ଆଜି ସ୍ନାନ ଓ ଦାନର ପର୍ବ ପବିତ୍ର ମକର ସଂକ୍ରାନ୍ତି; ଉତ୍ତରାୟଣକୁ ଗତି କରିବେ ସୂର୍ଯ୍ୟ

The Sakala Picture
Published On

ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ। ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ଲୋକ […]

ଆଜି ପବିତ୍ର ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ। ସାଧାରଣତଃ  ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରିଥାନ୍ତି। ସେହି ରାଶିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ। ଏହି ପର୍ବକୁ ଦେଶର କୋଣ ଅନୁକୋଣରେ ଲୋକ ଭିନ୍ନ ଭିନ୍ନ ଭାବେ ପାଳନ କରିଥାନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ମକର ସଂକ୍ରାନ୍ତି ଦିନ ଓଡ଼ିଶାର ଲୋକେ ‘ମକର ଚାଉଳ’ ପ୍ରସ୍ତୁତ କରି (ଅରୁଆ ଚାଉଳ, ଗୁଡ଼, ଛେନା, କଦଳୀ, ନଡ଼ିଆ, ଘିଅ, କ୍ଷୀର ଆଦି) ଦେବଦେବୀଙ୍କ ନିକଟରେ ଭୋଗ କରିଥାନ୍ତି । ଏହି ଭୋଗକୁ ଆନନ୍ଦରେ ସାଙ୍ଗସାଥୀ ଏବଂ ପଡ଼ୋଶୀଙ୍କୁ ବଣ୍ଟାଯାଇଥାଏ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତରେ ସ୍ନାନ ଓ ଦାନର ବିଶେଷ ମହତ୍ତ୍ବ ରହିଛି । ମକର ସଂକ୍ରାନ୍ତିର ପୁଣ୍ୟକାଳରେ ପ୍ରତ୍ୟୁଷରୁ ନଦୀ, ପୋଖରୀ ଆଦିରେ ସ୍ନାନାଦି କାର୍ଯ୍ୟ ସମାପନ କରି ସୂର୍ଯ୍ୟଙ୍କୁ ଦର୍ଶନ କଲେ, ସକଳ ପାପରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି। ତେଣୁ କେଉଁ ଆବହମାନ କାଳରୁ ସରୋବର, ନଦୀ ତଟ, ସମୁଦ୍ର ତୀର ପ୍ରଭୃତି ପବିତ୍ର ସ୍ଥାନମାନଙ୍କରେ ମକର ମେଳା, ସାଧୁସଙ୍ଗ ଓ ମହୋତ୍ସବର ପରମ୍ପରା ଚାଲିଆସିଛି । ଏହି ଦିନ ପଶ୍ଚିମବଙ୍ଗର ଗଙ୍ଗାସାଗରଠାରେ ଏକ ବିରାଟ ମେଳା ହୁଏ । ପୁଣ୍ୟଲାଭ ଆଶାରେ ଏହି ଦିନ ଶ୍ରଦ୍ଧାଳୁମାନେ ଗଙ୍ଗାସାଗରରେ ବୁଡ଼ ପକାଇଥାନ୍ତି । ବିଶ୍ୱାସ କରାଯାଏ, ଏହି କାଳ ମଧ୍ୟରେ ମୃତ୍ୟୁବରଣ କରୁଥିବା ମନୁଷ୍ୟ ବିଷ୍ଣୁଲୋକରେ ସ୍ଥାନ ପାଇଥାଏ ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ‘ଉତ୍ତରାୟଣ ଯାତ୍ରା’ ବା ମକର ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ। ମକର ସଂକ୍ରାନ୍ତି ଦିନ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ରୀତିନୀତି କରାଯାଇଥାଏ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ସରିବା ପରେ ଶ୍ରୀଜିଉମାନଙ୍କର ଫୁଟା ପହରଣ ଲାଗି କରାଯାଇଥାଏ । ସକାଳ ଧୂପ ପରେ ମଇଲମ କରାଯାଇ ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କୁ ବେଶ କରାଯାଏ। ଏହାପରେ ନୂଆଲୁଗା ଲାଗି ହୋଇ ଶ୍ରୀଜୀଉମାନଙ୍କୁ ଛଅ ମୂର୍ତ୍ତି ଅଳଙ୍କାରରେ ମଣ୍ଡିତ କରାଯାଇଥାଏ। ଏହାକୁ ମକରବେଶ କୁହାଯାଏ। ଏହିଦିନ ଠାକୁରମାନଙ୍କ ନିକଟରେ ମକର ଚାଉଳ ଭୋଗ କରାଯାଏ। ଏଥିସହିତ ୮୪ ପ୍ରକାରର ପିଠା ଭୋଗ ଲାଗିଥାଏ। ଏହାକୁ ମକର ଚଉରାଶୀ ଭୋଗ ବୋଲି କୁହାଯାଏ।

ତେବେ ହିନ୍ଦୁ ଧର୍ମ ବିଶ୍ୱାସ ଅନୁସାରେ,ଏହି ମକର ସଂକ୍ରାନ୍ତି ଦିନ ଯେଉଁ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ବିଧିପୂର୍ବକ ବେଢ଼ା ପ୍ରଦକ୍ଷିଣ କରନ୍ତି, ସେମାନେ ପୁଣ୍ୟଲାଭ ସହିତ ମୁକ୍ତିଲାଭ କରିଥାଆନ୍ତି । ମକର ସଂକ୍ରାନ୍ତି ଉପଲକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମକର ମେଳା ଆୟୋଜିତ ହୋଇଥାଏ। ଏହି ଦିନ ଅନେକ ସ୍ଥାନରେ ଗୁଡ଼ିଉଡ଼ା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଏ। ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ, ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ। ଓଡ଼ିଆ ପ୍ରବାଦ ଅନୁଯାୟୀ, ‘ମକରଠାରୁ ଦିନ ବକର ହୁଏ’, ଅର୍ଥାତ୍‌ ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ ।

ସୂର୍ଯ୍ୟଙ୍କର ତେଜ ମଧ୍ୟ ଏହି ଦିନଠାରୁ ପ୍ରଖର ହୁଏ । ଦେଶର ବିଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ଭିନ୍ନ ଭିନ୍ନ ନାମରେ ପାଳନ କରାଯାଇଥାଏ। ପ୍ରତ୍ୟେକ ରାଜ୍ୟରେ ଏହାର ନାମ ଏବଂ ପାଳନ ବିଧି ଭିନ୍ନ ପ୍ରକାର ହୋଇଥାଏ। କେରଳ ଏବଂ କର୍ଣ୍ଣାଟକରେ ଏହାକୁ କେବଳ ସଂକ୍ରାନ୍ତି କୁହାଯାଏ। ତାମିଲନାଡ଼ୁରେ ଓ ଆନ୍ଧ୍ର ପ୍ରଦେଶରେ ଏହା ପୋଙ୍ଗଲ ପର୍ବ ଭାବରେ ପାଳନ କରାଯାଇଥାଏ। ପଞ୍ଜାବ ଓ ହରିଆନାରେ ଏହି ଅବସରରେ ନୂଆ ଫସଲକୁ ସ୍ବାଗତ କରିବା ସହ ଉତ୍ସବ ମନାଯାଏ। ଠିକ୍ ଏହାର ଗୋଟିଏ ଦିନ ପୂର୍ବରୁ ଏହି ସବୁ ଅଞ୍ଚଳରେ ଏହାକୁ ଲୋହଡ଼ି ପର୍ବ ଭାବେ ପାଳନ କରାଯାଏ। ଆସାମରେ ଏହି ପର୍ବ ବିହୁ ଭାବେ ପାଳିତ ହୁଏ। ଉତ୍ତର ଭାରତରେ ଗୁଡ଼ ଏବଂ ଘିଅ ସହିତ ଖେଚୁଡ଼ି କରାଯାଇଥାଏ। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଦହିଚୁଡ଼ା ଖାଇବା ଏବଂ ଦାନ କରାଯିବାର ବିଧି ରହିଛି। ମକର ସଂକ୍ରାନ୍ତି ଦିନ ଦାନକର୍ତ୍ତାଙ୍କ ପାଖକୁ ଦାନ ଅର୍ଥର ଶହେଗୁଣା ଫେରି ଆସୁଥିବାର ବିଶ୍ବାସ ରହିଛି। ଏଥିପାଇଁ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ ପରେ ଗରିବ ଲୋକଙ୍କୁ ଘୃତ, ରାଶି, କମ୍ବଳ ଏବଂ ଖେଚୁଡ଼ି ପ୍ରଭୃତି ଦାନ କରାଯାଇଥାଏ। ଏହିଦିନ ଗଙ୍ଗା କୂଳରେ ଦାନ କଲେ ବିଶେଷ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି।

14 Jan 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର