ଆଜି ବିଶ୍ୱ ମଧୁମେହ ଦିବସ: ଜୀବନ ପିତା କଲାଣି ମଧୁମେହ, ହାଲୁକା ମନୋଭାବ ବିଗାଡୁଛି ସ୍ଥିତି

The Sakala Picture
Published On

ଭୁବନେଶ୍ୱର: ମଧୁମେହ ରୋଗ ଗଲା ଦୁଇ ଦଶନ୍ଧି ଧରି ରାଜ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଯେଉଁ ରୋଗ ୨୦୦୦ ମସିହା ବେଳକୁ ରାଜ୍ୟରେ ସର୍ବନିମ୍ନ ସ୍ତରରେ ରହିଥିଲା, ତାହା ୨୦୨୨ ବେଳକୁ ପ୍ରମୁଖ ବ୍ୟାଧି ଭାବେ ଉଭା ହୋଇଛି। ଏଭଳି ପ୍ରସଙ୍ଗ ଚିନ୍ତାଜନକ ହୋଇଥିଲେ ମଧ୍ୟ ସାଧାରଣରେ ମଧୁମେହକୁ ନେଇ ଥିବା ଭ୍ରମ ଧାରଣା ଓ ଅବହେଳା ରାଜ୍ୟସ୍ତରରରେ ଏହି ସମସ୍ୟାକୁ ବହୁ ଗୁଣିତ କରୁଛି। ସଚେତନତାର ଅଭାବ ଓ ସଠିକ ସମୟରେ ଡାକ୍ତରୀ ଯାଞ୍ଚ […]

ଭୁବନେଶ୍ୱର: ମଧୁମେହ ରୋଗ ଗଲା ଦୁଇ ଦଶନ୍ଧି ଧରି ରାଜ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଯେଉଁ ରୋଗ ୨୦୦୦ ମସିହା ବେଳକୁ ରାଜ୍ୟରେ ସର୍ବନିମ୍ନ ସ୍ତରରେ ରହିଥିଲା, ତାହା ୨୦୨୨ ବେଳକୁ ପ୍ରମୁଖ ବ୍ୟାଧି ଭାବେ ଉଭା ହୋଇଛି। ଏଭଳି ପ୍ରସଙ୍ଗ ଚିନ୍ତାଜନକ ହୋଇଥିଲେ ମଧ୍ୟ ସାଧାରଣରେ ମଧୁମେହକୁ ନେଇ ଥିବା ଭ୍ରମ ଧାରଣା ଓ ଅବହେଳା ରାଜ୍ୟସ୍ତରରରେ ଏହି ସମସ୍ୟାକୁ ବହୁ ଗୁଣିତ କରୁଛି। ସଚେତନତାର ଅଭାବ ଓ ସଠିକ ସମୟରେ ଡାକ୍ତରୀ ଯାଞ୍ଚ କରାନଯିବା ହେତୁ ଲୋକେ ମଧୁମେହ ରୋଗରେ ବହୁସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ୁଛି। ୨୦ ବର୍ଷ ତଳେ ରାଜ୍ୟରେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଘରୋଇ ହସ୍ପିଟାଲ ଟିଏ ମଧ୍ୟ ନଥିଲା। ମାତ୍ର ଏହି ରୋଗର ଚିକିତ୍ସା ପାଇଁ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦେଖି ରାଜ୍ୟରେ ମାଳମାଳ ମଧୁମେହ ଡାକ୍ତରଖାନା ନିର୍ମାଣ ହୋଇଛି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

ଜଣେ ରୋଗୀ ମଧୁମେହର ଶିକାର ହେବା ସମ୍ପର୍କରେ ୪ ବର୍ଷ ପରେ ଜାଣିଥିଲେ। ସେତବେଳକୁ ସେ ଜଟିଳ ହୃଦ୍‍ ରୋଗର ଶିକାର ହୋଇସାରିଥିଲେ। ତାଙ୍କୁ ଆଉ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା ବୋଲି ଡାକ୍ତର ଅର୍ଣ୍ଣବ ପଟ୍ଟନାୟକ କହିଛନ୍ତି। ମଧୁମେହକୁ ହାଲୁକା ଭାବେ ନେଉଥିବାରୁ ସ୍ଥିତି ବିଗୁଡୁଛି। ବେଳେ ବେଳେ ଶେଷ ସମୟରେ ରୋଗ ଚିହ୍ନଟ ହେଉଥିବାରୁ ରୋଗୀକୁ ସେତେବେଳେ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇ ପଡୁଥିବାର ଅନେକ ଉଦାହରଣ ରହିଛି। ଡାକ୍ତର ପଟ୍ଟନାୟକଙ୍କ କହିବା ଅନୁସାରେ ମଧୁମେହରେ ପୀଡ଼ିତ ରୋଗୀଙ୍କ ଭାବନା; କେବଳ ଖାଦ୍ୟ ଶୃଙ୍ଖଳାକୁ ସଜଡ଼ା ଯାଇ ଏହାକୁ ଜିତି ହେବ। ମାତ୍ର ବାସ୍ତବିକ ସ୍ଥିତି ତାହା ନୁହେଁ। ଏହି ରୋଗ ସମ୍ପର୍କରେ ଅନେକ ପ୍ରାରମ୍ଭିକ ଲକ୍ଷଣରୁ ଜାଣିପାରନ୍ତି ନାହିଁ। ଆରମ୍ଭରୁ ରୋଗ ଚିହ୍ନଟ କରିବାରେ ଆମ ରାଜ୍ୟର ଲୋକେ ପଛୁଆ। ଏଣୁ ସାଧାରଣରେ ମଧୁମେହ ରୋଗକୁ ନେଇ ଥିବା ଭ୍ରମଧାରଣାର ଅନ୍ତ ଘଟାଇବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରୁ ଆଭାସୀ ଜରିଆରେ ବିଜୁ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ନବୀନ, କହିଲେ 'ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ'

ରାଜ୍ୟରେ ମଧୁମେହ ରୋଗୀଙ୍କ ସମ୍ପର୍କରେ ଡାକ୍ତରମାନଙ୍କ ଏଭଳି ପର୍ଯ୍ୟବେକ୍ଷଣ ସଠିକ ହୋଇଥିବା ତଥ୍ୟ ମାଧ୍ୟମରୁ ଜଣାପଡ଼ୁଛି। ରାଜ୍ୟରେ ମଧୁମେହ ରୋଗର ସ୍ଥିତିକୁ ଜାଣିବା ପାଇଁ ରାଜ୍ୟବ୍ୟାପୀ ଗୋଷ୍ଠୀ ସର୍ବେକ୍ଷଣ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍‍ ଓ ମେଡିସିନ୍‍ ବିଭାଗ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବାୟୋକେମେଷ୍ଟ୍ରି ବିଭାଗ ଓ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୦ ବର୍ଷରୁ ନିମ୍ନ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ୬.୮ ପ୍ରତିଶତ ରହିଥିବା ବେଳେ ବୟସ୍କମାନଙ୍କ ମଧ୍ୟରେ ୨୨.୨ ପ୍ରତିଶତ ଲୋକେ ମଧୁମେହ ରୋଗର ଲକ୍ଷଣ ପରିଲକ୍ଷିତ ହେଉଥିବା ଜଣାପଡ଼ିଛି। ସେହିଭଳି ଯୁବଗୋଷ୍ଠୀଙ୍କ ମଧ୍ୟରେ ମଧୁମେହ ରୋଗର ଲକ୍ଷଣ କ୍ଷୀପ୍ର ବେଗରେ ବଢ଼ୁଥିବା ସର୍ଭେ ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣ ଓଡ଼ିଶାର ମଧୁମେହ ରୋଗର ବାସ୍ତବିକ ଚିତ୍ର ଭାବେ ଦେଖାଯାଇପାରିବ ବୋଲି କହିଛନ୍ତି ଡାକ୍ତର ପଦ୍ମିନୀ ପାଟ୍ଟଯୋଶୀ। ସେ କହିଛନ୍ତି ଯେ, କେଉଁ ମାନେ ମଧୁମେହ ରୋଗରେ ପୀଡ଼ିତ ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣକୁ ଆଧାର ଭାବେ ନିଆଯାଇନାହିଁ। ମୁଖ୍ୟତଃ ମଧୁମେହ ପ୍ରଭାବ ଓ ଲକ୍ଷଣ କିଭଳି ଭାବେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ କ୍ରମାଗତ ଭାବେ ରାଜ୍ୟରେ ବଢ଼ୁଛି, ସର୍ବେକ୍ଷଣ ତାହା ଉପସ୍ଥାପିତ କରିବାକୁ ପ୍ରଚେଷ୍ଟା କରିଛି। ଯେତେବେଳ ଶରୀର ସୁଗାର ଗ୍ରହଣ କରିବାର ପ୍ରାକୃତିକ କ୍ଷମତା ହରାଇଥାଏ, ସେତେବେଳ ରକ୍ତରେ ସୁଗାରର ମାତ୍ରା ବଢ଼େ। ତାହାକୁ ହିଁ ମଧୁମେହ କୁହାଯାଏ। ଏଣୁ ମଧୁମେହ ରୋଗକୁ ରୋକିବାକୁ ହେଲେ ଏକ ଉତ୍ତମ ଖାଦ୍ୟ ବ୍ୟବସ୍ଥାକୁ ଆପଣାଇବାକୁ ପଡ଼ିବ୍ୟ ସ୍ନେହସାର ଓ ଶ୍ୱେତସାରଜାତୀୟ ଖାଦ୍ୟର ମାତ୍ରା ଉପରେ ମଧ୍ୟ ନିୟନ୍ତ୍ରଣ ରହିବା ଦରକାର। ସେହିଭଳି ଯୋଗ ଓ ବ୍ୟାୟାମକୁ ଜୀବନଶୈଳୀର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ତେବେ ଶରୀରରେ ମଧୁମେହ ସବୁ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରେ। ଯେଉଁ ଅଙ୍ଗର କାର୍ଯ୍ୟଦକ୍ଷତା କମିଯାଏ। ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଏଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

14 Nov 2022 By The Sakala

ଆଜି ବିଶ୍ୱ ମଧୁମେହ ଦିବସ: ଜୀବନ ପିତା କଲାଣି ମଧୁମେହ, ହାଲୁକା ମନୋଭାବ ବିଗାଡୁଛି ସ୍ଥିତି

ଭୁବନେଶ୍ୱର: ମଧୁମେହ ରୋଗ ଗଲା ଦୁଇ ଦଶନ୍ଧି ଧରି ରାଜ୍ୟକୁ ବ୍ୟାପକ ଭାବେ ପ୍ରଭାବିତ କରିଛି। ଯେଉଁ ରୋଗ ୨୦୦୦ ମସିହା ବେଳକୁ ରାଜ୍ୟରେ ସର୍ବନିମ୍ନ ସ୍ତରରେ ରହିଥିଲା, ତାହା ୨୦୨୨ ବେଳକୁ ପ୍ରମୁଖ ବ୍ୟାଧି ଭାବେ ଉଭା ହୋଇଛି। ଏଭଳି ପ୍ରସଙ୍ଗ ଚିନ୍ତାଜନକ ହୋଇଥିଲେ ମଧ୍ୟ ସାଧାରଣରେ ମଧୁମେହକୁ ନେଇ ଥିବା ଭ୍ରମ ଧାରଣା ଓ ଅବହେଳା ରାଜ୍ୟସ୍ତରରରେ ଏହି ସମସ୍ୟାକୁ ବହୁ ଗୁଣିତ କରୁଛି। ସଚେତନତାର ଅଭାବ ଓ ସଠିକ ସମୟରେ ଡାକ୍ତରୀ ଯାଞ୍ଚ କରାନଯିବା ହେତୁ ଲୋକେ ମଧୁମେହ ରୋଗରେ ବହୁସଂଖ୍ୟାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ୁଛି। ୨୦ ବର୍ଷ ତଳେ ରାଜ୍ୟରେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଘରୋଇ ହସ୍ପିଟାଲ ଟିଏ ମଧ୍ୟ ନଥିଲା। ମାତ୍ର ଏହି ରୋଗର ଚିକିତ୍ସା ପାଇଁ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ଦେଖି ରାଜ୍ୟରେ ମାଳମାଳ ମଧୁମେହ ଡାକ୍ତରଖାନା ନିର୍ମାଣ ହୋଇଛି।

ଜଣେ ରୋଗୀ ମଧୁମେହର ଶିକାର ହେବା ସମ୍ପର୍କରେ ୪ ବର୍ଷ ପରେ ଜାଣିଥିଲେ। ସେତବେଳକୁ ସେ ଜଟିଳ ହୃଦ୍‍ ରୋଗର ଶିକାର ହୋଇସାରିଥିଲେ। ତାଙ୍କୁ ଆଉ ବଞ୍ଚାଇବା ସମ୍ଭବପର ହୋଇ ନ ଥିଲା ବୋଲି ଡାକ୍ତର ଅର୍ଣ୍ଣବ ପଟ୍ଟନାୟକ କହିଛନ୍ତି। ମଧୁମେହକୁ ହାଲୁକା ଭାବେ ନେଉଥିବାରୁ ସ୍ଥିତି ବିଗୁଡୁଛି। ବେଳେ ବେଳେ ଶେଷ ସମୟରେ ରୋଗ ଚିହ୍ନଟ ହେଉଥିବାରୁ ରୋଗୀକୁ ସେତେବେଳେ ବଞ୍ଚାଇବା ମଧ୍ୟ କଷ୍ଟକର ହୋଇ ପଡୁଥିବାର ଅନେକ ଉଦାହରଣ ରହିଛି। ଡାକ୍ତର ପଟ୍ଟନାୟକଙ୍କ କହିବା ଅନୁସାରେ ମଧୁମେହରେ ପୀଡ଼ିତ ରୋଗୀଙ୍କ ଭାବନା; କେବଳ ଖାଦ୍ୟ ଶୃଙ୍ଖଳାକୁ ସଜଡ଼ା ଯାଇ ଏହାକୁ ଜିତି ହେବ। ମାତ୍ର ବାସ୍ତବିକ ସ୍ଥିତି ତାହା ନୁହେଁ। ଏହି ରୋଗ ସମ୍ପର୍କରେ ଅନେକ ପ୍ରାରମ୍ଭିକ ଲକ୍ଷଣରୁ ଜାଣିପାରନ୍ତି ନାହିଁ। ଆରମ୍ଭରୁ ରୋଗ ଚିହ୍ନଟ କରିବାରେ ଆମ ରାଜ୍ୟର ଲୋକେ ପଛୁଆ। ଏଣୁ ସାଧାରଣରେ ମଧୁମେହ ରୋଗକୁ ନେଇ ଥିବା ଭ୍ରମଧାରଣାର ଅନ୍ତ ଘଟାଇବା ସହ ସଚେତନତା କାର୍ଯ୍ୟକ୍ରମ କରାଯିବା ଦରକାର ବୋଲି ଡାକ୍ତର ପଟ୍ଟନାୟକ କହିଛନ୍ତି।

ରାଜ୍ୟରେ ମଧୁମେହ ରୋଗୀଙ୍କ ସମ୍ପର୍କରେ ଡାକ୍ତରମାନଙ୍କ ଏଭଳି ପର୍ଯ୍ୟବେକ୍ଷଣ ସଠିକ ହୋଇଥିବା ତଥ୍ୟ ମାଧ୍ୟମରୁ ଜଣାପଡ଼ୁଛି। ରାଜ୍ୟରେ ମଧୁମେହ ରୋଗର ସ୍ଥିତିକୁ ଜାଣିବା ପାଇଁ ରାଜ୍ୟବ୍ୟାପୀ ଗୋଷ୍ଠୀ ସର୍ବେକ୍ଷଣ କରାଯାଇଥିଲା। ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍‍ ଓ ମେଡିସିନ୍‍ ବିଭାଗ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜର ବାୟୋକେମେଷ୍ଟ୍ରି ବିଭାଗ ଓ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ସର୍ବେକ୍ଷଣ କରାଯାଇଥିଲା। ସର୍ବେକ୍ଷଣରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୦ ବର୍ଷରୁ ନିମ୍ନ ବୟସ୍କ ବ୍ୟକ୍ତିମାନଙ୍କ ମଧ୍ୟରେ ୬.୮ ପ୍ରତିଶତ ରହିଥିବା ବେଳେ ବୟସ୍କମାନଙ୍କ ମଧ୍ୟରେ ୨୨.୨ ପ୍ରତିଶତ ଲୋକେ ମଧୁମେହ ରୋଗର ଲକ୍ଷଣ ପରିଲକ୍ଷିତ ହେଉଥିବା ଜଣାପଡ଼ିଛି। ସେହିଭଳି ଯୁବଗୋଷ୍ଠୀଙ୍କ ମଧ୍ୟରେ ମଧୁମେହ ରୋଗର ଲକ୍ଷଣ କ୍ଷୀପ୍ର ବେଗରେ ବଢ଼ୁଥିବା ସର୍ଭେ ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣ ଓଡ଼ିଶାର ମଧୁମେହ ରୋଗର ବାସ୍ତବିକ ଚିତ୍ର ଭାବେ ଦେଖାଯାଇପାରିବ ବୋଲି କହିଛନ୍ତି ଡାକ୍ତର ପଦ୍ମିନୀ ପାଟ୍ଟଯୋଶୀ। ସେ କହିଛନ୍ତି ଯେ, କେଉଁ ମାନେ ମଧୁମେହ ରୋଗରେ ପୀଡ଼ିତ ତାହା ଜାଣିବା ପାଇଁ ଏହି ସର୍ବେକ୍ଷଣକୁ ଆଧାର ଭାବେ ନିଆଯାଇନାହିଁ। ମୁଖ୍ୟତଃ ମଧୁମେହ ପ୍ରଭାବ ଓ ଲକ୍ଷଣ କିଭଳି ଭାବେ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ କ୍ରମାଗତ ଭାବେ ରାଜ୍ୟରେ ବଢ଼ୁଛି, ସର୍ବେକ୍ଷଣ ତାହା ଉପସ୍ଥାପିତ କରିବାକୁ ପ୍ରଚେଷ୍ଟା କରିଛି। ଯେତେବେଳ ଶରୀର ସୁଗାର ଗ୍ରହଣ କରିବାର ପ୍ରାକୃତିକ କ୍ଷମତା ହରାଇଥାଏ, ସେତେବେଳ ରକ୍ତରେ ସୁଗାରର ମାତ୍ରା ବଢ଼େ। ତାହାକୁ ହିଁ ମଧୁମେହ କୁହାଯାଏ। ଏଣୁ ମଧୁମେହ ରୋଗକୁ ରୋକିବାକୁ ହେଲେ ଏକ ଉତ୍ତମ ଖାଦ୍ୟ ବ୍ୟବସ୍ଥାକୁ ଆପଣାଇବାକୁ ପଡ଼ିବ୍ୟ ସ୍ନେହସାର ଓ ଶ୍ୱେତସାରଜାତୀୟ ଖାଦ୍ୟର ମାତ୍ରା ଉପରେ ମଧ୍ୟ ନିୟନ୍ତ୍ରଣ ରହିବା ଦରକାର। ସେହିଭଳି ଯୋଗ ଓ ବ୍ୟାୟାମକୁ ଜୀବନଶୈଳୀର ଅଂଶ ଭାବେ ଗ୍ରହଣ କରିବାକୁ ପଡ଼ିବ। ତେବେ ଶରୀରରେ ମଧୁମେହ ସବୁ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରେ। ଯେଉଁ ଅଙ୍ଗର କାର୍ଯ୍ୟଦକ୍ଷତା କମିଯାଏ। ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇ ଏଭଳି ସମସ୍ୟାର ମୁକାବିଲା କରାଯାଇପାରିବ ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର