ରେକ୍ଷାଳୟ, ଟାଉନ ହଲ୍‌‌, ସ୍ପୋର୍ଟସ୍‌‌ ହଷ୍ଟେଲ ଆଦି ସ୍ଥାନକୁ ଗସ୍ତ କରି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ଆହୁରି ପଢ଼ନ୍ତୁ: ମାଲକାନଗିରି କେରିମେଟି ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ସେହିପରି ଦ୍ୱିତୀୟ ଦିନରେ ଭଟାଙ୍ଗ ପଦର ସ୍ଥିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ଥୁଆମଳ ରାମପୁରରେ ପ୍ରସ୍ତାବିତ ଯୁକ୍ତ ୩ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏହାପରେ ସେଠାରେ ଥିବା ମା ମାଣିକେଶ୍ୱରୀ ମନ୍ଦିର, ମଙ୍ଗଲପୁର ବ୍ୟାରେଜ ସ୍ଥିତ ଇନ୍ଦ୍ରାବତୀ ପାର୍କ, ଆମପାଣି ବୁଢ଼ାରାଜା ମନ୍ଦିର, ଧର୍ମଗଡ଼ ଆହାର କେନ୍ଦ୍ର, ଧର୍ମଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଧର୍ମଗଡ଼ ପିଡବ୍ଲ୍ୟୁଡି ଆଇବି, କଲ୍ୟାଣ ମଣ୍ଡପ ପ୍ରମୁଖ ଅଞ୍ଚଳ ଗସ୍ତ କରିବାର କାଯ୍ୟକ୍ରମ ରହିଛି। ଆମପାଣି ଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ସହ ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗୁରୁବାର କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ ଉନ୍ନୟନ ଅଧିକାରୀ ପାୱାର ସଚିନ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆମପାଣି କାର୍ଯ୍ୟକ୍ରମ ପଡ଼ିଆର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

19 May 2023 By The Sakala

ଆଜିଠାରୁ ‘୫-ଟି’ ସଚିବଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତ; ଜନସାଧାରଣ, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର କରିବେ ସମୀକ୍ଷା

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭିକେ ପାଣ୍ଡିଆନ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯିବେ। ଜିଲ୍ଲାର ୧୩ଟି ବ୍ଲକରେ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଶାସନ ପକ୍ଷରୁ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁଯାୟୀ ୧୯ ତାରିଖ ସକାଳ ୧୦ଟା ସମୟରେ ଶ୍ରୀ ପାଣ୍ଡିଆନ୍‌‌ ଉତ୍କେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରେ ଏୟାରଷ୍ଟ୍ରିପକୁ ଲାଇସେନ୍ସ ପ୍ରଦାନ ନେଇ ଆଲୋଚନା କରିବେ। ଏହାପରେ ସେଠାରୁ ବେଲଖଣ୍ଡି ଶିବ ମନ୍ଦିରକୁ ଯାଇ ସେଠାରେ ମନ୍ଦିରର ଉନ୍ନତିକରଣ ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ସେଠାରୁ ଏମ୍‌‌-ରାମପୁର ସିଏଚ୍‌‌ସି(ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ର)କୁ ଯାଇ ସେଠାରେ ‘ଆମ ହସ୍ପିଟାଲ’ ସମ୍ପର୍କରେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ନିଜର ପ୍ରଥମ ଦିନର ଗସ୍ତରେ ୫-ଟି ସଚିବ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମା ଲଙ୍କେଶ୍ୱରୀ ମନ୍ଦିର, ଭବାନୀପାଟଣାଠାରେ ଥିବା ମେଡିକାଲ କଲେଜ ଏବଂ ଟିଚିଂ ହସ୍ପିଟାଲ, ମେଡିକାଲ କଲେଜ କ୍ୟାମ୍ପସରେ ଥିବା ପ୍ରେକ୍ଷାଳୟ, ଓୟୁଏଟି କଲେଜ ପ୍ରେକ୍ଷାଳୟ, ଟାଉନ ହଲ୍‌‌, ସ୍ପୋର୍ଟସ୍‌‌ ହଷ୍ଟେଲ ଆଦି ସ୍ଥାନକୁ ଗସ୍ତ କରି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ସେହିପରି ଦ୍ୱିତୀୟ ଦିନରେ ଭଟାଙ୍ଗ ପଦର ସ୍ଥିତ ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ଥୁଆମଳ ରାମପୁରରେ ପ୍ରସ୍ତାବିତ ଯୁକ୍ତ ୩ ଡିଗ୍ରୀ କଲେଜ ପ୍ରତିଷ୍ଠା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ। ଏହାପରେ ସେଠାରେ ଥିବା ମା ମାଣିକେଶ୍ୱରୀ ମନ୍ଦିର, ମଙ୍ଗଲପୁର ବ୍ୟାରେଜ ସ୍ଥିତ ଇନ୍ଦ୍ରାବତୀ ପାର୍କ, ଆମପାଣି ବୁଢ଼ାରାଜା ମନ୍ଦିର, ଧର୍ମଗଡ଼ ଆହାର କେନ୍ଦ୍ର, ଧର୍ମଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ, ଧର୍ମଗଡ଼ ପିଡବ୍ଲ୍ୟୁଡି ଆଇବି, କଲ୍ୟାଣ ମଣ୍ଡପ ପ୍ରମୁଖ ଅଞ୍ଚଳ ଗସ୍ତ କରିବାର କାଯ୍ୟକ୍ରମ ରହିଛି। ଆମପାଣି ଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଜନ ସମାଗମ ସହ ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାପରେ ଐତିହାସିକ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗୁରୁବାର କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ ଉନ୍ନୟନ ଅଧିକାରୀ ପାୱାର ସଚିନ, କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପ୍ରମୁଖ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆମପାଣି କାର୍ଯ୍ୟକ୍ରମ ପଡ଼ିଆର ସମୀକ୍ଷା କରିଛନ୍ତି। ତାଙ୍କ ସହିତ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର