ଆଇପିଏସ୍‌‌ ସ୍ତରରେ ହେବ ବଡ଼ ଅଦଳବଦଳ! କଟକ ଓ ଭୁବନେଶ୍ୱର ଡିସିପିଙ୍କ ସହ ବଦଳିପାରନ୍ତି ପୁଲିସ କମିସନର

The Sakala Picture
Published On

ଭୁବନେଶ୍ୱର : ରଥଯାତ୍ରା ସରିଛି। ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବ ବଜେଟ୍‌‌ ଅଧିବେଶନ। ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀସ୍ତରରେ ଏକ ବଡ଼ ଅଦଳବଦଳ ହେବା ଚର୍ଚ୍ଚା ଦାନା ବାନ୍ଧିଛି। ସ୍ୱାଭାବିକ ଭାବରେ ସରକାର ବଦଳିଲେ ଆଇଏଏସ୍‌‌, ଆଇପିଏସ୍‌‌ସ୍ତରରେ ଅଦଳ ବଦଳ ହୁଏ। ନୂଆ ସରକାର ଗଠନ ପରେ ରଥଯାତ୍ରା ଓ ବଜେଟ ଅଧିବେଶନ ଥିବାରୁ କେବଳ ସଂକ୍ଷିପ୍ତ ବଦଳି ଭିନ୍ନ ବଡ଼ଧରଣର ତାଲିକା ପ୍ରକାଶ ପାଇନାହିଁ। ତେଣୁ ଖୁବ୍‌‌ ଶୀଘ୍ର ଆଇପିଏସ୍‌‌ସ୍ତରରେ ବଡ଼ ଅଦଳବଦଳ […]

ଭୁବନେଶ୍ୱର : ରଥଯାତ୍ରା ସରିଛି। ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବ ବଜେଟ୍‌‌ ଅଧିବେଶନ। ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀସ୍ତରରେ ଏକ ବଡ଼ ଅଦଳବଦଳ ହେବା ଚର୍ଚ୍ଚା ଦାନା ବାନ୍ଧିଛି। ସ୍ୱାଭାବିକ ଭାବରେ ସରକାର ବଦଳିଲେ ଆଇଏଏସ୍‌‌, ଆଇପିଏସ୍‌‌ସ୍ତରରେ ଅଦଳ ବଦଳ ହୁଏ। ନୂଆ ସରକାର ଗଠନ ପରେ ରଥଯାତ୍ରା ଓ ବଜେଟ ଅଧିବେଶନ ଥିବାରୁ କେବଳ ସଂକ୍ଷିପ୍ତ ବଦଳି ଭିନ୍ନ ବଡ଼ଧରଣର ତାଲିକା ପ୍ରକାଶ ପାଇନାହିଁ। ତେଣୁ ଖୁବ୍‌‌ ଶୀଘ୍ର ଆଇପିଏସ୍‌‌ସ୍ତରରେ ବଡ଼ ଅଦଳବଦଳ ହେବା ଆଭାସ ମିଳିଛି। ଖୁବ୍‌‌ ଶୀଘ୍ର ଏ ନେଇ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ତାଳଚେର ସାର କାରଖାନା କାର୍ଯ୍ୟକାରିତାକୁ ନେଇ ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନ

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିଏସ୍‌‌ ଅଦଳବଦଳ ସଂକ୍ରାନ୍ତ ନିଷ୍ପତ୍ତି ଆପାତତଃ ଚୂଡ଼ାନ୍ତ ହୋଇ ସାରିଛି। ଏ ସଂକ୍ରାନ୍ତରେ ଆଉ କିଛି ବିଚାରବିମର୍ଷ ବାକି ରହିଛି ଓ ସବୁଜସଙ୍କେତ ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱୈତ ନଗରୀ ପୁଲିସ କମିଶନର ସଞ୍ଜୀବ ପଣ୍ଡା, କଟକ ଓ ଭୁବନେଶ୍ୱର ଡ଼ିସିପିଙ୍କୁ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି। ସିପି ଶ୍ରୀ ପଣ୍ଡାଙ୍କର ବଦଳି ଅବଧି ହୋଇ ନ ଥିଲେ ମଧ୍ୟ ସରକାର ନିଜ ପସନ୍ଦର ଅଧିକାରୀଙ୍କୁ ଏହି ପଦରେ ବସାଇବାକୁ ଚାହୁଁଛନ୍ତି। ଏହା ସହିତ ଏଡ଼ିଜି ପାହ୍ୟାର ଅଧିକାରୀମାନଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ। ଅନୁରୂପ ଭାବରେ ଗୁଇନ୍ଦା ନିର୍ଦ୍ଦେଶକ, ଭିଜିଲାନ୍ସ ନିର୍ଦ୍ଦେଶକ, ଏଡିଜି ଆଇନ୍‌‌ ଶୃଙ୍ଖଳା, ଏଡିଜି ଟ୍ରାଫିକ୍‌‌ଙ୍କ ସହି ଦକ୍ଷିଣାଞ୍ଚଳ, ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ମୁଖିଆଙ୍କୁ ପରିବର୍ତ୍ତନ କରାଯିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି। ଅନୁରୂପ ଭାବରେ ଗୃହ ବିଭାଗରେ କାର୍ଯ୍ୟରତ କିଛି ଆଇପିଏସ୍‌‌ଙ୍କୁ ଅନ୍ୟ ସ୍ଥାନରେ ଅବସ୍ଥାପିତ କରାଯିବା ସମ୍ଭାବନା ଥିବା ମଧ୍ୟ କୁହାଯାଉଛି।

ଆହୁରି ପଢ଼ନ୍ତୁ: ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ

ତେବେ ପରବର୍ତ୍ତୀ ଡ଼ିଜି ପଦକୁ ନେଇ ଅଙ୍କ ଛିଡ଼ୁ ନାହିଁ। ଭାରପ୍ରାପ୍ତ ଡ଼ିଜି ଅରୁଣ ଷଡ଼ଙ୍ଗୀ ନିଜ ପଦ ବଜାୟ ରଖିବେ ନା ସରକାର ନୂଆ ଡ଼ିଜି ନିଯୁକ୍ତ କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ଅରୁଣ ଷଡ଼ଙ୍ଗୀ ୨୦୨୩ ଡିସେମ୍ବର ୩୧ରେ ଦାୟିତ୍ୱ ନେଇଥିଲେ। ସଫଳତାର ସହ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ। ରଥଯାତ୍ରା ସବୁବେଳେ ପୁଲିସ ବିଭାଗ ପାଇଁ ଆହ୍ୱାନ ପାଲଟିଥିବାବେଳେ ତାହାକୁ ମଧ୍ୟ ସେ ଶୃଙ୍ଖଳାର ସହ ସମାପନ କରିବାରେ ସକ୍ଷମ ହୋଇଥିଲେ। ତେଣୁ ସେ ନିଜ ପଦ ବଜାୟ ରଖିପାରନ୍ତି ବୋଲି କୁହାଯାଉଛି। ଏହା ସତ୍ତ୍ବେ ପରବର୍ତ୍ତୀ ଡିଜି ପଦ ପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି। ୧୯୮୮ ବ୍ୟାଚ୍‌‌ର ଆଇପିଏସ୍‌‌ ତଥା ସରକାରୀ ପ୍ରେସର ମୁଖ୍ୟ ଅରୁଣ ରାୟ, ୧୯୮୯ ବ୍ୟାଚ୍‌‌ ଆଇପିଏସ୍‌‌ ତଥା ଜେଲ୍‌‌ ଡିଜି ଅମୃତ ମୋହନ ପ୍ରସାଦ, ବିଏସ୍‌‌ଏଫ୍‌‌ ସ୍ୱତନ୍ତ୍ର ଡ଼ିଜି ତଥା ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ଯୋଗେଶ ବାହାଦୂର ଖୁରାନିଆଙ୍କ ନାମ ଚର୍ଚ୍ଚା ହେଉଥିବାବେଳେ ଅଗ୍ନିଶମ ଡିଜି ତଥା ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ସୁଧାଂଶୁ ଷଡ଼ଙ୍ଗୀ ଦୌଡ଼ରେ ଆଗରେ ଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ: ନବୀନଙ୍କ କୃତିକୁ ନିଜର ବୋଲି ପ୍ରଚାର କରୁଛି ବିଜେପି : ବିଜେଡି

19 Jul 2024 By The Sakala

ଆଇପିଏସ୍‌‌ ସ୍ତରରେ ହେବ ବଡ଼ ଅଦଳବଦଳ! କଟକ ଓ ଭୁବନେଶ୍ୱର ଡିସିପିଙ୍କ ସହ ବଦଳିପାରନ୍ତି ପୁଲିସ କମିସନର

ଭୁବନେଶ୍ୱର : ରଥଯାତ୍ରା ସରିଛି। ଆଗାମୀ ସପ୍ତାହରେ ଅନୁଷ୍ଠିତ ହେବ ବଜେଟ୍‌‌ ଅଧିବେଶନ। ଏହା ମଧ୍ୟରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀସ୍ତରରେ ଏକ ବଡ଼ ଅଦଳବଦଳ ହେବା ଚର୍ଚ୍ଚା ଦାନା ବାନ୍ଧିଛି। ସ୍ୱାଭାବିକ ଭାବରେ ସରକାର ବଦଳିଲେ ଆଇଏଏସ୍‌‌, ଆଇପିଏସ୍‌‌ସ୍ତରରେ ଅଦଳ ବଦଳ ହୁଏ। ନୂଆ ସରକାର ଗଠନ ପରେ ରଥଯାତ୍ରା ଓ ବଜେଟ ଅଧିବେଶନ ଥିବାରୁ କେବଳ ସଂକ୍ଷିପ୍ତ ବଦଳି ଭିନ୍ନ ବଡ଼ଧରଣର ତାଲିକା ପ୍ରକାଶ ପାଇନାହିଁ। ତେଣୁ ଖୁବ୍‌‌ ଶୀଘ୍ର ଆଇପିଏସ୍‌‌ସ୍ତରରେ ବଡ଼ ଅଦଳବଦଳ ହେବା ଆଭାସ ମିଳିଛି। ଖୁବ୍‌‌ ଶୀଘ୍ର ଏ ନେଇ ସ୍ପଷ୍ଟ ଚିତ୍ର ମିଳିବାର ସମ୍ଭାବନା ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇପିଏସ୍‌‌ ଅଦଳବଦଳ ସଂକ୍ରାନ୍ତ ନିଷ୍ପତ୍ତି ଆପାତତଃ ଚୂଡ଼ାନ୍ତ ହୋଇ ସାରିଛି। ଏ ସଂକ୍ରାନ୍ତରେ ଆଉ କିଛି ବିଚାରବିମର୍ଷ ବାକି ରହିଛି ଓ ସବୁଜସଙ୍କେତ ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଦ୍ୱୈତ ନଗରୀ ପୁଲିସ କମିଶନର ସଞ୍ଜୀବ ପଣ୍ଡା, କଟକ ଓ ଭୁବନେଶ୍ୱର ଡ଼ିସିପିଙ୍କୁ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି। ସିପି ଶ୍ରୀ ପଣ୍ଡାଙ୍କର ବଦଳି ଅବଧି ହୋଇ ନ ଥିଲେ ମଧ୍ୟ ସରକାର ନିଜ ପସନ୍ଦର ଅଧିକାରୀଙ୍କୁ ଏହି ପଦରେ ବସାଇବାକୁ ଚାହୁଁଛନ୍ତି। ଏହା ସହିତ ଏଡ଼ିଜି ପାହ୍ୟାର ଅଧିକାରୀମାନଙ୍କୁ ମଧ୍ୟ ପରିବର୍ତ୍ତନ କରାଯିବ। ଅନୁରୂପ ଭାବରେ ଗୁଇନ୍ଦା ନିର୍ଦ୍ଦେଶକ, ଭିଜିଲାନ୍ସ ନିର୍ଦ୍ଦେଶକ, ଏଡିଜି ଆଇନ୍‌‌ ଶୃଙ୍ଖଳା, ଏଡିଜି ଟ୍ରାଫିକ୍‌‌ଙ୍କ ସହି ଦକ୍ଷିଣାଞ୍ଚଳ, ପୂର୍ବାଞ୍ଚଳ, ଉତ୍ତରାଞ୍ଚଳ, ଦକ୍ଷିଣ ପଶ୍ଚିମାଞ୍ଚଳ ପୁଲିସ ମୁଖିଆଙ୍କୁ ପରିବର୍ତ୍ତନ କରାଯିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି। ଅନୁରୂପ ଭାବରେ ଗୃହ ବିଭାଗରେ କାର୍ଯ୍ୟରତ କିଛି ଆଇପିଏସ୍‌‌ଙ୍କୁ ଅନ୍ୟ ସ୍ଥାନରେ ଅବସ୍ଥାପିତ କରାଯିବା ସମ୍ଭାବନା ଥିବା ମଧ୍ୟ କୁହାଯାଉଛି।

ତେବେ ପରବର୍ତ୍ତୀ ଡ଼ିଜି ପଦକୁ ନେଇ ଅଙ୍କ ଛିଡ଼ୁ ନାହିଁ। ଭାରପ୍ରାପ୍ତ ଡ଼ିଜି ଅରୁଣ ଷଡ଼ଙ୍ଗୀ ନିଜ ପଦ ବଜାୟ ରଖିବେ ନା ସରକାର ନୂଆ ଡ଼ିଜି ନିଯୁକ୍ତ କରିବେ ତାହା ସ୍ପଷ୍ଟ ହୋଇ ନାହିଁ। ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ଅରୁଣ ଷଡ଼ଙ୍ଗୀ ୨୦୨୩ ଡିସେମ୍ବର ୩୧ରେ ଦାୟିତ୍ୱ ନେଇଥିଲେ। ସଫଳତାର ସହ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା କରିଥିଲେ। ରଥଯାତ୍ରା ସବୁବେଳେ ପୁଲିସ ବିଭାଗ ପାଇଁ ଆହ୍ୱାନ ପାଲଟିଥିବାବେଳେ ତାହାକୁ ମଧ୍ୟ ସେ ଶୃଙ୍ଖଳାର ସହ ସମାପନ କରିବାରେ ସକ୍ଷମ ହୋଇଥିଲେ। ତେଣୁ ସେ ନିଜ ପଦ ବଜାୟ ରଖିପାରନ୍ତି ବୋଲି କୁହାଯାଉଛି। ଏହା ସତ୍ତ୍ବେ ପରବର୍ତ୍ତୀ ଡିଜି ପଦ ପାଇଁ ୪ ଜଣ ବରିଷ୍ଠ ଅଧିକାରୀଙ୍କ ନାମ ଚର୍ଚ୍ଚାର ପରିଧିରେ ରହିଛି। ୧୯୮୮ ବ୍ୟାଚ୍‌‌ର ଆଇପିଏସ୍‌‌ ତଥା ସରକାରୀ ପ୍ରେସର ମୁଖ୍ୟ ଅରୁଣ ରାୟ, ୧୯୮୯ ବ୍ୟାଚ୍‌‌ ଆଇପିଏସ୍‌‌ ତଥା ଜେଲ୍‌‌ ଡିଜି ଅମୃତ ମୋହନ ପ୍ରସାଦ, ବିଏସ୍‌‌ଏଫ୍‌‌ ସ୍ୱତନ୍ତ୍ର ଡ଼ିଜି ତଥା ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ଯୋଗେଶ ବାହାଦୂର ଖୁରାନିଆଙ୍କ ନାମ ଚର୍ଚ୍ଚା ହେଉଥିବାବେଳେ ଅଗ୍ନିଶମ ଡିଜି ତଥା ୧୯୯୦ ବ୍ୟାଚ୍‌‌ ଆଇପିଏସ୍‌‌ ସୁଧାଂଶୁ ଷଡ଼ଙ୍ଗୀ ଦୌଡ଼ରେ ଆଗରେ ଥିବା କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର