ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂରତି

The Sakala Picture
Published On

ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ସ୍ନାନବେଦୀରେ ଚାରି ଠାକୁରଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ଆଜି ରାତିରୁ ପୁରୀରେ ଭକ୍ତ ସମାଗମ […]

ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ସ୍ନାନବେଦୀରେ ଚାରି ଠାକୁରଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ଆଜି ରାତିରୁ ପୁରୀରେ ଭକ୍ତ ସମାଗମ ହେଲାଣି। ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ ଏହାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଆସନ୍ତା କାଲି ଭୋର୍ ୪ଟାରୁ ୬ ମଧ୍ୟରେ ଶେଷ ହେବ ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି । ଦିନ ୧୨ଟା ୧୫ରେ ଛେରା ପହଁରା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ସାହାଣମେଲା ଦର୍ଶନ ସଂଖ୍ୟା ୬ଟାର ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଯୁବକଙ୍କୁ ଅବକାରୀ ବିଭାଗର ଥାର୍ଡ ଡିଗ୍ରୀ ଘଟଣା: ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ କମିଶନର

ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍‌ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍‌ଗାର୍ଡ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି। ୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛି। ତିନୋଟି ଫେଜରେ ବ୍ୟାରିକେଡ ବ୍ୟବସ୍ଥା, ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଜିକଜାକ ବ୍ୟାରିକେଡ଼ରେ ସ୍ନାନ ମଣ୍ଡପ ପାଖରେ ଦର୍ଶନ କରିବେ।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ

  1. ରାତି ୩ଟା ୩୦: ମଙ୍ଗଳାର୍ପଣ
  2. ଭୋର ୪ଟାରୁ ସକାଳ ୬ଟା: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚାରିଠାକୁର
  3. ୬ଟା ପରେ: ମଙ୍ଗଳଆଳତି, ମଇଲମ
  4. ସକାଳ ୯ଟା ୩୦ରୁ ସାଢ଼େ ୧୧ଟା: ସ୍ନାନନୀତି
  5. ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସୁୁବାସିତ ଜଳ ଆଣିବେ ଗରାବଡୁ ସେବାୟତ
  6. ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତରେ ଜଳଲାଗି କରାଯିବ
  7. ମଧ୍ୟାହ୍ଣ ୧୨ଟା ୧୫ରୁ ୧୨ଟା ୪୫: ମହାପ୍ରଭୁଙ୍କ ଛେରାପହଁରା ନୀତି
  8. ୧୨ଟା ୪୫ରୁ ସାଢ଼େ ୨ଟା: ଶ୍ରୀଜିଉଙ୍କ ହାତୀବେଶ
  9. ୩ ଘଣ୍ଟା ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
13 Jun 2022 By The Sakala

ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଭୋର ୪ଟାରୁ ସକାଳ ୬ଟା ମଧ୍ୟରେ ସ୍ନାନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂରତି

ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି। ସ୍ନାନବେଦୀରେ ଚାରି ଠାକୁରଙ୍କ ଦେବସ୍ନାନ ଦେଖିବା ସହ ମହାପ୍ରଭୁଙ୍କ ଗଜବେଶକୁ ସିଧାସଳଖ ଦର୍ଶନ କରିବେ ଭକ୍ତ । ଦୀର୍ଘ ୨ ବର୍ଷ ପରେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ଆଜି ରାତିରୁ ପୁରୀରେ ଭକ୍ତ ସମାଗମ ହେଲାଣି। ଆସନ୍ତାକାଲି ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଲକ୍ଷାଧିକ ଭକ୍ତଙ୍କ ସମାବେଶକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କିଭଳି ଶୃଙ୍ଖଳିତ ଭାବେ ଭକ୍ତମାନେ ଦର୍ଶନ କରିପାରିବେ ଏହାକୁ ନେଇ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆସନ୍ତା କାଲି ଭୋର୍ ୪ଟାରୁ ୬ ମଧ୍ୟରେ ଶେଷ ହେବ ଶ୍ରୀବିଗ୍ରହମାନଙ୍କ ପହଣ୍ଡି । ସକାଳ ୯ଟାରୁ ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ, ସ୍ନାନନୀତି । ଦିନ ୧୨ଟା ୧୫ରେ ଛେରା ପହଁରା । ଦିନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ । ସାହାଣମେଲା ଦର୍ଶନ ସଂଖ୍ୟା ୬ଟାର ରାତି ୯ଟା ୩୦ ପର୍ଯ୍ୟନ୍ତ ଚାଲିବ । ରାତି ୧୦ଟାରୁ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ।

ଦୁଇ ବର୍ଷ ପରେ ଶ୍ରଦ୍ଧାଳୁମାନେ ସ୍ନାନଯାତ୍ରା ଦେଖିବାକୁ ସୁଯୋଗ ପାଉଥିବାରୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବୃଦ୍ଧି ପାଇଛି। ମନ୍ଦିର ବାହାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଜିକ୍‌ଜାକ୍‌ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୫୨ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ କମାଣ୍ଡାଣ୍ଟ, ୧୧ ଅତିରିକ୍ତ ଏସ୍‌ପି, ୨୧ ଡିଏସ୍‌ପି, ୫୦ ଇନ୍ସପେକ୍ଟର, ୨୭୦ ସବ୍‌ ଇନ୍ସପେକ୍ଟର, ୧୦୦୦ କନଷ୍ଟେବଳ ଓ ହୋମ୍‌ଗାର୍ଡ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୪୦ରୁ ଊର୍ଦ୍ଧ୍ୱ ସିସିଟିଭି ଖଞ୍ଜା ଯାଇଛି। ୫ ପ୍ଲାଟୁନ୍‌ ପୁଲିସ୍‌ ମୁତୟନ କରାଯାଇଛି। ତିନୋଟି ଫେଜରେ ବ୍ୟାରିକେଡ ବ୍ୟବସ୍ଥା, ପହଣ୍ଡି ସମୟରେ ପାରିମାଣିକ ଟିକେଟ ଧାରୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି। ଜିକଜାକ ବ୍ୟାରିକେଡ଼ରେ ସ୍ନାନ ମଣ୍ଡପ ପାଖରେ ଦର୍ଶନ କରିବେ।

ସ୍ନାନଯାତ୍ରା ପାଇଁ ନୀତିନିର୍ଘଣ୍ଟ

  1. ରାତି ୩ଟା ୩୦: ମଙ୍ଗଳାର୍ପଣ
  2. ଭୋର ୪ଟାରୁ ସକାଳ ୬ଟା: ଧାଡ଼ି ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିବେ ଚାରିଠାକୁର
  3. ୬ଟା ପରେ: ମଙ୍ଗଳଆଳତି, ମଇଲମ
  4. ସକାଳ ୯ଟା ୩୦ରୁ ସାଢ଼େ ୧୧ଟା: ସ୍ନାନନୀତି
  5. ସୁନା ଗୋସେଇଁଙ୍କ ଦ୍ୱାରା ସୁନାକୂଅରୁ ସୁୁବାସିତ ଜଳ ଆଣିବେ ଗରାବଡୁ ସେବାୟତ
  6. ପଞ୍ଚଉପଚାର ବିଧିରେ ମେକାପଙ୍କ ସହାୟତରେ ଜଳଲାଗି କରାଯିବ
  7. ମଧ୍ୟାହ୍ଣ ୧୨ଟା ୧୫ରୁ ୧୨ଟା ୪୫: ମହାପ୍ରଭୁଙ୍କ ଛେରାପହଁରା ନୀତି
  8. ୧୨ଟା ୪୫ରୁ ସାଢ଼େ ୨ଟା: ଶ୍ରୀଜିଉଙ୍କ ହାତୀବେଶ
  9. ୩ ଘଣ୍ଟା ପର୍ଯ୍ୟନ୍ତ ହାତୀବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର