ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ୫ ମୃତ

The Sakala Picture
Published On

କାମାକ୍ଷାନଗର: କାଳ ସାଜିଲା କୋଇଲା ବୋଝେଇ ଟ୍ରକ । ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରୁ ଆସିଲା ହୃଦୟ ବିଦାରକ ସଡକ ଦୁର୍ଘଟଣାର ଖବର । କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାଙ୍ଗୁରା ଗାଁର ହୋଇଥିବା ସୂଚନା । ମୃତକ ମାନେ ଗାଁର […]

କାମାକ୍ଷାନଗର: କାଳ ସାଜିଲା କୋଇଲା ବୋଝେଇ ଟ୍ରକ । ସକାଳୁ ସକାଳୁ ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରୁ ଆସିଲା ହୃଦୟ ବିଦାରକ ସଡକ ଦୁର୍ଘଟଣାର ଖବର । କାମାକ୍ଷାନଗର ଏନଏଚ ୫୩ ପଥରଖମ୍ବ ଛକ ନିକଟରେ ଏକ ଯାତ୍ରୀବାହି ଅଟୋକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ମାନେ କାମାକ୍ଷାନଗର ଥାନା ବାଉଁଶପାଳ ପଂଚାୟତ ଅନ୍ତର୍ଗତ ବାଙ୍ଗୁରା ଗାଁର ହୋଇଥିବା ସୂଚନା । ମୃତକ ମାନେ ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ ,ଆଦିକନ୍ଧ ସାମଲ ,ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ । ୫ ଜଣ ମୃତକଙ୍କ ମଧ୍ୟରେ ଜଣେ ୧୩ ବର୍ଷୀୟ ଶିଶୁ ରହିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ସୂଚନା ଅନୁସାରେ, ଭୋର ସମୟରୁ ମହୁଲ ଫଳ ପେଶାଇବା ପାଇଁ ମୁକ୍ତାପଶି ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଛି । ଉତ୍ତେଜନାକୁ ଆଖି ଆଗରେ ରଖି ପୋଲିସ ମୁତୟନ କରାଯାଇଛି ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର