ରାଜଧାନୀବାସୀଙ୍କ ପାଇଁ ‘ଟ୍ରୀ ଲାଇବ୍ରେରୀ’

The Sakala Picture
Published On

ଭୁବନେଶ୍ୱର :ଟ୍ରୀ ଲାଇବ୍ରେରୀ। ଏହି ନାଁ ଶୁଣିବାକୁ ନୂଆ ଲାଗୁଥିଲେ ବି ରାଜଧାନୀବାସୀଙ୍କ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ପାର୍କରେ। ବଡ଼ବଡ଼ ମେଟ୍ରୋ ସିଟି ଭଳି ଏବେ ପାର୍କରେ ବସି ବହି ପଢ଼ିବା ଏବଂ ଟ୍ରୀ ଲାଇବ୍ରେରୀର ପଦକ୍ଷେପ ଆରମ୍ଭ ହୋଇଛି। ବହି ହେଉଛି ଏମିତି ସାଙ୍ଗ, ଯିଏ ସବୁ ସମୟରେ ସବୁ ମାନସିକତାରେ ସାଙ୍ଗରେ ରହିଥାଏ। ବକୁଳ ଫାଉଣ୍ଡେସନ୍‍ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଲାଇବ୍ରେରୀ ଅନ୍‍ହୁଇଲ୍‍, ରାସ୍ତାକଡ଼ରେ ଲାଇବ୍ରେରୀ କରି ଲୋକଙ୍କ […]

ଭୁବନେଶ୍ୱର :ଟ୍ରୀ ଲାଇବ୍ରେରୀ। ଏହି ନାଁ ଶୁଣିବାକୁ ନୂଆ ଲାଗୁଥିଲେ ବି ରାଜଧାନୀବାସୀଙ୍କ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ପାର୍କରେ। ବଡ଼ବଡ଼ ମେଟ୍ରୋ ସିଟି ଭଳି ଏବେ ପାର୍କରେ ବସି ବହି ପଢ଼ିବା ଏବଂ ଟ୍ରୀ ଲାଇବ୍ରେରୀର ପଦକ୍ଷେପ ଆରମ୍ଭ ହୋଇଛି। ବହି ହେଉଛି ଏମିତି ସାଙ୍ଗ, ଯିଏ ସବୁ ସମୟରେ ସବୁ ମାନସିକତାରେ ସାଙ୍ଗରେ ରହିଥାଏ। ବକୁଳ ଫାଉଣ୍ଡେସନ୍‍ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଲାଇବ୍ରେରୀ ଅନ୍‍ହୁଇଲ୍‍, ରାସ୍ତାକଡ଼ରେ ଲାଇବ୍ରେରୀ କରି ଲୋକଙ୍କ ପାଖରେ ପହଞ୍ଚିବାର ଆଉ ଏକ ପାଦ ହେଉଛି ‘ଟ୍ରୀ ଲାଇବ୍ରେରୀ’।

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଲାଇବ୍ରେରୀ କେବଳ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମଧ୍ୟରେ ସୀମିତ ହୋଇରହିନାହିଁ। ଯେଉଁଥିପାଇଁ ‘ଟ୍ରୀ ଲାଇବ୍ରେରୀ’ ଏବେ ଆରମ୍ଭ କରାଯାଇଛି ବିଜୁ ପଟ୍ଟନାୟକ ଫରେଷ୍ଟ୍‍ ପାର୍କରେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କୁ ବହି ସହିତ ଯୋଡ଼ିବା ପାଇଁ ଏହା ଏକ ନିଆରା ପ୍ରୟାସ। ପାର୍କ ମଧ୍ୟରେ କଟା ହୋଇ ପଡ଼ିଥିବା ଗଛକୁ ପୁଣିଥରେ ପୋତି ସେଥିରେ ରଖାଯାଇଛି ବାକ୍ସ। କଟା ଗଛରେ ବାକ୍ସରେ ରହିଛି ଭଳିକି ଭଳି ବହି। ବିଭିନ୍ନ ମାଗାଜିନ୍‍ ବହିଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ଗପ ବହି ଆଦି ଭଳି ୫୦ରୁ ଊର୍ଦ୍ଧ୍ବ ବହି ଏହି ‘ଟ୍ରୀ ଲାଇବ୍ରେରୀ’ରେ ରହିଛି। ପାର୍କକୁ ଆସୁଥିବା ଲୋକଙ୍କୁ ଏକ ନିଆରା ପରିବେଶ ମଧ୍ୟରେ ବହି ପଢିବାର ସୁଯୋଗ ଦେବାପାଇଁ ଏହା ନିଆରା ପ୍ରୟାସ। ପ୍ରାତଃ ଭ୍ରମଣପରେ ଥକା ମେଣ୍ଟାଇବାବେଳେ କିଛି ସମୟ ବହି ପଢିବା ପାଇଁ ଏହା ଆରମ୍ଭ ହୋଇଛି। ବହି ସାଙ୍ଗରେ ଏକ ସାକାରତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଏହା ଏକ ସୋପାନ। ଗତ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ‘ଟ୍ରୀ ଲାଇବ୍ରେରୀ’ ପାର୍କକୁ ଆସୁଥିବା ଲୋକଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ଏହି ଲାଇବ୍ରେରୀରେ ଥିବା ବହିକୁ ଲୋକେ ପାର୍କରେ ବୁଲିବା ସମୟରେ ପଢିପାରିବେ ଏବଂ ଏଥିରେ ନିଜେ ମଧ୍ୟ କିଛି ପୁସ୍ତକ ରଖିପାରିବେ। ଏସମ୍ପର୍କରେ ଫାଉଣ୍ଡେସନ୍‍ର ମୁଖ୍ୟ ସୁଜିତ୍‍ କୁମାର ମହାପାତ୍ର କହିଛନ୍ତି, ବହି ପଢିବାର ଆଗ୍ରହ ସମସ୍ତଙ୍କ ମଧ୍ୟରେ ସୃଷ୍ଟି କରିବା ପାଇଁ ଏହା ଏକ ପ୍ରୟାସ। ପାର୍କରେ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଲାଇବ୍ରେରୀ ବନ୍ଦ ଥିବା ସମୟରେ ଲୋକଙ୍କ ନିରାଶ କରି ନ ଫେରାଇବା ପାଇଁ ଫରେଷ୍ଟ ପାର୍କରେ ଭିନ୍ନ ଢଙ୍ଗର ଲାଇବ୍ରେରୀ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଆଜି ଖୋଲିବ ମୁକ୍ତାକାଶ ପାଠାଗାର

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟର ପ୍ରଥମ ପ୍ରକଳ୍ପ ଭାବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ପାର୍କ ଲାଇବ୍ରେରୀ। ରବିବାର ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକରେ ମୁକ୍ତାକାଶ ପାଠାଗାର ଆରମ୍ଭ ହେବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ଅବସରପ୍ରାପ୍ତ ଆଇଏଏସ୍‍ ଆର୍‍ ବାଲକ୍ରିଷ୍ଣନ୍‍ ଉଦ୍‍ଘାଟନ କରିବେ ବୋଲି ବିଡିଏ ସୂତ୍ରରୁ ଜଣାପଡ଼ିଛି।
ଏବେ ଶହେରୁ ଊର୍ଦ୍ଧ୍ବ ପାର୍କ ଥିବାବେଳେ କିଛି ପ୍ରମୁଖ ତଥା ବଡ଼ ପାର୍କରେ ମୁକ୍ତାକାଶ ପାଠାଗାର ଖୋଲିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବିଜୁ ପଟ୍ଟନାୟକ ଅବା ଫରେଷ୍ଟ ପାର୍କରେ ଆରମ୍ଭ ହେବାକୁ ଥିବା ଏହି ମୁକ୍ତାକାଶ ପାଠାଗାରରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ନାଗରିକଙ୍କ ପାଇଁ ପୁସ୍ତକ ରହିବ। ପାଠାଗାରର ପରିଚାଳନା ପାଇଁ ବକୁଳ ଫାଉଣ୍ଡେସନ୍‍ ସହ ବିଡିଏ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଗକୁ ସହରର ବଡ଼ ବଡ଼ ପାର୍କରେ ଅଧିକରୁ ଅଧିକ ମୁକ୍ତାକାଶ ପାଠାଗାର ଖୋଲିବାକୁ ଲକ୍ଷ୍ୟ ରହିଛି।

21 Mar 2021 By The Sakala

ରାଜଧାନୀବାସୀଙ୍କ ପାଇଁ ‘ଟ୍ରୀ ଲାଇବ୍ରେରୀ’

ଭୁବନେଶ୍ୱର :ଟ୍ରୀ ଲାଇବ୍ରେରୀ। ଏହି ନାଁ ଶୁଣିବାକୁ ନୂଆ ଲାଗୁଥିଲେ ବି ରାଜଧାନୀବାସୀଙ୍କ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି ପାର୍କରେ। ବଡ଼ବଡ଼ ମେଟ୍ରୋ ସିଟି ଭଳି ଏବେ ପାର୍କରେ ବସି ବହି ପଢ଼ିବା ଏବଂ ଟ୍ରୀ ଲାଇବ୍ରେରୀର ପଦକ୍ଷେପ ଆରମ୍ଭ ହୋଇଛି। ବହି ହେଉଛି ଏମିତି ସାଙ୍ଗ, ଯିଏ ସବୁ ସମୟରେ ସବୁ ମାନସିକତାରେ ସାଙ୍ଗରେ ରହିଥାଏ। ବକୁଳ ଫାଉଣ୍ଡେସନ୍‍ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି। ଲାଇବ୍ରେରୀ ଅନ୍‍ହୁଇଲ୍‍, ରାସ୍ତାକଡ଼ରେ ଲାଇବ୍ରେରୀ କରି ଲୋକଙ୍କ ପାଖରେ ପହଞ୍ଚିବାର ଆଉ ଏକ ପାଦ ହେଉଛି ‘ଟ୍ରୀ ଲାଇବ୍ରେରୀ’।

ଲାଇବ୍ରେରୀ କେବଳ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ମଧ୍ୟରେ ସୀମିତ ହୋଇରହିନାହିଁ। ଯେଉଁଥିପାଇଁ ‘ଟ୍ରୀ ଲାଇବ୍ରେରୀ’ ଏବେ ଆରମ୍ଭ କରାଯାଇଛି ବିଜୁ ପଟ୍ଟନାୟକ ଫରେଷ୍ଟ୍‍ ପାର୍କରେ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କୁ ବହି ସହିତ ଯୋଡ଼ିବା ପାଇଁ ଏହା ଏକ ନିଆରା ପ୍ରୟାସ। ପାର୍କ ମଧ୍ୟରେ କଟା ହୋଇ ପଡ଼ିଥିବା ଗଛକୁ ପୁଣିଥରେ ପୋତି ସେଥିରେ ରଖାଯାଇଛି ବାକ୍ସ। କଟା ଗଛରେ ବାକ୍ସରେ ରହିଛି ଭଳିକି ଭଳି ବହି। ବିଭିନ୍ନ ମାଗାଜିନ୍‍ ବହିଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ଗପ ବହି ଆଦି ଭଳି ୫୦ରୁ ଊର୍ଦ୍ଧ୍ବ ବହି ଏହି ‘ଟ୍ରୀ ଲାଇବ୍ରେରୀ’ରେ ରହିଛି। ପାର୍କକୁ ଆସୁଥିବା ଲୋକଙ୍କୁ ଏକ ନିଆରା ପରିବେଶ ମଧ୍ୟରେ ବହି ପଢିବାର ସୁଯୋଗ ଦେବାପାଇଁ ଏହା ନିଆରା ପ୍ରୟାସ। ପ୍ରାତଃ ଭ୍ରମଣପରେ ଥକା ମେଣ୍ଟାଇବାବେଳେ କିଛି ସମୟ ବହି ପଢିବା ପାଇଁ ଏହା ଆରମ୍ଭ ହୋଇଛି। ବହି ସାଙ୍ଗରେ ଏକ ସାକାରତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଏହା ଏକ ସୋପାନ। ଗତ ଜାନୁଆରୀ ମାସରୁ ଆରମ୍ଭ ହୋଇଥିବା ଏହି ‘ଟ୍ରୀ ଲାଇବ୍ରେରୀ’ ପାର୍କକୁ ଆସୁଥିବା ଲୋକଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରୁଛି। ଏହି ଲାଇବ୍ରେରୀରେ ଥିବା ବହିକୁ ଲୋକେ ପାର୍କରେ ବୁଲିବା ସମୟରେ ପଢିପାରିବେ ଏବଂ ଏଥିରେ ନିଜେ ମଧ୍ୟ କିଛି ପୁସ୍ତକ ରଖିପାରିବେ। ଏସମ୍ପର୍କରେ ଫାଉଣ୍ଡେସନ୍‍ର ମୁଖ୍ୟ ସୁଜିତ୍‍ କୁମାର ମହାପାତ୍ର କହିଛନ୍ତି, ବହି ପଢିବାର ଆଗ୍ରହ ସମସ୍ତଙ୍କ ମଧ୍ୟରେ ସୃଷ୍ଟି କରିବା ପାଇଁ ଏହା ଏକ ପ୍ରୟାସ। ପାର୍କରେ ଲାଇବ୍ରେରୀର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଲାଇବ୍ରେରୀ ବନ୍ଦ ଥିବା ସମୟରେ ଲୋକଙ୍କ ନିରାଶ କରି ନ ଫେରାଇବା ପାଇଁ ଫରେଷ୍ଟ ପାର୍କରେ ଭିନ୍ନ ଢଙ୍ଗର ଲାଇବ୍ରେରୀ ଆରମ୍ଭ କରାଯାଇଛି।

ଆଜି ଖୋଲିବ ମୁକ୍ତାକାଶ ପାଠାଗାର

ଲୋକଙ୍କ ମଧ୍ୟରେ ପୁସ୍ତକ ପଠନ ପ୍ରତି ଆଗ୍ରହ ବୃଦ୍ଧି କରିବା ପାଇଁ ରାଜ୍ୟର ପ୍ରଥମ ପ୍ରକଳ୍ପ ଭାବେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ପାର୍କ ଲାଇବ୍ରେରୀ। ରବିବାର ଦିନ ଭୁବନେଶ୍ୱରର ବିଜୁ ପଟ୍ଟନାୟକରେ ମୁକ୍ତାକାଶ ପାଠାଗାର ଆରମ୍ଭ ହେବ। ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ଅବସରପ୍ରାପ୍ତ ଆଇଏଏସ୍‍ ଆର୍‍ ବାଲକ୍ରିଷ୍ଣନ୍‍ ଉଦ୍‍ଘାଟନ କରିବେ ବୋଲି ବିଡିଏ ସୂତ୍ରରୁ ଜଣାପଡ଼ିଛି।
ଏବେ ଶହେରୁ ଊର୍ଦ୍ଧ୍ବ ପାର୍କ ଥିବାବେଳେ କିଛି ପ୍ରମୁଖ ତଥା ବଡ଼ ପାର୍କରେ ମୁକ୍ତାକାଶ ପାଠାଗାର ଖୋଲିବାକୁ ବିଡିଏ ନିଷ୍ପତ୍ତି ନେଇଛି। ବିଜୁ ପଟ୍ଟନାୟକ ଅବା ଫରେଷ୍ଟ ପାର୍କରେ ଆରମ୍ଭ ହେବାକୁ ଥିବା ଏହି ମୁକ୍ତାକାଶ ପାଠାଗାରରେ ପିଲାମାନଙ୍କ ଠାରୁ ଆରମ୍ଭ କରି ବୟସ୍କ ନାଗରିକଙ୍କ ପାଇଁ ପୁସ୍ତକ ରହିବ। ପାଠାଗାରର ପରିଚାଳନା ପାଇଁ ବକୁଳ ଫାଉଣ୍ଡେସନ୍‍ ସହ ବିଡିଏ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଗକୁ ସହରର ବଡ଼ ବଡ଼ ପାର୍କରେ ଅଧିକରୁ ଅଧିକ ମୁକ୍ତାକାଶ ପାଠାଗାର ଖୋଲିବାକୁ ଲକ୍ଷ୍ୟ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର