ତାତିରୁ ମିଳିବ ତ୍ରାହି: କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସଙ୍କୁ ଏସି ହେଲମେଟ୍ ପ୍ରଦାନ

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି। ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ […]

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି। ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ। ଆଜି ଏହି ହେଲମେଟ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୁଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ସେଥ‌ିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି। ଯାହା କଠିନ ସୂର୍ଯ୍ୟ କିରଣରେ ଲମ୍ବା ସମୟ ପର୍ଯ୍ୟନ୍ତ ଆରାମ ପ୍ରଦାନ କରିବ। ଏହି ହେଲମେଟ ପିନ୍ଧିବା ପରେ ମୁଣ୍ଡର ଚତୁଃପାର୍ଶ୍ବରୁ ଥଣ୍ଡା ପବନ ପ୍ରବାହିତ ହେବ। ଯାହା ଦ୍ବାରା ସୂର୍ଯ୍ୟ କିରଣରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଏହି ଏସି ହେଲମେଟ୍ ଟିକିଏ ଆରାମ ଦେବ। ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ। ଏହି ହେଲମେଟ ପରୀକ୍ଷା ମୂଳକ ଭାବେ ସଫଳ ହେଲେ ସବୁ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

ଆହୁରି ପଢ଼ନ୍ତୁ: ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି

ସୂଚନା ଅନୁଯାୟୀ, ଏହି ହେଲମେଟ୍ ପୂର୍ବରୁ ଗୁଜରାଟ ପୁଲିସ ବ୍ୟବହାର କରିଛି। ଭଦୋଦରା ଟ୍ରାଫିକ ପୁଲିସ ବିଭାଗ ଏହାର କର୍ମଚାରୀମାନଙ୍କୁ ଏହି ଏସି ହେଲମେଟ ଯୋଗାଇବା ଆରମ୍ଭ କରିସାରିଛି।

ଆହୁରି ପଢ଼ନ୍ତୁ: ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା

20 Apr 2024 By The Sakala

ତାତିରୁ ମିଳିବ ତ୍ରାହି: କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସଙ୍କୁ ଏସି ହେଲମେଟ୍ ପ୍ରଦାନ

ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି। ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ। ଆଜି ଏହି ହେଲମେଟ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୁଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ସେଥ‌ିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି। ଯାହା କଠିନ ସୂର୍ଯ୍ୟ କିରଣରେ ଲମ୍ବା ସମୟ ପର୍ଯ୍ୟନ୍ତ ଆରାମ ପ୍ରଦାନ କରିବ। ଏହି ହେଲମେଟ ପିନ୍ଧିବା ପରେ ମୁଣ୍ଡର ଚତୁଃପାର୍ଶ୍ବରୁ ଥଣ୍ଡା ପବନ ପ୍ରବାହିତ ହେବ। ଯାହା ଦ୍ବାରା ସୂର୍ଯ୍ୟ କିରଣରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଏହି ଏସି ହେଲମେଟ୍ ଟିକିଏ ଆରାମ ଦେବ। ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ। ଏହି ହେଲମେଟ ପରୀକ୍ଷା ମୂଳକ ଭାବେ ସଫଳ ହେଲେ ସବୁ କର୍ମଚାରୀଙ୍କୁ ପ୍ରଦାନ କରାଯିବ।

ସୂଚନା ଅନୁଯାୟୀ, ଏହି ହେଲମେଟ୍ ପୂର୍ବରୁ ଗୁଜରାଟ ପୁଲିସ ବ୍ୟବହାର କରିଛି। ଭଦୋଦରା ଟ୍ରାଫିକ ପୁଲିସ ବିଭାଗ ଏହାର କର୍ମଚାରୀମାନଙ୍କୁ ଏହି ଏସି ହେଲମେଟ ଯୋଗାଇବା ଆରମ୍ଭ କରିସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର