ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ସ୍ୱାଭାବିକ ହେଲା ରେଳ ଚଳାଚଳ

The Sakala Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଗତକାଲି ରାତିରେ ଲାଇନଚ୍ୟୁତ ହେବା ପରେ ଆଜି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ୍‌ ମରାମତି ଏବଂ ଲାଇନଚ୍ୟୁତ ହୋଇଥିବା ଡବା ଗୁଡିକ ହଟାଯିବା ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଶତାଧିକ କର୍ମଚାରୀ ଲାଗି ରେଳ ଟ୍ରାକ୍ ମରାମତି କରିଛନ୍ତି। ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି […]

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଗତକାଲି ରାତିରେ ଲାଇନଚ୍ୟୁତ ହେବା ପରେ ଆଜି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ୍‌ ମରାମତି ଏବଂ ଲାଇନଚ୍ୟୁତ ହୋଇଥିବା ଡବା ଗୁଡିକ ହଟାଯିବା ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଶତାଧିକ କର୍ମଚାରୀ ଲାଗି ରେଳ ଟ୍ରାକ୍ ମରାମତି କରିଛନ୍ତି। ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ। ଏଣେ କେତେକ ଟ୍ରେନର ପୁନଃ ସମୟସାରିଣୀ ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟି: ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠିତ

ଅନ୍ୟପଟେ ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ ବୋଲି କୁହାଯାଇଛି । ଗତକାଲି ବିଜୟନଗରମ୍ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ରାତି ୧୨ଟା ସୁଦ୍ଧା ଲାଇନଚ୍ୟୁତ ହୋଇଥିବା ୫ଟି ବଗିକୁ ଅଲଗା କରାଯାଇ ମରାମତି କାମ ଆରମ୍ଭ ହୋଇଥିଲା । ଟ୍ରେନ୍ ଲାଇନଚ୍ୟୁତ ଯୋଗୁ ୧୬ରୁ ଅଧିକ ଏକ୍ସପ୍ରେସ୍ ଅଟକି ରହିଥିଲା।

ଆହୁରି ପଢ଼ନ୍ତୁ: ବିଜେପି ସରକାରକୁ ବିଜେଡିର କଟାକ୍ଷ: ଭାଷା ଜନନୀର ବସ୍ତ୍ରହରଣ କରିଛନ୍ତି ବିଜେପି ସରକାର

ସୂଚନାଯୋଗ୍ୟ, ଚକ୍ରଧରପୁର ଡିଭିଜନରୁ ବିଜୟନଗରମ୍ ଯାଉଥିବା(ଭାୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍‌ରେ ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଥିଲା। ଯେଉଁଥିପାଇଁ ଏହି ଲାଇନ୍‌ରେ ବହୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ଷ୍ଟେସନ ଓ ଏହାର ଆଖପାଖ ରେଳ ଟ୍ରାକ୍‌ରେ ଏକାଧିକ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଛି। କିଛି ଟ୍ରେନ୍ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ମଧ୍ୟ ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ୨୬ଟି ଜିଲ୍ଲାର ୬୪ଟି ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ

23 Aug 2022 By The Sakala

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ସ୍ୱାଭାବିକ ହେଲା ରେଳ ଚଳାଚଳ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ୍ ଗତକାଲି ରାତିରେ ଲାଇନଚ୍ୟୁତ ହେବା ପରେ ଆଜି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଛି। ଟ୍ରାକ୍‌ ମରାମତି ଏବଂ ଲାଇନଚ୍ୟୁତ ହୋଇଥିବା ଡବା ଗୁଡିକ ହଟାଯିବା ପରେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ଶତାଧିକ କର୍ମଚାରୀ ଲାଗି ରେଳ ଟ୍ରାକ୍ ମରାମତି କରିଛନ୍ତି। ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ। ଏଣେ କେତେକ ଟ୍ରେନର ପୁନଃ ସମୟସାରିଣୀ ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଛି।

ଅନ୍ୟପଟେ ପୂର୍ବତଟ ରେଳବାଇର ସୂଚନା ଅନୁସାରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସ୍ଥାନରେ ଟ୍ରେନର ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ ବୋଲି କୁହାଯାଇଛି । ଗତକାଲି ବିଜୟନଗରମ୍ ଯାଉଥିବା ସିମେଣ୍ଟ ବୋଝେଇ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ରାତି ୧୨ଟା ସୁଦ୍ଧା ଲାଇନଚ୍ୟୁତ ହୋଇଥିବା ୫ଟି ବଗିକୁ ଅଲଗା କରାଯାଇ ମରାମତି କାମ ଆରମ୍ଭ ହୋଇଥିଲା । ଟ୍ରେନ୍ ଲାଇନଚ୍ୟୁତ ଯୋଗୁ ୧୬ରୁ ଅଧିକ ଏକ୍ସପ୍ରେସ୍ ଅଟକି ରହିଥିଲା।

ସୂଚନାଯୋଗ୍ୟ, ଚକ୍ରଧରପୁର ଡିଭିଜନରୁ ବିଜୟନଗରମ୍ ଯାଉଥିବା(ଭାୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍‌ରେ ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଥିଲା। ଯେଉଁଥିପାଇଁ ଏହି ଲାଇନ୍‌ରେ ବହୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ଷ୍ଟେସନ ଓ ଏହାର ଆଖପାଖ ରେଳ ଟ୍ରାକ୍‌ରେ ଏକାଧିକ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଛି। କିଛି ଟ୍ରେନ୍ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ମଧ୍ୟ ଜଣାପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର