ଶପଥ ସମାରୋହ ପାଇଁ ଟ୍ରାଫିକ୍‌‌ କଟକଣା, ଜାଣନ୍ତୁ କେଉଁବାଟେ ଯିବେ…..

The Sakala Picture
Published On

ଭୁବନେଶ୍ୱର  : ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଛନ୍ତି। ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ଅପରାହ୍ଣ ୨ଟାରୁ ରାତି ୭ଟା କିମ୍ୱା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ରାସ୍ତାର ଉଭୟ ପଟେ ଗାଡ଼ି ଚଳାଚଳ ଉପରେ ବାରଣ କରାଯାଇଛି। ଏହି […]

ଭୁବନେଶ୍ୱର  : ଆଜି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଆସୁଛନ୍ତି। ଶପଥ ଗ୍ରହଣ ସମାରୋହରେ ଜନତା ମଇଦାନରେ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିନିମନ୍ତେ ଅପରାହ୍ଣ ୨ଟାରୁ ରାତି ୭ଟା କିମ୍ୱା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ ରାସ୍ତାର ଉଭୟ ପଟେ ଗାଡ଼ି ଚଳାଚଳ ଉପରେ ବାରଣ କରାଯାଇଛି। ଏହି ୫ ଘଣ୍ଟା ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତାଦେଇ କୌଣସି ପ୍ରକାରର ଯାନବାହନ ଯାତାୟତ କରିପାରିବ ନାହିଁ।

ଆହୁରି ପଢ଼ନ୍ତୁ: ରଥଯାତ୍ରା କର୍ଡନ ପାସ୍‌କୁ ନେଇ CMଙ୍କ କଡ଼ା ନିର୍ଦ୍ଦେଶ: କେବଳ ନୀତିକାନ୍ତି ସହ ଜଡ଼ିତ ସେବକ ଓ କର୍ମଚାରୀଙ୍କୁ ଅନୁମତି

ସେହିପରି ଏୟାରପୋର୍ଟରୁ ରାଜଭବନ ଓ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ୍‌‌ ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି। ୪ଜଣ ହାବିଲ୍‌‌ଦାର, ୨୧ଜଣ କନଷ୍ଟେବଳ ସହ ଟ୍ରାଫିକ ଏଏସ୍‌‌ଆଇ, ଏସ୍‌‌ଆଇ, ଇନ୍ସପେକ୍ଟରଙ୍କ ଟ୍ରାଫିକ ନିୟନ୍ତ୍ରଣର ଦାୟିତ୍ୱ ଦିଆଯାଇଛି। ଅନୁଗୁଳ ଏସ୍‌‌ପି ତଥା ଡିଆଇଜି ଉମାଶଙ୍କର ଦାଶଙ୍କୁ ସମ୍ପୂର୍ଣ୍ଣ ଟ୍ରାଫିକର ତଦାରଖ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭଦ୍ରକରେ ଲଜ୍ଜା: ନାବାଳିକା ଝିଆରି ଦୁଷ୍କର୍ମ ଅଭିଯୋଗରେ ଦାଦା ଗିରଫ

ଯେଉଁମାନେ କାର୍‌‌ରେ ଆସିବେ ଆଚାର୍ଯ୍ୟବିହାର ଛକରୁ ଆପୋଲ ହସ୍ପିଟାଲ ପର୍ଯ୍ୟନ୍ତ ଆସି ଦୂରଦର୍ଶନ ଗଳି ନିକଟରେ ଓହ୍ଲାଇବେ। ସେଠାରୁ ଚାଲି ଚାଲି ଜନତା ମଇଦାନକୁ ଆସିବେ। ଗାଡ଼ିଗୁଡ଼ିକ ସୈନିକ ସ୍କୁଲ ନିକଟରେ ୪ ଚକିଆ ଯାନର ପାର୍କିଂ ହୋଇଥିବା ସ୍ଥାନରେ ରହିବ। ସେହିପରି ଯେଉଁମାନେ ବସ୍‌‌ରେ ଆସିବେ ଆଚାର୍ଯ୍ୟବିହାର ଛକରୁ ୭ମ ବାଟାଲିଅନ୍‌‌ ଗେଟ୍‌‌ ପାଖରେ ଓହ୍ଲାଇବେ। ବାଟାଲିୟନ ଭିତରେ ପଶି ଚାଲି ଚାଲି ଜନତା ମଇଦାନକୁ ଆସିବେ। ଉତ୍କଳ ହସ୍ପିଟାଲ ୪ଥାକିଆ ରାସ୍ତାରେ ବସ୍‌‌ଗୁଡ଼ିକ ଲାଗି ପାର୍କିଂ ବ୍ୟବସ୍ଥା କରାଯାଇଛି। ସଭାକୁ ଆସିବାକୁ ଥିବା ସାଧାରଣ ଜନତା ଜନତା ମଇଦାନର ଗେଟ୍‌‌ ନମ୍ବର-୩ ଓ ୬ ଦେଇ ପ୍ରବେଶ କରିପାରିବେ। କେବଳ ଗାଡ଼ି ପାସ୍‌‌ ଥିବା ବ୍ୟକ୍ତି ସଭାସ୍ଥଳକୁ ଯାଇପାରିବେ। ସଭାସ୍ଥଳକୁ ଆସିଥିବାକୁ ଥିବା ଭିଭିଆଇପି ଓ ଅନ୍ୟ ନିମନ୍ତ୍ରଣ ଅତିଥିଙ୍କୁ ଆବଶ୍ୟକ ଅନୁଯାୟୀ ସୁରକ୍ଷା ଓ ଏସ୍‌‌କର୍ଟ ପ୍ରଦାନ କରାଯିବ ବୋଲି ପୁଲିସ କମିସନର୍‌‌ ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସକୁ ଦେଖି ଫେରାର ହୋଇଗଲେ ନାଚୁଣୀ ଥାନା ASI

କେଉଁବାଟେ ଯିବେ

  • କଟକ ପଟୁ ଆସୁଥୁବା ବସ୍‌‌ଗୁଡ଼ିକ ରସୁଲଗଡ଼ ରେଳବାଇ ଓଭର୍‌‌ବ୍ରିଜ୍‌‌ ଠାରୁ ସର୍ଭିସ୍‌‌ ରୋଡ୍‌‌ରେ ଆସି ବାଣୀବିହାର ଛକ-ଆଚାର୍ଯ୍ୟ ବିହାର ଛକ-ଡାହାଣ ମୋଡ଼ ଦେଇ ଆପୋଲୋ ହସ୍ପିଟାଲ୍‌‌-ସୈନିକ ସ୍କୁଲ୍‌‌ରାସ୍ତା-ଓଏସ୍‌‌ଏପି ୭ମ ବାଟାଲିୟନ ପଡ଼ିଆ ଗେଟ୍‌‌ ପାଖରେ ସାଧାରଣ ଲୋକମାନଙ୍କୁ ଓହ୍ଲାଇଦେବା ପରେ ଗାଡ଼ିଗୁଡ଼ିକ ନାଲ୍‌‌କୋ ଛକ ଦେଇ କଳିଙ୍ଗ ହସ୍ପିଟାଲ୍‌‌ ରାସ୍ତାର ରେଳବାଇ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍‌‌ ଏବଂ ହାଡ଼ିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌‌ରେ ପାର୍କିଂ କରିପାରିବେ।
  • ଖୋର୍ଦ୍ଧା ପଟୁ ଆସୁଥିବା ବସ୍‌‌ଗୁଡ଼ିକ ଜୟଦେବ ବିହାର ଫ୍ଲାଏଓଭର୍‌‌ ଅତିକ୍ରମ କଲାପରେ ସର୍ଭିସ୍‌‌ରୋଡ୍‌‌ ଦେଇ ଆଚାର୍ଯ୍ୟ ବିହାର ଛକର ବାମ ମୋଡ଼ ଦେଇ ଆପୋଲୋ ହସ୍ପିଟାଲ ସୈନିକ ସ୍କୁଲ୍‌‌ ରାସ୍ତା ୭ମ ବାଟାଲିୟନ ଗେଟ୍‌‌ ପାଖରେ ସାଧାରଣ ଲୋକମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ିଗୁଡ଼ିକ ନାଲ୍‌‌କୋ ଛକ-କଳିଙ୍ଗ ହସ୍ପିଟାଲ୍‌‌ ରାସ୍ତା ଦେଇ ରେଳବାଇ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍‌‌ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌‌ରେ ପାର୍କିଂ କରିପାରିବେ।
  • ନନ୍ଦନକାନନ ପଟୁ ଆସୁଥୁବା ବସ୍‌‌ଗୁଡ଼ିକ ଓମ୍‌‌ଫେଡ୍‌‌ ଛକ-ବାମ ମୋଡ଼ ଦେଇ ଏମ୍‌‌ସିଏଲ୍‌‌ ଅତିଥ୍‌‌ ଭବନ ଡାହାଣ ମୋଡ଼ ଦେଇ ପ୍ରେସ୍‌‌ କଲୋନୀ ଛକ-ଡାହାଣ ମୋଡ଼ -୭ମ ବାଟାଲିୟନ ପଡ଼ିଆ ଗେଟ୍‌‌ ପାଖରେ ସାଧାରଣଲୋକଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ିଗୁଡ଼ିକ ନାଲ୍‌‌କୋ ଛକ-କଳିଙ୍ଗ ହସ୍ପିଟାଲ୍‌‌ ରାସ୍ତାଦେଇ ରେଳବାଇ କଲୋନୀ ଗୋଲେଇ ଛକ ଠାରୁ ଉତ୍କଳ ହସ୍ପିଟାଲ୍‌‌ ଏବଂ ହାତିଆସୁଣୀ ଛକ ରାସ୍ତାରେ ଏକ ଲାଇନ୍‌‌ରେ ପାକିଂ କରିପାରିବେ।
  • କଟକ ପଟୁ ଅସୁଥୁବା ଚାରିଚକିଆ ଯାନଗୁଡ଼ିକ ରସୁଲଗଡ଼ ରେଳବାଇ ଓଭର୍‌‌ ବ୍ରିଜ୍‌‌ ଠାରୁ ସର୍ଭିସ୍‌‌ ରୋଡ୍‌‌ ବାଣୀବିହାର ଛକ ଆଚାର୍ଯ୍ୟ ବିହାର ଛକ-ଡାହାଣ ମୋଡ଼ ଦେଇ ଆପୋଲୋ ହସ୍ପିଟାଲ ନିକଟରେ ସାଧାରଣ ଲୋକମାନଙ୍କୁ ଓହ୍ଲାଇଦେବା ପରେ ଗାଡ଼ିଗୁଡ଼ିକ ସୈନିକ ସ୍କୁଲ୍‌‌ କ୍ୟାମ୍ପସ୍‌‌ ଦୂରଦର୍ଶନ ଲେନ୍‌‌ରେ ପାକିଂ କରିବେ।
  • ଖୋର୍ଦ୍ଧା ପଟୁ ଆସୁଥୁବା ଚାରିଚକିଆ ଯାନଗୁଡ଼ିକ ଜୟଦେବ ବିହାର ଫ୍ଲାଏଓଭର୍‌‌ ବ୍ରିଜ୍‌‌ ଅତିକ୍ରମ କଲାପରେ ସର୍ଭିସ୍‌‌ ରୋଡ୍‌‌ ଦେଇ ଆଚାର୍ଯ୍ୟ ବିହାର ଛକ ବାମ ମୋଡ଼-ଆପୋଲୋ ହସ୍ପିଟାଲ୍‌‌-ଦୂରଦର୍ଶନ ଲେନ୍‌‌ରେ ସାଧାରଣଲୋକମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ିଗୁଡ଼ିକ ସୈନିକ ସ୍କୁଲ୍‌‌ କ୍ୟାମ୍ପସ୍‌‌ରେ ପାକିଂ କରିବେ।
  • ନନ୍ଦନକାନନ ପଟୁ ଆସୁଥୁବା ଚାରିଚକିଆ ଯାନଗୁଡ଼ିକ ନାଲ୍‌‌କୋ ଛକ-ବାମମୋଡ଼ ନେଇ ୭ମ ବାଟାଲିୟନ ଗେଟ୍‌‌ ନିକଟରେ ସାଧାରଣଲୋକମାନଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ିଗୁଡ଼ିକ ପ୍ରେସ୍‌‌ କଲୋନୀ ଛକ ଓ ସୈନିକ ସ୍କୁଲ୍‌‌ କ୍ୟାମ୍ପସ୍‌‌ରେ ପାକିଂ କରିବେ
  •  ସାଧାରରଣ ଲୋକ ୭ମ ବାଟାଲିୟନ ଗେଟ୍‌‌ ପାଖରେ ଓହ୍ଲାଇବା ପରେ ୭ମ ବାଟାଲିୟନର କ୍ୟାମ୍ପସ୍‌‌ ଭିତର ରାସ୍ତାଦେଇ ଇଗ୍ନୋ ଗେଟ୍‌‌ର ଡାହାଣ ମୋଡ଼ ନେଇ ସର୍ଭେ ଅଫ ଇଣ୍ଡିଆ ଅଫିସ୍‌‌ ପାଖେ ବାମମୋଡ଼ ନେଇ ଜନତା ମଇଦାନ ଗେଟ୍‌‌ ନମ୍ୱର-୩ରେ ପ୍ରବେଶ କରିବେ।
  • ସାଧାରଣ ଲୋକେ ଦୂରଦର୍ଶନ ଲେନ୍‌‌ରେ ଓହ୍ଲାଇବା ପରେ ୱାଇ ଜଙ୍କସନ୍‌‌ ବାମ ମୋଡ଼ ନେଇ ଆଇଆଇଟି ବିଲ୍ଡିଂ ନିକଟରେ ଡାହାଣ ମୋଡ଼ ନେବା ପରେ ୧୦୦ ମିଟର ଯିବା ପରେ ପୁଣି ବାମମୋଡ଼ ନେଇ ଜନତା ମଇଦାନର ନମ୍ୱର-୬ରେ ପ୍ରବେଶ କରିବେ।
12 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର