ଯନ୍ତାରେ ଧରାପଡିଲାନି, ଶେଷରେ ଟ୍ରାଙ୍କୁଲାଇଜ୍ ହେଲା ସୁନ୍ଦରୀ

The Sakala Picture
Published On

ଅନୁଗୁଳ: ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଜାରି ରହିଥିବା ଉଦ୍ୟମର ଆଜି ଅନ୍ତ ଘଟିଛି।  ଆଜି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଛି। ଏ ନେଇ ଆରସିସିଏଫ୍ ପ୍ରଦୀପରାଜ କରାଟ ସୂଚନା ଦେଇଛନ୍ତି। ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ‘ସୁନ୍ଦରୀ’କୁ ଧରିବ ଲାଗି ଯନ୍ତା ବସାଇଥିଲେ। ଏହି ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଥିଲା। ଯନ୍ତା ଭିତରେ ଖାଇବାକୁ […]

ଅନୁଗୁଳ: ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଜାରି ରହିଥିବା ଉଦ୍ୟମର ଆଜି ଅନ୍ତ ଘଟିଛି।  ଆଜି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଛି। ଏ ନେଇ ଆରସିସିଏଫ୍ ପ୍ରଦୀପରାଜ କରାଟ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରରେ ପ୍ରବଳ ଗ୍ରୀଷ୍ମପ୍ରବାହ: ଜୁନ୍ ୨୦ ଯାଏଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ଘୋଷଣା

ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ‘ସୁନ୍ଦରୀ’କୁ ଧରିବ ଲାଗି ଯନ୍ତା ବସାଇଥିଲେ। ଏହି ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଥିଲା। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଥିଲା। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ  ସୁନ୍ଦରୀ ଯନ୍ତାରେ ଥିବା ଖାଦ୍ଯକୁ ଗ୍ରହଣ କରି ନ ଥିଲା।  ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରଙ୍କୁଲାଇଜ ନ କରିବା ପାଇଁ ନିର୍ଦେଶ ଥିବାରୁ ଏଭଳି ଉପାୟରେ ଧରିବାକୁ ଉଦ୍ୟମ କରା ଯାଇଥିଲା।  କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ୱବାଧାନରେ ଡାକ୍ତର ଓ ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ସେଠାରେ ସମ୍ପୂର୍ଣ ନିୟୋଜିତ ରହିଥିଲେ। ତାଙ୍କୁ ସାତକୋଶିଆ ଡ଼ିଏଫଓ ଏବଂ ଏସିଏଫ ଙ୍କ ସମେତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟପ୍ରଦେଶରୁ ଆସିଥିବା ଟିମକୁ ସାହାଯ୍ୟ କରିଥିଲେ।

ଆହୁରି ପଢ଼ନ୍ତୁ: ମହିମା ଅଲେଖ ବାବାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା !

ଯଦି ଯନ୍ତାରେ ସୁନ୍ଦରୀ ଧରା ନଦିଏ ତେବେ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ତାକୁ ଟ୍ରଙ୍କୁଲାଇଜ କରାଯାଇ ଧରାଜୀବ ତାପରେ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାରେ କାହ୍ନ। ବ୍ୟାଘ୍ର ପ୍ରକଳ୍ପରୁ ପଠା ଯିବ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ବିଜେପି ସରକାରକୁ ବିଜେଡିର କଟାକ୍ଷ: ଭାଷା ଜନନୀର ବସ୍ତ୍ରହରଣ କରିଛନ୍ତି ବିଜେପି ସରକାର

ସୂଚନା ଅନୁଯାୟୀ, ସୁନ୍ଦରୀ’କୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଛି । ସେଠାରେ ଗରିଲା ଏନକ୍ଲୋଜରରେ ‘ସୁନ୍ଦରୀ’କୁ ଛଡ଼ାଯିବାର ଯୋଜନା ରହିଛି ।

23 Mar 2021 By The Sakala

ଯନ୍ତାରେ ଧରାପଡିଲାନି, ଶେଷରେ ଟ୍ରାଙ୍କୁଲାଇଜ୍ ହେଲା ସୁନ୍ଦରୀ

ଅନୁଗୁଳ: ସାତକୋଶିଆ ରାଇଗୋଡା ରେଞ୍ଜରେ ଏନକ୍ଲୋଜର ଭିତରେ ଥିବା ସୁନ୍ଦରୀକୁ ଧରିବା ପାଇଁ ଜାରି ରହିଥିବା ଉଦ୍ୟମର ଆଜି ଅନ୍ତ ଘଟିଛି।  ଆଜି ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ କରାଯାଇ ଯନ୍ତାରେ ଭର୍ତ୍ତି କରାଯାଇଛି। ଏ ନେଇ ଆରସିସିଏଫ୍ ପ୍ରଦୀପରାଜ କରାଟ ସୂଚନା ଦେଇଛନ୍ତି।

ଗତ ରବିବାର ଅପରାହ୍ନରୁ ମଧ୍ୟପ୍ରଦେଶର କାହ୍ନା ବ୍ୟଘ୍ର ପ୍ରକଳ୍ପରୁ ଆସିଥିବା ୬ଜଣିଆ ଟିମ ‘ସୁନ୍ଦରୀ’କୁ ଧରିବ ଲାଗି ଯନ୍ତା ବସାଇଥିଲେ। ଏହି ସ୍ୱତନ୍ତ୍ର ଯନ୍ତାକୁ ଖୁଆଡ଼ ଭିତରେ ରଖା ଯାଇଥିଲା। ଯନ୍ତା ଭିତରେ ଖାଇବାକୁ ଦିଆ ଯାଇଥିଲା। ସୁନ୍ଦରୀ ଖାଇବାକୁ ଆସିବା କ୍ଷଣି ଯନ୍ତା ବନ୍ଦ କରିଦିଆଯିବାର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ  ସୁନ୍ଦରୀ ଯନ୍ତାରେ ଥିବା ଖାଦ୍ଯକୁ ଗ୍ରହଣ କରି ନ ଥିଲା।  ସୁନ୍ଦରୀକୁ ପ୍ରଥମେ ଆଦୌ ଟ୍ରଙ୍କୁଲାଇଜ ନ କରିବା ପାଇଁ ନିର୍ଦେଶ ଥିବାରୁ ଏଭଳି ଉପାୟରେ ଧରିବାକୁ ଉଦ୍ୟମ କରା ଯାଇଥିଲା।  କାହ୍ନାରୁ ଆସିଥିବା ଜଣେ ଏସିଏଫଙ୍କ ତତ୍ୱବାଧାନରେ ଡାକ୍ତର ଓ ବିଶେଷଜ୍ଞ ଏବଂ ଅନ୍ୟ ସହଯୋଗୀ କର୍ମଚାରୀ ମାନେ ସେଠାରେ ସମ୍ପୂର୍ଣ ନିୟୋଜିତ ରହିଥିଲେ। ତାଙ୍କୁ ସାତକୋଶିଆ ଡ଼ିଏଫଓ ଏବଂ ଏସିଏଫ ଙ୍କ ସମେତ ଅନ୍ୟ ବନ୍ୟ କର୍ମଚାରୀ ମାନେ ମଧ୍ୟପ୍ରଦେଶରୁ ଆସିଥିବା ଟିମକୁ ସାହାଯ୍ୟ କରିଥିଲେ।

ଯଦି ଯନ୍ତାରେ ସୁନ୍ଦରୀ ଧରା ନଦିଏ ତେବେ ସରକାରଙ୍କ ଠାରୁ ଅନୁମତି ଅଣାଯାଇ ତାକୁ ଟ୍ରଙ୍କୁଲାଇଜ କରାଯାଇ ଧରାଜୀବ ତାପରେ ମଧ୍ୟପ୍ରଦେଶରୁ ଆସିଥିବା ସ୍ୱତନ୍ତ୍ର ଯନ୍ତାରେ କାହ୍ନ। ବ୍ୟାଘ୍ର ପ୍ରକଳ୍ପରୁ ପଠା ଯିବ ବୋଲି ସାତକୋଶିଆ ଫିଲଡ଼ ଡ଼ାଇରେକ୍ଟର ପ୍ରକାଶ କରିଥିଲେ।

ସୂଚନା ଅନୁଯାୟୀ, ସୁନ୍ଦରୀ’କୁ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଯାଉଛି । ସେଠାରେ ଗରିଲା ଏନକ୍ଲୋଜରରେ ‘ସୁନ୍ଦରୀ’କୁ ଛଡ଼ାଯିବାର ଯୋଜନା ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର