ବାଲେଶ୍ଵରର ଗଛ ମଣିଷ ସଦାଶିବ, ଦିନକୁ ଗୋଟିଏ ଗଛ ଲଗାଇବା ନିଶା

The Sakala Picture
Published On

ବାଲେଶ୍ଵର : ବାଲେଶ୍ୱର ମୁନିସିପାଲଟି ଅଧୀନସ୍ଥ ମାକଲପୁରର ବାସିନ୍ଦା ୮୨ ବର୍ଷିୟ ସଦାଶିବ ବେହେରା। ସଦାଶିବ ଏବେ ବାଲେଶ୍ଵରର ଗଛ ମଣିଷ ଭାବେ ପରିଚିତ। ସଦାଶିବଙ୍କ ନିଶା ହେଉଛି ପ୍ରତିଦିନ ଦିନ ଗୋଟିଏ ଲେଖାଏଁ ଗଛ ଲଗାଇବା। ବୟସର ଅପରାହ୍ନରେ ଗତି କରୁଥିବା ସଦାଶିବ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବାକୁ ନିବେଦନ କରୁଛନ୍ତି।ତାଙ୍କ କହିବା ଅନୁଯାୟୀ ଅମ୍ଳଜାନ ପାଇଁ ଗଛ ଆବଶ୍ୟକ।ବର୍ତ୍ତମାନର ପ୍ରଦୂଷିତ ବାୟୁମଣ୍ଡଳରେ ବଞ୍ଚିବାକୁ ମଣିଷ ଖୋଜୁଛି ସୁସ୍ଥ […]

ବାଲେଶ୍ଵର : ବାଲେଶ୍ୱର ମୁନିସିପାଲଟି ଅଧୀନସ୍ଥ ମାକଲପୁରର ବାସିନ୍ଦା ୮୨ ବର୍ଷିୟ ସଦାଶିବ ବେହେରା। ସଦାଶିବ ଏବେ ବାଲେଶ୍ଵରର ଗଛ ମଣିଷ ଭାବେ ପରିଚିତ। ସଦାଶିବଙ୍କ ନିଶା ହେଉଛି ପ୍ରତିଦିନ ଦିନ ଗୋଟିଏ ଲେଖାଏଁ ଗଛ ଲଗାଇବା। ବୟସର ଅପରାହ୍ନରେ ଗତି କରୁଥିବା ସଦାଶିବ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ଗଛ ଲଗାଇବାକୁ ନିବେଦନ କରୁଛନ୍ତି।ତାଙ୍କ କହିବା ଅନୁଯାୟୀ ଅମ୍ଳଜାନ ପାଇଁ ଗଛ ଆବଶ୍ୟକ।ବର୍ତ୍ତମାନର ପ୍ରଦୂଷିତ ବାୟୁମଣ୍ଡଳରେ ବଞ୍ଚିବାକୁ ମଣିଷ ଖୋଜୁଛି ସୁସ୍ଥ ପରିବେଶ ଓ ଶ୍ବାସକ୍ରିୟା ପାଇଁ ବିଶୁଦ୍ଧ ବାୟୁ।ହେଲେ ଏହା ଏବେ ମିଳିବା କଷ୍ଟ।ଏହାର ମୁଖ୍ୟ କାରଣ ହେଉଛି ମଣିଷ ନିଜର ସ୍ୱାର୍ଥ ପାଇଁ ଗଛ କାଟି ଚାଲିଛି। ସହରୀକରଣ ଓ ଆଧୁନିକତାର ଦ୍ୱାହି ଦେଇ ମଣିଷ ରିତିମତ ଗଛ କାଟୁଥିବା ବେଳେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଆମ ସମସ୍ତଙ୍କୁ ପ୍ରତି ଦିନ ଗୋଟିଏ ଗୋଟିଏ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ସଦାଶିବ କହନ୍ତି।

ଆହୁରି ପଢ଼ନ୍ତୁ: ଧଉଳିରେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣାରେ ୨ ଅଭିଯୁକ୍ତ ଗିରଫ

ସଦାଶିବଙ୍କ ଏପରି ବୃକ୍ଷ ପ୍ରେମ ତାଙ୍କ ବାଲ୍ୟ ସମୟରେ ଅର୍ଥାତ୍ ସ୍କୁଲରେ ପାଠ ପଢ଼ିବା ସମୟରୁ ହିଁ ଆରମ୍ଭ ହୋଇଥିଲା। ଛାତ୍ର ଜୀବନରୁ ନିଜ ସ୍କୁଲରେ ପ୍ରତିଦିନ କିଛି ନାଁ କିଛି ଗଛ ଲଗାଇବା ଅଭ୍ୟାସ ସଦାଶିବ ଙ୍କ ପାଇଁ ଏବେ ନିଶା ପାଲଟିଛି। ସେହି ନିଶା ଯୋଗୁଁ ସଦାଶିବଙ୍କ ବାଡ଼ିରେ କାହିଁ କେତେ ପ୍ରକାରର ଗଛ ଲାଗିଛି।ଆମ୍ଭ,ପଣସ,ପିଜୁଳି,ବିଭିନ୍ନ ଔଷଧିୟ ବୃକ୍ଷ,ମସଲା ଜାତୀୟ ଗଛ,ଫୁଲ ଗଛକୁ ନେଇ ସେ ମନୋରମ ବଗିଚା ସୃଷ୍ଟି କରିଛନ୍ତି। ତାଙ୍କ ହାତରେ ଲାଗିଥିବା ଲବଙ୍ଗ,ଗୁଜୁରାତି,ଡାଲଚିନି,ଧଳାଚମ୍ପା,
ମଧୁମାଲତୀ,ସେବତୀ,ଗଙ୍ଗଶିଉଳୀ, ହେନା ଆଦି ଫୁଲଫଳର ବାସ୍ନାରେ ତାଙ୍କ ଆଖପାଖ ପରିବେଶ ବେଶ ମୁଖରିତ ହେଉଛି।

କେବଳ ନିଜ ବାଡ଼ିରେ ନୁହେଁ ତାଙ୍କ ଆଖପାଖରେ ଥିବା ବିଭିନ୍ନ ସରକାରୀ ଅଫିସ,ଅନୁଷ୍ଠାନ,ଧର୍ମାନୁଷ୍ଠାନ ଯଥା ମନ୍ଦିର ଓ ମଠ ମଧ୍ୟରେ ସେ ଗଛ ଲଗାଇବା ସହ ତାର ଯତ୍ନ ମଧ୍ୟ ନେଉଛନ୍ତି।ଆଉ ସମସ୍ତଙ୍କୁ ଗଛ ଲଗାଇବା ପାଇଁ ଦଶନ୍ଧି ଦଶନ୍ଧି ଧରି ପ୍ରେରଣା ମଧ୍ୟ ଦେଇଆସୁଛନ୍ତି।।ସଦାଶିବଙ୍କ ଝିଅ ସଂଯୁକ୍ତା ବେହେରା କହିଛନ୍ତି ଯେ ବାପା ପ୍ରତ୍ୟେକ ଦିନ ଗଛ ଆଣିବାକୁ ଚାଲି ଚାଲି ଘରୁ କଚେରୀ ଯାଏ ଯିବା ସହ ସେଠାରେ ଥିବା ନର୍ସରୀ ବା ଚାରା ଦୋକାନରୁ ଗୋଟିଏ ଗଛ ଆଣନ୍ତି ଆଉ ତାକୁ ବାଡ଼ିରେ ଲଗାଇ ଦିଅନ୍ତି। ଏବେ ତାଙ୍କ ବାଡି ଏତେ ଗଛ ଯେ ପୂରା ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି।ଗୋଟିଏ ବି ଗଛ ସେ କେବେ କାଟିବା ଆମେ ଦେଖିନୁ କି ଅନ୍ୟ କାହାକୁ ମଧ୍ୟ କାଟିବାକୁ ଦିଅନ୍ତି ନାହିଁ।କେବଳ ଗଛ ଲଗାଇବା ନୁହେଁ ପଶୁ ପକ୍ଷୀଙ୍କ ଯତ୍ନ ନେବା ମଧ୍ୟ ବାପାଙ୍କର ଏକ ସଉକ।ବାଲେଶ୍ଵର ଡିଆଇସି ଅଫିସରେ କ୍ଲର୍କ ଭାବରେ କାର୍ୟ୍ୟ କରି ୨୧ ବର୍ଷ ତଳେ ଅବସର ନେଇଥିବା ସଦାଶିବଙ୍କୁ ଅନେକ ସ୍ଥାନରେ ଲୋକେ ଦେଖି ଗଛ ମଣିଷ ବୋଲି ମଧ୍ୟ ଡାକି ଦିଅନ୍ତି।ପରିବେଶ ପାଇଁ ସମର୍ପିତ ଓ ପରିବେଶ ସୁରକ୍ଷା ପାଇଁ ସଦାଶିବ ଙ୍କ ଏହି ଚିନ୍ତା ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।

ଆହୁରି ପଢ଼ନ୍ତୁ: SCBରେ ଯୁବକଙ୍କ ହାଇଡ୍ରାମା, ପାଣି ଟାଙ୍କି ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର