ଆଜି ପବିତ୍ର ମାଘ ସପ୍ତମୀ, କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

The Sakala Picture
Published On

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ପ୍ରବଳ ଭିଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । […]

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ପ୍ରବଳ ଭିଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । ୩ ଠାକୁରଙ୍କ ସ୍ନାନପରେ ବୁଡ଼ ପକାଇଲେ ସାଧୁ ଓ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଜଳ ଅର୍ଘ୍ୟ ସହ ବୁଡ଼ ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଚନ୍ଦ୍ରଭାଗାକୁ ଆସିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍‌ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

04 Feb 2025 By The Sakala

ଆଜି ପବିତ୍ର ମାଘ ସପ୍ତମୀ, କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ପ୍ରବଳ ଭିଡ଼ । ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଭୋରରୁ ଅନେକ ଭକ୍ତ ସ୍ନାନ ବି କରିସାରିଲେଣି। ମାଘ ସପ୍ତମୀ ଉପଲକ୍ଷେ, ବିଳମ୍ବିତ ରାତ୍ରିରେ କୋଣାର୍କ ଠାରେପୂଜିତ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀ ଐଶାନେଶ୍ୱର ଏବଂ ଶ୍ରୀ ଦକ୍ଷିନେଶ୍ୱର ମହାଦେବ, ତିନୋଟି ବିମାନରେ ବିଜେ କରି ଚନ୍ଦ୍ରଭାଗା ତୀର୍ଥସ୍ଥଳରେ ପହଞ୍ଚିଥିଲେ । ପ୍ରଥମେ ଏହି ତୀର୍ଥର ପବିତ୍ର ଜଳରେ, ମହାସ୍ନାନ କରାଯାଇଥିଲା । ୩ ଠାକୁରଙ୍କ ସ୍ନାନପରେ ବୁଡ଼ ପକାଇଲେ ସାଧୁ ଓ ଶ୍ରଦ୍ଧାଳୁ । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଜଳ ଅର୍ଘ୍ୟ ସହ ବୁଡ଼ ।

ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଚନ୍ଦ୍ରଭାଗାକୁ ଆସିଛନ୍ତି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ବୁଡ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଚାରିଜଣ ଆଡିସିନାଲ ଏସ୍‌ପିଙ୍କ ସମେତ ୩୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଚଳିତ ବର୍ଷ ମାଘ ବୁଡକୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ ଓ ବିଭିନ୍ନ ପାର୍କିଂ ସ୍ଥାନ ମାନଙ୍କରେ ବାରିକେଟ ନିର୍ମାଣ ଓ ମେଳା ପଡିଆରେ ଦୁଇଟି ଅସ୍ଥାୟୀ ୱାଚ୍ ଟାୱାର ନିର୍ମାଣ କରାଯାଇଛି। ଚନ୍ଦ୍ରଭାଗା ମେଳା ପଡିଆ, ତୀର୍ଥ ପୁଷ୍କରିଣୀ ଚତୁଃପାର୍ଶ୍ଵ, କୋଣାର୍କ ବଜାର ଆଦି ବିଭିନ୍ନ ସ୍ଥାନ ମାନଙ୍କରେ କୋଣାର୍କ ଏନଏଏସି ପକ୍ଷରୁ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର