ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

The Sakala Picture
Published On

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ । ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା […]

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଦେବାଶିଷ ସାମନ୍ତରାୟ ଥରେ ତିର୍ତ୍ତୋଲ ଓ ଦୁଇଥର କଟକ ବାରବାଟୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦଳର ଜଣେ ବରିଷ୍ଠ ସଦସ୍ୟ ଭାବରେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି। ସେହିପରି ଶୁଭାଶିଷ ଖୁଣ୍ଟିଆ ଛାତ୍ର ରାଜନୀତି ସହ ସମ୍ପୃକ୍ତ ଓ ପୁରୀ ଆଇନ ମହାବିଦ୍ୟାଳୟ ସଭାପତି ରହିଥିଲେ। ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ପରେ ସେ ସମ୍ପ୍ରତି ଯୁବ ବିଜେଡିର ଉପସଭାପତି ରହିଛନ୍ତି। ପୁରୀ ଜିଲ୍ଲାର ଜୀବନବିନ୍ଦୁ ଓ ଓଡ଼ିଶା ମୋ ପରିବାରର ସଂଯୋଜକ ଭାବରେ ସେ କାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଶୁଭାଶିଷ ଦଳ ପ୍ରତି ସମ୍ପୂର୍ଣ ସମର୍ପିତ ତଥା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଭାବରେ ପରିଚିତ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଚଳିତ ମାସ ୨୭ ତାରିଖରେ ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ସହିତ ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ ୮ ତାରିଖରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଡ. ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ଅନିବାର୍ଯ୍ୟ ହୋଇ ପଡ଼ିଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଖାଲି ହେବାକୁଥିବା ୩ଟି ଆସନ ବିଜେଡି ଦଖଲ କରିବା ନିଶ୍ଚିତ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ୨୭ରେ ମତଦାନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ସେହି ଦିନ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ।

13 Feb 2024 By The Sakala

ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ

ଭୁବନେଶ୍ବର: ଆଜି ନାମାଙ୍କନ ଭରିବେ ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ । ପ୍ରଥମେ ଉଭୟ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ। ପରେ ସେମାନେ ବିଧାନସଭା ଯାଇ ନାମାଙ୍କନ ଦାଖଲ କରିବେ ।

ଗତକାଲି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।

ଦେବାଶିଷ ସାମନ୍ତରାୟ ଥରେ ତିର୍ତ୍ତୋଲ ଓ ଦୁଇଥର କଟକ ବାରବାଟୀ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଦଳର ଜଣେ ବରିଷ୍ଠ ସଦସ୍ୟ ଭାବରେ ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଥିବା ସୂଚନା ମିଳିଛି। ସେହିପରି ଶୁଭାଶିଷ ଖୁଣ୍ଟିଆ ଛାତ୍ର ରାଜନୀତି ସହ ସମ୍ପୃକ୍ତ ଓ ପୁରୀ ଆଇନ ମହାବିଦ୍ୟାଳୟ ସଭାପତି ରହିଥିଲେ। ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ପରେ ସେ ସମ୍ପ୍ରତି ଯୁବ ବିଜେଡିର ଉପସଭାପତି ରହିଛନ୍ତି। ପୁରୀ ଜିଲ୍ଲାର ଜୀବନବିନ୍ଦୁ ଓ ଓଡ଼ିଶା ମୋ ପରିବାରର ସଂଯୋଜକ ଭାବରେ ସେ କାର୍ଯ୍ୟ କରିଛନ୍ତି। ଶ୍ରୀମନ୍ଦିର ସେବାୟତ ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ଶୁଭାଶିଷ ଦଳ ପ୍ରତି ସମ୍ପୂର୍ଣ ସମର୍ପିତ ତଥା ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଅନୁଗତ ଭାବରେ ପରିଚିତ।

ଚଳିତ ମାସ ୨୭ ତାରିଖରେ ଓଡ଼ିଶାର ତିନିଟି ରାଜ୍ୟସଭା ଆସନ ସହିତ ୧୫ଟି ରାଜ୍ୟର ୫୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଚଳିତ ମାସ ୮ ତାରିଖରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଡ. ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ ତାରିଖରେ ଶେଷ ହେଉଥିବାରୁ ଏହି ଆସନ ପାଇଁ ନିର୍ବାଚନ ଅନିବାର୍ଯ୍ୟ ହୋଇ ପଡ଼ିଛି। ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ରାଜ୍ୟରେ ଖାଲି ହେବାକୁଥିବା ୩ଟି ଆସନ ବିଜେଡି ଦଖଲ କରିବା ନିଶ୍ଚିତ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ସେହିପରି ଫେବ୍ରୁଆରୀ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବାକୁ ଥିବାବେଳେ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ୨୭ରେ ମତଦାନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ। ସେହି ଦିନ ସନ୍ଧ୍ୟା ୫ଟା ବେଳେ ଭୋଟ ଗଣତି ହେବ।

https://www.thesakala.in/latest-odisha-news/today-bjd-rajya-sabha-candidates-file-their-nomination/article-29867
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର