କାଲି ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗାରେ ସଜେଇ ହେଲାଣି ରାସ୍ତାଘାଟ

The Sakala Picture
Published On

ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଯାହାର ଆଭାସ ଏବେଠୁ ପ୍ରତିଫଳିତ ହେଲାଣି ରାଜଧାନୀର ରାସ୍ତା କଡ଼ରେ। ଚଳଚଞ୍ଚଳ ହୋଇ ଉଠିଲାଣି ଦୋକାନ ବଜାର। ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ବିଭିନ୍ନ ଡିଜାଇନ୍‌‌ର ଜାତୀୟ ପତାକାଠାରୁ ଆରମ୍ଭ କରି କେତେ ରକମର ସାମଗ୍ରୀ। ସିଆର୍‌‌ପି, ରାମ ମନ୍ଦିର ଛକ, ବାଣୀବିହାର, ୧ ନମ୍ବର ମାର୍କଟେ, କଳ୍ପନା, ଖଣ୍ଡଗିରି ଆଦି ସ୍ଥାନରେ ଜାତୀୟ ପତାକା ବିକ୍ରି ହେବାର ଦେଖିବାକୁ ମିଳୁଛି। ତ୍ରିରଙ୍ଗାର ବିଭିନ୍ନ ପୋଷାକଠୁ […]

ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଯାହାର ଆଭାସ ଏବେଠୁ ପ୍ରତିଫଳିତ ହେଲାଣି ରାଜଧାନୀର ରାସ୍ତା କଡ଼ରେ। ଚଳଚଞ୍ଚଳ ହୋଇ ଉଠିଲାଣି ଦୋକାନ ବଜାର। ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ବିଭିନ୍ନ ଡିଜାଇନ୍‌‌ର ଜାତୀୟ ପତାକାଠାରୁ ଆରମ୍ଭ କରି କେତେ ରକମର ସାମଗ୍ରୀ। ସିଆର୍‌‌ପି, ରାମ ମନ୍ଦିର ଛକ, ବାଣୀବିହାର, ୧ ନମ୍ବର ମାର୍କଟେ, କଳ୍ପନା, ଖଣ୍ଡଗିରି ଆଦି ସ୍ଥାନରେ ଜାତୀୟ ପତାକା ବିକ୍ରି ହେବାର ଦେଖିବାକୁ ମିଳୁଛି। ତ୍ରିରଙ୍ଗାର ବିଭିନ୍ନ ପୋଷାକଠୁ ଆରମ୍ଭ କରି ପତାକା, ବେଲୁନ, ଷ୍ଟିକର୍‌‌, ବ୍ୟାଚ, କ୍ଲିପ, ଚୁଡି, ଫୁଲ, ଘରେ ସଜେଇବାକୁ ତ୍ରିରଙ୍ଗା ରଙ୍ଗର ଫୁଲ ହାର, ଝୁମର ଆଦି ଲୋକଙ୍କୁ ବେଶ ଆକର୍ଷିତ କରୁଥିବାର ପରିଲକ୍ଷିତ ହେଉଛି। ଏହି ସବୁ ପତାକା ଓ ବ୍ୟାଜ୍‌‌ ଆଦି ସାମଗ୍ରୀର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ପର୍ଯ୍ୟନ୍ତ ରହିଛି। ନିଜ ନିଜ ଗାଡ଼ିରେ ପତାକା ଲଗାଇବାକୁ କ୍ଷଣିକ ପାଇଁ ଲୋକ ଅଟକି କିଣୁଛନ୍ତି। ମହିଳାମାନେ ମଧ୍ୟ ନିଜ ନିଜ କର୍ମକ୍ଷେତ୍ରକୁ ତ୍ରିରଙ୍ଗା ଡିଜାଇନର ପୋଷାକ ପିନ୍ଧିବା ଟ୍ରେଣ୍ଡ ରାଜଧାନୀରେ ଦେଖିବାକୁ ମିଳୁଛି। ଅଫିସ ଠାରୁ ଆରମ୍ଭକରି ବିଭିନ୍ନ ଶିକ୍ଷାନୁଷାନରରେ ଏହି ଦିନକୁ ଏକ ପର୍ବ ରୂପେ ପାଳନ କରୁଥିବାରୁ ତ୍ରିରଙ୍ଗା ସହିତ ଏହି ରଙ୍ଗର ସମସ୍ତ ସାଜସଜ୍ଜା ଉପକରଣ ବେଶ ଲୋକଆଦୃତ ହେବାର ଦେଖିବାକୁ ମିଳିଛି। ଏ ନେଇ ରାସ୍ତା କଡ଼ରେ ନିଜ ବେପାର ଜମେଇଥିବା ଆଲୋକ କୁହନ୍ତି ଲୋକ ଆଜିକାଲି ନିଜ ଘରଠୁ ଗାଡ଼ି ସବୁଠି ଏହି ଦିନରେ ତ୍ରିରଙ୍ଗାପରି ସଜେଇବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଏହିସବୁ ସାଜସଜ୍ଜା ଉପକରଣ ସହିତ ପତାକା ଆଦିକୁ ଲୋକ ବେଶି କିଣୁଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଚିତ୍ରାଳୟରେ ସଂଗ୍ରାମୀଙ୍କ ବେଶ ପାଇଁ ଭିଡ ବର୍ତ୍ତମାନ ସମୟରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ସେଥିପାଇଁ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବା ପାଇଁ ଏହି ସମୟରେ ଚିତ୍ରାଳୟଗୁଡ଼ିକର ଚାହିଦା ଦେଖିବାକୁ ମିଳିଛି। ସେଥିପାଇଁ ଏହି ସବୁ ପୋଷାକ ନେବା ପାଇଁ ୩ ରୁ ୪ ଦିନ ପୂର୍ବରୁ ଅଭିଭାବକମାନେ ଆସି ବରାଦ ଦେଇ ଯାଉଛନ୍ତି। କାରଣ ଅଳ୍ପ ସମୟ ପାଇଁ ପୋଷାକ ଓ ଅନ୍ୟାନ୍ୟ ଉପକରଣରେ ସେମାନେ କିଣିବାକୁ ନ ଚାହିଁ ଭଡ଼ାରେ ହିଁ ନେବାକୁ ପସନ୍ଦ କରିଥାନ୍ତି। ଏହି ଦିନଗୁଡ଼ିକରେ ତଥା ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭାରତ ମାତା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବାକୁ ପିଲାଙ୍କ ମଧ୍ୟରେ ବେଶୀ ଆଗ୍ରହ ଦେଖିବାକୁ ମିଳୁଛି ବୋଲି କ୍ରିଷ୍ଣା ଚିତ୍ରାଳୟର କୃପାସିନ୍ଧୁ ସାହୁ କହିଥିଲେ। ଏହି ପୋଷାକ ଏବଂ ତା’ ସହ ଆବଶ୍ୟକୀୟ ଉପକରଣ ଗୁଡ଼ିକ ୨ଶହରୁ ୩ ଶହ ପର୍ଯ୍ୟନ୍ତ ଭଡ଼ା ରହିଛି। ସାଧାରଣତନ୍ତ୍ର ଦିବସ ପାଇଁ ଲୋକ ବେଶୀ ଭାରତମାତା, ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଆଦିଙ୍କ ପୋଷାକ ବେଶୀ ଖୋଜୁଛନ୍ତି ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

25 Jan 2025 By The Sakala

କାଲି ସାଧାରଣତନ୍ତ୍ର ଦିବସ; ତ୍ରିରଙ୍ଗାରେ ସଜେଇ ହେଲାଣି ରାସ୍ତାଘାଟ

ଭୁବନେଶ୍ୱର: ଆଉ ଦିନକ ପରେ ସାଧାରଣତନ୍ତ୍ର ଦିବସ। ଯାହାର ଆଭାସ ଏବେଠୁ ପ୍ରତିଫଳିତ ହେଲାଣି ରାଜଧାନୀର ରାସ୍ତା କଡ଼ରେ। ଚଳଚଞ୍ଚଳ ହୋଇ ଉଠିଲାଣି ଦୋକାନ ବଜାର। ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବିକ୍ରି ହେଲାଣି ବିଭିନ୍ନ ଡିଜାଇନ୍‌‌ର ଜାତୀୟ ପତାକାଠାରୁ ଆରମ୍ଭ କରି କେତେ ରକମର ସାମଗ୍ରୀ। ସିଆର୍‌‌ପି, ରାମ ମନ୍ଦିର ଛକ, ବାଣୀବିହାର, ୧ ନମ୍ବର ମାର୍କଟେ, କଳ୍ପନା, ଖଣ୍ଡଗିରି ଆଦି ସ୍ଥାନରେ ଜାତୀୟ ପତାକା ବିକ୍ରି ହେବାର ଦେଖିବାକୁ ମିଳୁଛି। ତ୍ରିରଙ୍ଗାର ବିଭିନ୍ନ ପୋଷାକଠୁ ଆରମ୍ଭ କରି ପତାକା, ବେଲୁନ, ଷ୍ଟିକର୍‌‌, ବ୍ୟାଚ, କ୍ଲିପ, ଚୁଡି, ଫୁଲ, ଘରେ ସଜେଇବାକୁ ତ୍ରିରଙ୍ଗା ରଙ୍ଗର ଫୁଲ ହାର, ଝୁମର ଆଦି ଲୋକଙ୍କୁ ବେଶ ଆକର୍ଷିତ କରୁଥିବାର ପରିଲକ୍ଷିତ ହେଉଛି। ଏହି ସବୁ ପତାକା ଓ ବ୍ୟାଜ୍‌‌ ଆଦି ସାମଗ୍ରୀର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ହଜାରେ ପର୍ଯ୍ୟନ୍ତ ରହିଛି। ନିଜ ନିଜ ଗାଡ଼ିରେ ପତାକା ଲଗାଇବାକୁ କ୍ଷଣିକ ପାଇଁ ଲୋକ ଅଟକି କିଣୁଛନ୍ତି। ମହିଳାମାନେ ମଧ୍ୟ ନିଜ ନିଜ କର୍ମକ୍ଷେତ୍ରକୁ ତ୍ରିରଙ୍ଗା ଡିଜାଇନର ପୋଷାକ ପିନ୍ଧିବା ଟ୍ରେଣ୍ଡ ରାଜଧାନୀରେ ଦେଖିବାକୁ ମିଳୁଛି। ଅଫିସ ଠାରୁ ଆରମ୍ଭକରି ବିଭିନ୍ନ ଶିକ୍ଷାନୁଷାନରରେ ଏହି ଦିନକୁ ଏକ ପର୍ବ ରୂପେ ପାଳନ କରୁଥିବାରୁ ତ୍ରିରଙ୍ଗା ସହିତ ଏହି ରଙ୍ଗର ସମସ୍ତ ସାଜସଜ୍ଜା ଉପକରଣ ବେଶ ଲୋକଆଦୃତ ହେବାର ଦେଖିବାକୁ ମିଳିଛି। ଏ ନେଇ ରାସ୍ତା କଡ଼ରେ ନିଜ ବେପାର ଜମେଇଥିବା ଆଲୋକ କୁହନ୍ତି ଲୋକ ଆଜିକାଲି ନିଜ ଘରଠୁ ଗାଡ଼ି ସବୁଠି ଏହି ଦିନରେ ତ୍ରିରଙ୍ଗାପରି ସଜେଇବାକୁ ପସନ୍ଦ କରିଥାନ୍ତି। ବର୍ତ୍ତମାନ ଏହିସବୁ ସାଜସଜ୍ଜା ଉପକରଣ ସହିତ ପତାକା ଆଦିକୁ ଲୋକ ବେଶି କିଣୁଛନ୍ତି।

ଚିତ୍ରାଳୟରେ ସଂଗ୍ରାମୀଙ୍କ ବେଶ ପାଇଁ ଭିଡ ବର୍ତ୍ତମାନ ସମୟରେ ବିଭିନ୍ନ ସ୍କୁଲ ଓ ଅନୁଷ୍ଠାନ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ସେଥିପାଇଁ ଦେଶର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବା ପାଇଁ ଏହି ସମୟରେ ଚିତ୍ରାଳୟଗୁଡ଼ିକର ଚାହିଦା ଦେଖିବାକୁ ମିଳିଛି। ସେଥିପାଇଁ ଏହି ସବୁ ପୋଷାକ ନେବା ପାଇଁ ୩ ରୁ ୪ ଦିନ ପୂର୍ବରୁ ଅଭିଭାବକମାନେ ଆସି ବରାଦ ଦେଇ ଯାଉଛନ୍ତି। କାରଣ ଅଳ୍ପ ସମୟ ପାଇଁ ପୋଷାକ ଓ ଅନ୍ୟାନ୍ୟ ଉପକରଣରେ ସେମାନେ କିଣିବାକୁ ନ ଚାହିଁ ଭଡ଼ାରେ ହିଁ ନେବାକୁ ପସନ୍ଦ କରିଥାନ୍ତି। ଏହି ଦିନଗୁଡ଼ିକରେ ତଥା ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଭାରତ ମାତା ସହ ସ୍ୱାଧୀନତା ସଂଗ୍ରାମୀଙ୍କ ବେଶ ନେବାକୁ ପିଲାଙ୍କ ମଧ୍ୟରେ ବେଶୀ ଆଗ୍ରହ ଦେଖିବାକୁ ମିଳୁଛି ବୋଲି କ୍ରିଷ୍ଣା ଚିତ୍ରାଳୟର କୃପାସିନ୍ଧୁ ସାହୁ କହିଥିଲେ। ଏହି ପୋଷାକ ଏବଂ ତା’ ସହ ଆବଶ୍ୟକୀୟ ଉପକରଣ ଗୁଡ଼ିକ ୨ଶହରୁ ୩ ଶହ ପର୍ଯ୍ୟନ୍ତ ଭଡ଼ା ରହିଛି। ସାଧାରଣତନ୍ତ୍ର ଦିବସ ପାଇଁ ଲୋକ ବେଶୀ ଭାରତମାତା, ମହାତ୍ମା ଗାନ୍ଧୀ, ସୁଭାଷ ବୋଷ ଆଦିଙ୍କ ପୋଷାକ ବେଶୀ ଖୋଜୁଛନ୍ତି ବୋଲି ସେ କହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର