ସୋମବାରୁଠାରୁ ରାଜ୍ୟରେ ବଢିବ କାଳବୈଶାଖି ବର୍ଷା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି

The Sakala Picture
Published On

ଭୁବନେଶ୍ୱର:ରାଜ୍ୟରେ ବଢିବ କାଳବୈଶାଖି ବର୍ଷା। ସୋମବାରଠାରୁ ବର୍ଷା ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରିଛି ପାଣିପାଗ […]

ଭୁବନେଶ୍ୱର:ରାଜ୍ୟରେ ବଢିବ କାଳବୈଶାଖି ବର୍ଷା। ସୋମବାରଠାରୁ ବର୍ଷା ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ୧୫ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ୍ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡା, ବରଗଡ଼, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ ଏବଂ ଯାଜପୁର ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପବନ ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି: ଆଜି ବି ଭଦ୍ରକ, ଯାଜପୁର ଏବଂ ସୁନ୍ଦରଗଡ଼ରେ ବନ୍ଦ ରହିଛି ସ୍କୁଲ୍

ଆସନ୍ତା ୧୧ ତାରିଖରୁ ଉତ୍ତର ବଙ୍ଗୋପସାଗର ରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏବେ ରାଜ୍ୟରେ ପ୍ରାକ୍ ମୌସୁମୀ ସକ୍ରିୟ ଥିବା ବେଳେ ଆସନ୍ତା ୧୧ ତାରିଖରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

ତେବେ ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସତର୍କତା ଜାରି କରାଯାଇଛି । ସେପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ମୌସୁମୀ ବାୟୁ ଗୋଟେ ସପ୍ତାହ ମଧ୍ୟରେ ଓଡିଶା ଛୁଇଁବାକୁ ଥିବେବେଳେ ଏବେ ଠାରୁ ଆରମ୍ଭ ହେବାକୁ ଯାଉଛି ବର୍ଷା । ଏଥିପାଇଁ ୧୫ ଜିଲ୍ଲାକୁ ଆଗୁଆ ସତର୍କ କରାଇଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ।

ଆହୁରି ପଢ଼ନ୍ତୁ: ମାଷ୍ଟର କ୍ୟାଣ୍ଟିନ୍ ଛକରେ ବ୍ୟାପକ ହିଂସାକାଣ୍ଡ ଘଟଣା: କ୍ଷମା ମାଗିଲେ ଅନ୍‌ଲାଇନ୍ ଅଟୋ ସଂଘ ସଭାପତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର