ଆଜି ବିଶ୍ୱ ହସ୍ତୀ ଦିବସ; ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା, ଓଡ଼ିଶା ଦନ୍ତାଙ୍କୁ ପେଟ ଚିନ୍ତା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ଅନୁପାତରେ ହାତୀମାନଙ୍କ ସଂଖ୍ୟା ସମାନୁପାତିକ ରହିଛି। ମାତ୍ର ଦିନକୁ ଦିନ ହାତୀ-ମଣିଷ ଲଢେ଼ଇ ଓ କ୍ଷୟକ୍ଷତି ବିଶେଷଜ୍ଞଙ୍କୁ ଅଧିକ ଚିନ୍ତିତ କରିଛି। ହାତୀ-ମଣିଷ ଲଢେ଼ଇ ଯୋଗୁଁ ପ୍ରତି ବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଉପଯୋଗୀ ସାମଗ୍ରୀର ଅଭାବ ରହିଥିବା ଜଣାପଡ଼ିଛି। ଯାହାଫଳରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତୀ ମୁହାଁ ହେଉଛନ୍ତି ଓ ହାତୀ-ମଣିଷ ଲଢେ଼ଇ ବୃଦ୍ଧି ପାଉଛି। ସାଧାରଣତଃ ଗୋଟିଏ […]

ଭୁବନେଶ୍ୱର: ରାଜ୍ୟରେ ଜଙ୍ଗଲ ଅନୁପାତରେ ହାତୀମାନଙ୍କ ସଂଖ୍ୟା ସମାନୁପାତିକ ରହିଛି। ମାତ୍ର ଦିନକୁ ଦିନ ହାତୀ-ମଣିଷ ଲଢେ଼ଇ ଓ କ୍ଷୟକ୍ଷତି ବିଶେଷଜ୍ଞଙ୍କୁ ଅଧିକ ଚିନ୍ତିତ କରିଛି। ହାତୀ-ମଣିଷ ଲଢେ଼ଇ ଯୋଗୁଁ ପ୍ରତି ବର୍ଷ ଶତାଧିକ ଲୋକଙ୍କ ଜୀବନ ଯାଉଛି। ବର୍ତ୍ତମାନ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଉପଯୋଗୀ ସାମଗ୍ରୀର ଅଭାବ ରହିଥିବା ଜଣାପଡ଼ିଛି। ଯାହାଫଳରେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଜନବସତୀ ମୁହାଁ ହେଉଛନ୍ତି ଓ ହାତୀ-ମଣିଷ ଲଢେ଼ଇ ବୃଦ୍ଧି ପାଉଛି। ସାଧାରଣତଃ ଗୋଟିଏ ହାତୀ ଦିନକୁ ୧ କୁଇଣ୍ଟାଲ୍‌ରୁ ଦେଢ଼ କୁଇଣ୍ଟାଲର ଖାଦ୍ୟ ଓ ୨୦୦-୨୫୦ ଲିଟର ପାଣି ଆବଶ୍ୟକ କରିଥାଏ। ମାତ୍ର ଜଙ୍ଗଲରେ ହାତୀମାନଙ୍କୁ ଏତେ ପରିମାଣରେ ଆଉ ଖାଦ୍ୟ ପଦାର୍ଥ ମିଳିପାରୁ ନ ଥିବାରୁ ସେମାନେ ଜଙ୍ଗଲରୁ ବାହାରି ଆସୁଛନ୍ତି ଓ କ୍ଷେତ କିମ୍ବା ଜନବସତି ମୁହାଁ ହେଉଛନ୍ତି। ଏହି ସମୟରେ ହାତୀ-ମଣିଷଙ୍କ ମଧ୍ୟରେ ଘମାଘୋଟ୍‌ ଲଢେ଼ଇ ହେଉଛି ଓ ଏଥିରେ ଲୋକଙ୍କ ଜୀବନ ଯାଉଛି। ହାତୀମାନେ ମୁଖ୍ୟତଃ ଶିଆଳି, ଡିମ୍ବିରି, କୁମ୍ଭୀ, ତାଳ, ଆମ୍ବ ଓ ପଣସ ଭଳି ଖାଦ୍ୟ ଖାଉଥିବା ବେଳେ ବାଉଁଶକୁ ପ୍ରମୁଖ ଖାଦ୍ୟ ଭାବେ ଖାଇଥାନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବ୍ୟାପକ ବାଉଁଶ ମିଳୁଥିଲା। ହେଲେ ଏବେ ଜଙ୍ଗଲରେ ହାତୀଙ୍କୁ ଖାଇବା ପାଇଁ ଆବଶ୍ୟକୀୟ ପରିମାଣରେ ବାଉଁଶ ବି ମିଳୁ ନଥିବା ଅଭିଯୋଗ ହୋଇଛି। ଯାହାପାଇଁ ହାତୀଙ୍କ ପାଇଁ ଜଙ୍ଗଲରେ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ହାତୀଙ୍କ ଖାଦ୍ୟାଭାବ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯେହେତୁ ଧାନ ଚାଷ ସମୟରେ ହାତୀମାନେ କ୍ଷେତ ମୁହାଁ ହେଉଛନ୍ତି, ତେଣୁ ଜଙ୍ଗଲ ମଧ୍ୟରେ ଥିବା ଖାଲି ସ୍ଥାନଗୁଡ଼ିକରେ ଧାନ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ଜଙ୍ଗଲ ବିଭାଗକୁ ପରାମର୍ଶ ଦେଇଛନ୍ତି। ଏହା କେତେ ଫଳପ୍ରଦ ହେବ ତାହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବିବାହ ବେଦୀରେ ବସିବା ପରେ ବଦଳିଗଲା ବରର ମନ, କନିଆଁକୁ ଛାଡ଼ି ପଳାଇ ଆସିଲା ପୁଅ

ଅନ୍ୟପଟେ ରାଜ୍ୟରେ ଯେତିକି ହାତୀ ରହିବା କଥା ସେହି ତୁଳନାରେ ହାତୀଙ୍କ ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ପୂର୍ବତନ ପିସିସିଏଫ୍‌ ସୁଶାନ୍ତ ନନ୍ଦ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଯେତିକି ହାତୀ ରହିବା କଥା, ତାହାର ସଂଖ୍ୟା ଅଧିକ ରହିଛି। ଏହାସହିତ ହାତୀମାନଙ୍କର ଯେଉଁ କରିଡ଼ର ଥିଲା, ତାହା ପ୍ରଭାବିତ ହୋଇଥିବାରୁ ହାତୀମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ହାତୀଙ୍କ ଜନ୍ମହାର ରୋକିବା ଉପରେ ବିଶେଷଜ୍ଞ ପ୍ରାଧାନ୍ୟ ଦେଉଛନ୍ତି। ଏଥିପାଇଁ ଇଂଜେକ୍ସନ ସହିତ କିଛି କିଛି ସ୍ଥାନରେ କ୍ୟାମ୍ପ କରି ଯୁବ ହାତୀମାନଙ୍କୁ ରଖିଦେବା ଆବଶ୍ୟକ। ଏହା ବ୍ୟତୀତ କରିଡୋରର ପୁନରୁଦ୍ଧାର ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ କହିଛନ୍ତି। ସୂଚନା ଥାଉ କି ୨୦୨୪ ହାତୀ ଗଣନା ଅନୁଯାୟୀ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବନଖଣ୍ଡରେ ୨,୦୯୮ ହାତୀ ରହିଛନ୍ତି। ୨୦୧୭ରେ ଏହି ସଂଖ୍ୟା ୧,୯୩୮ ରହିଥିଲା। ନୂଆ ଗଣତିରେ ୧,୦୩୦ ମାଈ, ୪୭୪ ପୁରୁଷ ଏବଂ ୫୯୪ ଛୁଆ ହାତୀ ଚିହ୍ନଟ ହୋଇଛନ୍ତି। ଏନ୍‌ସିଏଫ୍‌ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ ଓଡ଼ିଶାର ଜଙ୍ଗଲର ୧୭୦୦-୧୮୦୦ ହାତୀ ରହି ପାରିବେ।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

12 Aug 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର