ଆଜି ‘ମାଟ୍ରିକ୍‌ ଉତ୍କର୍ଷ ସମ୍ମାନ’ ପ୍ରଦାନ ଉତ୍ସବ, ରାଜ୍ୟର ୫ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର : ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବୁଧବାର ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌ ଉତ୍କର୍ଷ ସମ୍ମାନ-୨୦୨୪’। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ। ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସର୍ବାଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, […]

ଭୁବନେଶ୍ୱର : ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବୁଧବାର ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌ ଉତ୍କର୍ଷ ସମ୍ମାନ-୨୦୨୪’। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ।

ଆହୁରି ପଢ଼ନ୍ତୁ:  ୨୦ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଝାଞ୍ଜ ପାହାଡ଼ରୁ ସୁରକ୍ଷିତ ଉଦ୍ଧାର ହେଲେ ୨ ନିଖୋଜ ଯୁବକ

ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସର୍ବାଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ଓ ଢେ଼ଙ୍କାନାଳରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩୫୪ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁରୂପ ଭାବରେ ବାଲେଶ୍ୱର ସଂସ୍କରଣ ଅଧୀନସ୍ଥ ଜିଲ୍ଲାଗୁଡ଼ିକ ପାଇଁ ଏହି ସମ୍ମାନପ୍ରଦାନ ଉତ୍ସବ ୧ତାରିଖ ପରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ‘ସୁଭଦ୍ରା’ଙ୍କୁ କନ୍ଦାଇଲେ ‘ଅସ୍ମିତା’ ସରକାର: ବନ୍ଦ କରିଦେଲେ ପଲ୍ଲିଶ୍ରୀ ମେଳା

https://www.youtube.com/watch?v=jvu87p-3U7w

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ଭୁବନେଶ୍ୱରର ଜୟଦେବ ଭବନରେ ଭୁବନେଶ୍ୱର ମହାନଗର ନିଗମ ସମେତ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯିବ। ସେହିପରି ସମ୍ୱଲପୁର ଅଇଁଠାପାଲି ସ୍ଥିତ ଡଲଫିନ୍‌ ହୋଟେଲ୍‌ରେ ହେବାକୁ ଥିବା ସମ୍ବର୍ଦ୍ଧନା ଉତ୍ସବରେ ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଓ ରାଉରକେଲା ଜିଲ୍ଲାର ଛାତ୍ରଛାତ୍ରୀ ସାମିଲ୍‌୍‌ ହେବେ। ବ୍ରହ୍ମପୁରର ଗୁଡ୍ସ ସେଡ୍‌ ରୋଡ୍‌ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍‌ ପବ୍ଲିକ୍‌ ସ୍କୁଲରେ ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲାର ମେଧାବୀଙ୍କୁ ସମ୍ୱର୍ଦ୍ଧନା ଦିଆଯିବ। ଅନୁରୂପ ଭାବେ ଜୟପୁର ନେହେରୁ ନଗର ସ୍ଥିତ ଅଗ୍ରସେନ୍‌ ଭବନରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ଢେ଼ଙ୍କାନାଳର ସିନର୍ଜି ଇଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଢେ଼ଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍‌)ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଓ ଗାନ୍ଧୀବାଦୀ ତଥା ସ୍ତମ୍ଭକାର ପ୍ରହଲ୍ଲାଦ ସିଂ ପ୍ରମୁଖ ଅତିଥି ରୂପେ ଯୋଗ ଦେବେ।

29 May 2024 By The Sakala

ଆଜି ‘ମାଟ୍ରିକ୍‌ ଉତ୍କର୍ଷ ସମ୍ମାନ’ ପ୍ରଦାନ ଉତ୍ସବ, ରାଜ୍ୟର ୫ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର : ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପକ୍ଷରୁ ବୁଧବାର ଅନୁଷ୍ଠିତ ହେଉଛି ‘ମାଟ୍ରିକ୍‌ ଉତ୍କର୍ଷ ସମ୍ମାନ-୨୦୨୪’। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାରେ ଚଳିତ ବର୍ଷ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ସକାଳ’ ଓ ‘ନନ୍ଦିଘୋଷ ଟିଭି’ ପରିବାର ପକ୍ଷରୁ ସମ୍ୱର୍ଦ୍ଧିତ କରାଯିବ।

ପ୍ରତ୍ୟେକ ଜିଲ୍ଲା ଓ ବ୍ଲକସ୍ତରରେ ସର୍ବାଧିକ ନମ୍ୱର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ ଜିଲ୍ଲାସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟଗୁଡ଼ିକୁ ସମ୍ମାନିତ କରାଯିବ। ରାଜ୍ୟର ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ଜୟପୁର ଓ ଢେ଼ଙ୍କାନାଳରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ୩୫୪ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅନୁରୂପ ଭାବରେ ବାଲେଶ୍ୱର ସଂସ୍କରଣ ଅଧୀନସ୍ଥ ଜିଲ୍ଲାଗୁଡ଼ିକ ପାଇଁ ଏହି ସମ୍ମାନପ୍ରଦାନ ଉତ୍ସବ ୧ତାରିଖ ପରେ ଅନୁଷ୍ଠିତ ହେବ।

https://www.youtube.com/watch?v=jvu87p-3U7w

ଭୁବନେଶ୍ୱରର ଜୟଦେବ ଭବନରେ ଭୁବନେଶ୍ୱର ମହାନଗର ନିଗମ ସମେତ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯିବ। ସେହିପରି ସମ୍ୱଲପୁର ଅଇଁଠାପାଲି ସ୍ଥିତ ଡଲଫିନ୍‌ ହୋଟେଲ୍‌ରେ ହେବାକୁ ଥିବା ସମ୍ବର୍ଦ୍ଧନା ଉତ୍ସବରେ ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, ବୌଦ୍ଧ, ଦେବଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଓ ରାଉରକେଲା ଜିଲ୍ଲାର ଛାତ୍ରଛାତ୍ରୀ ସାମିଲ୍‌୍‌ ହେବେ। ବ୍ରହ୍ମପୁରର ଗୁଡ୍ସ ସେଡ୍‌ ରୋଡ୍‌ ସ୍ଥିତ ଗୁରୁକୁଳ ଇଣ୍ଟରନ୍ୟାସ୍‌ନାଲ୍‌ ପବ୍ଲିକ୍‌ ସ୍କୁଲରେ ଗଞ୍ଜାମ, ଗଜପତି ଓ ଫୁଲବାଣୀ ଜିଲ୍ଲାର ମେଧାବୀଙ୍କୁ ସମ୍ୱର୍ଦ୍ଧନା ଦିଆଯିବ। ଅନୁରୂପ ଭାବେ ଜୟପୁର ନେହେରୁ ନଗର ସ୍ଥିତ ଅଗ୍ରସେନ୍‌ ଭବନରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନାଗିରି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ। ଢେ଼ଙ୍କାନାଳର ସିନର୍ଜି ଇଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ଢେ଼ଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଜୟଦେବ ଭବନରେ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ(ଓୟୁଟିଆର୍‌)ର କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ଓ ଗାନ୍ଧୀବାଦୀ ତଥା ସ୍ତମ୍ଭକାର ପ୍ରହଲ୍ଲାଦ ସିଂ ପ୍ରମୁଖ ଅତିଥି ରୂପେ ଯୋଗ ଦେବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର