ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ଆଇରନ୍ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

The Sakala Picture
Published On

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଲା ଆଇରନ୍ ବୋଝେଇ ଟ୍ରକ୍। ଟ୍ରକଟି ପୋଲ ତଳକୁ ଖସିବା ଫଳରେ ଚାପିହୋଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କେଉଝର ଜିଲ୍ଲାର ମାନସ ରଞ୍ଜନ ଧିବର। ସୂଚନା ମୁତାବକ ଟ୍ରକଟି ଆଇରନ୍ ନେଇ ତାଳଚେର ପଟୁ ପରଜଙ୍ଗ ଡୁବୁରି ଅଭିମୁଖେ ଆଜି ଭୋର ସମୟରେ ଯାଉଥିବା ବେଳେ ଜଟିଆ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ତଳକୁ […]

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜଟିଆ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜରେ ଭାରସାମ୍ୟ ହରାଇ ତଳକୁ ଖସି ପଡିଲା ଆଇରନ୍ ବୋଝେଇ ଟ୍ରକ୍। ଟ୍ରକଟି ପୋଲ ତଳକୁ ଖସିବା ଫଳରେ ଚାପିହୋଇ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି କେଉଝର ଜିଲ୍ଲାର ମାନସ ରଞ୍ଜନ ଧିବର।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଚାପରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଥିଲା: ବିଜେଡି

ସୂଚନା ମୁତାବକ ଟ୍ରକଟି ଆଇରନ୍ ନେଇ ତାଳଚେର ପଟୁ ପରଜଙ୍ଗ ଡୁବୁରି ଅଭିମୁଖେ ଆଜି ଭୋର ସମୟରେ ଯାଉଥିବା ବେଳେ ଜଟିଆ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିଥିଲା। ତେବେ ସ୍ଥାନୀୟ ଲୋକ ଦେଖିବା ପରେ ପରଜଙ୍ଗ ପୁଲିସକୁ ଖବର୍ ଦେଇଥିଲେ। ଖବର ପାଇ ପରଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ପହଁଚି ଟ୍ରକ୍ରେ ଥିବା ଡ୍ରାଇଭରକୁ ମୃତ ଭାବେ ଉଦ୍ଧାର କରିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର