ରାସ୍ତା କଡରେ ବାଇକ ରଖି ଛିଡ଼ା ହୋଇଥିବା ବେଳେ ଘୋଷାଡି ନେଲା ମାଲବାହୀ ଟ୍ରକ, ଯୁବକ ଗୁରୁତର

The Sakala Picture
Published On

ତେଲକୋଇ: ରାସ୍ତା କଡରେ ବାଇକ ରଖି ଛିଡ଼ା ହୋଇଥିଲେ ଜଣେ ଯୁବକ । ଠିକ ଏତିକିବେଳେ ସେହି ରାସ୍ତାରେ ଯାଉଥିବା ଏକ ମାଲବାହୀ ଟ୍ରକ ଉକ୍ତ ବାଇକକୁ ଘୋଷାଡି ନେଇଛି । ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ମାମୁଁ ଘର ତେଲକୋଇ ତଳସାହିକୁ ଦୁଇ ଜଣ ଯୁବକ ଆସୁଥିବା ବେଳେ ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ […]

ତେଲକୋଇ: ରାସ୍ତା କଡରେ ବାଇକ ରଖି ଛିଡ଼ା ହୋଇଥିଲେ ଜଣେ ଯୁବକ । ଠିକ ଏତିକିବେଳେ ସେହି ରାସ୍ତାରେ ଯାଉଥିବା ଏକ ମାଲବାହୀ ଟ୍ରକ ଉକ୍ତ ବାଇକକୁ ଘୋଷାଡି ନେଇଛି । ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ପାଲ୍ଲଲହଡା ଉପଖଣ୍ଡ ଟମ୍ପର ଗାଁରୁ ମାମୁଁ ଘର ତେଲକୋଇ ତଳସାହିକୁ ଦୁଇ ଜଣ ଯୁବକ ଆସୁଥିବା ବେଳେ ହନୁମନ୍ତିଆ ପୋଲ ନିକଟରେ ବାଇକରେ ତେଲ ସରି ଯିବାରୁ ଜଣେ ଟାଙ୍କିକୁ ପେଟ୍ରୋଲ ନେବାପାଇଁ ଆସିଥିଲେ ଏବଂ ଆଉ ଜଣେ ଯୁବକ ମିଥୁନ ନାଏକ(୨୫) ହନୁମତିଆ ପୋଲ ନିକଟରେ ବାଇକ ରଖି ଛିଡ଼ା ହୋଇଥିଲେ । ଏହି ସମୟରେ ଜଗମୋହନପୁର ଆଡୁ ଆସୁଥିବା ଏକ ୧୪ଚକିଆ ଟ୍ରକ ପଛପଟୁ ଧକ୍କା ଦେଇ ବାଇକ ସହ ଘୋଷାଡି ନେଇଥିଲା । ପରେ ଟ୍ରକଟି ମଧ୍ୟ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ବାଇକଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ମିଥୁନ ଗୁରୁତର ହୋଇପଡିଛନ୍ତି ।ତାଙ୍କୁ ପ୍ରଥମେ ୧୦୮ଯୋଗେ ତେଲକୋଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ନେସନାଲ ପରମିଟ ଥିବା ମାଲବାହୀ ଟ୍ରକ ଗୁଡିକ ୪୯ ନମ୍ବର ଜାତୀୟ ରାଜପଥ ଦେଇ ନଯାଇ ଜଗମୋହନପୁର ଠାରୁ ପୂର୍ତ୍ତ ବିଭାଗ ରାସ୍ତାରେ ତେଲକୋଇ ମାର୍କେଟ ଦେଇ କାଞ୍ଜିପାଣି ଥାନା ସମ୍ମୁଖ ଦେଇ ଯିବା ଆସିବା କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ଲୋକମାନେ କହୁଛନ୍ତି । ଏନେଇ ବିଭିନ୍ନ ସଂଗଠନ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର