ବସ୍ତାରେ ଥିଲା ବାଘ ଛାଲ, ମାଡିବସିଲା ଏସ୍‌ଟିଏଫ୍‌ ଟିମ୍‌; ଜଣେ ଗିରଫ

The Sakala Picture
Published On

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ କପାସିରାରେ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ ସୋମବାର ଜଣକଠାରୁ ୨ଟି ଚିତାବାଘ ଛାଲ ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ କଣ୍ଟାମାଳ ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତ ଡୁଦ୍ରା ଗ୍ରାମର ଜୀବର୍ଦ୍ଧନ ଭୋଇ (୨୫) କୁ ଗିରଫ କରିଛି। କପାସିରା ଛକରେ ସେ ଏକ ପ୍ଲାଷ୍ଟିକ ବସ୍ତା ଧରି ଠିଆ ହୋଇଥିବାବେଳେ ଧରା ପଡ଼ିଥିଲା । ସନ୍ଦେହରେ ତାକୁ ଧରି ବସ୍ତା ତନଖ୍ କରିବାରୁ ସେଥୁରୁ ୨ଟି […]

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ କପାସିରାରେ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ ସୋମବାର ଜଣକଠାରୁ ୨ଟି ଚିତାବାଘ ଛାଲ ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ କଣ୍ଟାମାଳ ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତ ଡୁଦ୍ରା ଗ୍ରାମର ଜୀବର୍ଦ୍ଧନ ଭୋଇ (୨୫) କୁ ଗିରଫ କରିଛି। କପାସିରା ଛକରେ ସେ ଏକ ପ୍ଲାଷ୍ଟିକ ବସ୍ତା ଧରି ଠିଆ ହୋଇଥିବାବେଳେ ଧରା ପଡ଼ିଥିଲା । ସନ୍ଦେହରେ ତାକୁ ଧରି ବସ୍ତା ତନଖ୍ କରିବାରୁ ସେଥୁରୁ ୨ଟି ଚିତା ବାଘ ଛାଲ ମିଳିଥିଲା। ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ବାଘଛାଲ କାରବାର ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଏକ ଟିମ୍‌ ସୋନପୁରରେ କ୍ୟାମ୍ପ କରିଥିଲେ ।ସୋମବାର ମଧ୍ୟାହ୍ନରେ କପାସିରା ଛକଠାରେ ବାଘଛାଲ ଚୋରାଚାଲାଣ ହେଉଥିବା ଉକ୍ତ ଟିମ୍‌ ଖବର ପାଇ ବିଭାଗୀୟ ଏସ୍‌ପିଙ୍କୁ ଜଣାଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଟିଏଫ ଟିମ୍‌ କପାସିରା ଛକରେ ପାଟ୍ରୋଲିଂ କରିଥିଲେ । ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ତାକୁ ଗିରଫ କରି ବୌଦ୍ଧ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରିଛି । ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ମନମୁଣ୍ଡା ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

19 Oct 2021 By The Sakala

ବସ୍ତାରେ ଥିଲା ବାଘ ଛାଲ, ମାଡିବସିଲା ଏସ୍‌ଟିଏଫ୍‌ ଟିମ୍‌; ଜଣେ ଗିରଫ

ମନମୁଣ୍ଡା: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଧୀନ କପାସିରାରେ ଭୁବନେଶ୍ବର ସ୍ପେଶାଲ ଟାସ୍କ ଫୋର୍ସ ସୋମବାର ଜଣକଠାରୁ ୨ଟି ଚିତାବାଘ ଛାଲ ଜବତ କରିଛି । ଏହି ଘଟଣାରେ ଅଭିଯୁକ୍ତ କଣ୍ଟାମାଳ ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତ ଡୁଦ୍ରା ଗ୍ରାମର ଜୀବର୍ଦ୍ଧନ ଭୋଇ (୨୫) କୁ ଗିରଫ କରିଛି। କପାସିରା ଛକରେ ସେ ଏକ ପ୍ଲାଷ୍ଟିକ ବସ୍ତା ଧରି ଠିଆ ହୋଇଥିବାବେଳେ ଧରା ପଡ଼ିଥିଲା । ସନ୍ଦେହରେ ତାକୁ ଧରି ବସ୍ତା ତନଖ୍ କରିବାରୁ ସେଥୁରୁ ୨ଟି ଚିତା ବାଘ ଛାଲ ମିଳିଥିଲା। ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳରେ ବାଘଛାଲ କାରବାର ହେଉଥିବା ଖବର ପାଇ ଏସ୍‌ଟିଏଫ୍‌ର ଏକ ଟିମ୍‌ ସୋନପୁରରେ କ୍ୟାମ୍ପ କରିଥିଲେ ।ସୋମବାର ମଧ୍ୟାହ୍ନରେ କପାସିରା ଛକଠାରେ ବାଘଛାଲ ଚୋରାଚାଲାଣ ହେଉଥିବା ଉକ୍ତ ଟିମ୍‌ ଖବର ପାଇ ବିଭାଗୀୟ ଏସ୍‌ପିଙ୍କୁ ଜଣାଇଥିଲେ । ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଟିଏଫ ଟିମ୍‌ କପାସିରା ଛକରେ ପାଟ୍ରୋଲିଂ କରିଥିଲେ । ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ଅନୁସାରେ ତାକୁ ଗିରଫ କରି ବୌଦ୍ଧ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରିଛି । ମଙ୍ଗଳବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ମନମୁଣ୍ଡା ରେଞ୍ଜ ଅଫିସର ନାରାୟଣ ସ୍ୱାଇଁ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର