ଧାନ ସଂଗ୍ରହ: ଉପାନ୍ତରୁ ଉପକୂଳ ସୀମା ଟପିଛି ଅବ୍ୟବସ୍ଥା
କେନ୍ଦ୍ରାପଡ଼ା: ନଭେମ୍ବର ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଅନେକ ଜିଲ୍ଲାରେ ଶେଷ ହୋଇଛି । ଅନ୍ୟ କିଛି ଜିଲ୍ଲାରେ କ୍ରୟ ପ୍ରକ୍ରିୟା ଅଘୋଷିତ ଭାବରେ ବନ୍ଦ । ମାତ୍ର ବିଡ଼ମ୍ବନା ହେଉଛି ଯାବତୀୟ ଅବ୍ୟବସ୍ଥାରେ ଚାଷୀ ଦହଗଞ୍ଜ ହୋଇଥିଲେ ହେଁ ସରକାର ପୁରା ନିରବ । ଯୋଗାଣ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଚାଷୀଙ୍କୁ ହତାଶ କରିଛି । ୮୦୦ ଟଙ୍କା ଇନ୍ପୁଟ୍ ସବସିଡ଼ି ଦିଆଯାଇଥିବା […]
କେନ୍ଦ୍ରାପଡ଼ା: ନଭେମ୍ବର ମାସରୁ ରାଜ୍ୟରେ ଆରମ୍ଭ ହୋଇଥିବା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଅନେକ ଜିଲ୍ଲାରେ ଶେଷ ହୋଇଛି । ଅନ୍ୟ କିଛି ଜିଲ୍ଲାରେ କ୍ରୟ ପ୍ରକ୍ରିୟା ଅଘୋଷିତ ଭାବରେ ବନ୍ଦ । ମାତ୍ର ବିଡ଼ମ୍ବନା ହେଉଛି ଯାବତୀୟ ଅବ୍ୟବସ୍ଥାରେ ଚାଷୀ ଦହଗଞ୍ଜ ହୋଇଥିଲେ ହେଁ ସରକାର ପୁରା ନିରବ । ଯୋଗାଣ ବିଭାଗ, ସମବାୟ ବିଭାଗ, କୃଷି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଚାଷୀଙ୍କୁ ହତାଶ କରିଛି । ୮୦୦ ଟଙ୍କା ଇନ୍ପୁଟ୍ ସବସିଡ଼ି ଦିଆଯାଇଥିବା ଘୋଷଣା କରି ସରକାର କେବଳ ଆତ୍ମତୃପ୍ତି ଲାଭ କରୁଛନ୍ତି ସିନା, ବାସ୍ତବ ଚାଷୀମାନେ ଉପକୃତ ହୋଇ ପାରିନଥିବା ଅଭିଯୋଗ ହୋଇଛି ଓ ଭାଗ ଚାଷୀ କର୍ମକୁ ଆଦରି ମଥା କୋଡ଼ୁଛନ୍ତି ।
ବିକୁଛନ୍ତି ବେପାରୀ, ବଳି ପଡୁଛନ୍ତି ଚାଷୀ
ଧାନକିଣାକୁ ନେଇ ରାଜ୍ୟବ୍ୟାପୀ ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥା ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ସବୁ ସୀମା ସରହଦ ପାର୍ କରିଯାଇଛି। ଚାଷୀଙ୍କ ଟୋକନ୍ରେ ବେପାରୀ ଧାନ କିଣି ମାଲେମାଲ ହେବା, ପ୍ରକୃତ ଚାଷୀ ଏଯାଏ ଧାନ ବିକି ନପାରିବା, ମିଲର୍ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା, ବ୍ୟାପକ କଟନୀ-ଛଟନୀ ଭଳି ଯାବତୀୟ କେଳେଙ୍କାରୀ-ଦୁର୍ନୀତି-ଅବ୍ୟବସ୍ଥା ଜିଲ୍ଲାରେ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଧାନ ବିକ୍ରି ଅବଧିକୁ ଆଉ ପାଖାପାଖି ଦେଢ଼ ମାସ ଥିବା ବେଳେ ଏଯାଏ ଅଧାରୁ ଅଧିକ ଚାଷୀ ସେମାନଙ୍କ ଧାନ ବିକିପାରିନାହାନ୍ତି। ଅପରପକ୍ଷେ, ସମୟ ମଧ୍ୟରେ ଧାର୍ଯ୍ୟ ଟାେର୍ଗଟ୍ ପୂରଣ ହେବ କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ ମୋଟ ୪୩ ହଜାର ୪୬୨ ଜଣ ଚାଷୀ ଧାନ ବିକ୍ରି ପାଇଁ ନାଁ ପଞ୍ଜୀକରଣ କରିଛନ୍ତି। ଏଥର ଜିଲ୍ଲାରୁ ୧୧୭ ପ୍ୟାକ୍ସ ମାଧ୍ୟମରେ ୮ ଲକ୍ଷ ୫୩ ହଜାର କ୍ବିଣ୍ଟାଲ ଧାନ କିଣିବାକୁ ସରକାର ଟାେର୍ଗଟ୍ ରଖିଛନ୍ତି। କିନ୍ତୁ ଏଯାଏ ମାତ୍ର ୧୪ ହଜାର ୮୨୪ଜଣ ଚାଷୀ ୫ଲକ୍ଷ ୭୪ହଜାର ୫୯୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି। ଅର୍ଥାତ୍ ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ଅଧାରୁ ଢେର୍ ଅଧିକ ଚାଷୀ ଏଯାଏ ଧାନ ବିକି ନାହାନ୍ତି। ହାତରେ ଆଉ ପାଖାପାଖି ଦେଢ଼ ମାସ ଥିବା ବେଳେ ଏହି ଚାଷୀମାନେ କିପରି ଧାନ ବିକିବେ, ତାହା ତାଙ୍କୁ ଅଥୟ କଲାଣି।
କେନ୍ଦ୍ରାପଡ଼ାଠାରୁ ଛୋଟ ବୌଦ୍ଧ ଜିଲ୍ଲାରେ ୩ଗୁଣା ଧାନ ସଂଗ୍ରହ ହେଲାଣି। କେନ୍ଦ୍ରାପଡ଼ାର ଜନସଂଖ୍ୟା ୧୪.୪ଲକ୍ଷ ଥିବା ବେଳେ ବୌଦ୍ଧର ୪.୪୧ଲକ୍ଷ। ସେଠାରେ ୪୨ହଜାର ୯୨୪ ପଞ୍ଜୀକରଣ କରିଥିବା ବେଳେ ୩୦ ହଜାର ୩୧୩ ଜଣ ଚାଷୀ ୧୪୧୧୦୦୯.୮୬ କୁଇଣ୍ଟାଲ ଧାନ ବିକି ସାରିଲେଣି। କିନ୍ତୁ ବ୍ୟାପକ ଅବ୍ୟବସ୍ଥା ଏବଂ ବେପାରୀ ଓ ମିଲର୍ଙ୍କ ଲାଭଖୋର୍ ମନୋବୃତ୍ତି ଯୋଗୁଁ ଧାନକିଣାରେ କେନ୍ଦ୍ରାପଡ଼ା ବହୁ ପଛରେ ପଡ଼ିଛି।
ଅପରପକ୍ଷେ, କେନ୍ଦ୍ରାପଡ଼ାରେ ଧାନକିଣାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ପ୍ରକୃତ ଚାଷୀଙ୍କ ଧାନ ବଦଳରେ ବ୍ୟବସାୟୀଙ୍କଠାରୁ ଧାନ କିଣାଯାଉଛି ବୋଲି କିଛି ଚାଷୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ଅମଳ ବେଳେ ବେପାରୀମାନେ ବିଲ ମୁଣ୍ଡରୁ ବସ୍ତାବସ୍ତା ଧାନ ଶାଗମାଛ ଦରରେ ଉଠାଇନେଲେ। ମଣ୍ଡି ଖୋଲିବାରେ ବିଳମ୍ବ, ମଣ୍ଡିରୁ ଠିକଣା ସମୟରେ ଧାନ ନ ଉଠିବା ଦେଖି ଚାଷୀମାନେ କ୍ବିଣ୍ଟାଲ ପିଛା ୧୬ଶହରୁ ୧୮ଶହ ଟଙ୍କା ନେଇ ବେପାରୀଙ୍କ ହାତକୁ ଟେକିଦେଲେ। ସାହୁକାରର ଋଣ ବୋଝରୁ ମୁକ୍ତି ପାଇଁ ବହୁ ଚାଷୀ ଏପରି କରିଛନ୍ତି। ଏବେ ସେହି ବେପାରୀମାନେ ଚାଷୀଙ୍କୁ କମିସନ୍ର ଲୋଭ ଦେଖାଇ ସେମାନଙ୍କ ଟୋକନ୍ରେ ଧାନ ବିକି ମାଲେମାଲ ହେଉଛନ୍ତି। କ୍ବିଣ୍ଟାଲ ପିଛା ୨୦୦ ଟଙ୍କା ଚାଷୀଙ୍କୁ କମିସନ୍ ଧରାଇ ସରକାରୀ ଦର ୩୧ଶହ ଟଙ୍କାରେ ଧାନ ବିକୁଛନ୍ତି। ଏଥିରେ କିଛି ସମବାୟ ସମ୍ପାଦକଙ୍କ ମଧ୍ୟ ବଡ଼ ଭୂମିକା ରହିଥିବା କୁହାଯାଉଛି।
ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କୁହନ୍ତି, ଚଳିତ ଥର ୮ ଲକ୍ଷ ୫୩ ହଜାର କୁଇଣ୍ଟାଲ ଟାର୍ଗେଟ୍ ଆସିଛି। ଆମ ପକ୍ଷରୁ ଆଉ ଅଧିକ ଧାନ କିଣିବାକୁ ଅନୁରୋଧ କରାଯାଇଛି। ଅଧିକ ଟାର୍ଗେଟ୍ ଆସିଲେ ଚାଷୀମାନଙ୍କ ଧାନ କିଣାଯିବ ବୋଲି ସେ କହିଛନ୍ତି।
ବୋନସ୍ ପ୍ରଲୋଭନ ସତ୍ତ୍ବେ ପୂରଣ ହେଲାନି ଧାର୍ଯ୍ୟ ଲକ୍ଷ୍ୟ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଳାରେ ଚଳିତ ଖରିଫ ଧାନ ସଂଗ୍ରହ କାର୍ଯ୍ୟ ସରିଛି। ଏଥର ଚାଷୀଙ୍କୁ ସରକାର ୮୦୦ ଟଙ୍କା ଇନ୍ପୁଟ ସବସିଡ଼ି ଦେବାକୁ ଘୋଷଣା ସତ୍ୱେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରି ନାହିଁ। କଟନୀଛଟନୀ ହେବନି ବୋଲି ସରକାରଙ୍କ ଘୋଷଣା ପ୍ରତାରଣାରେ ପରିଣତ ହୋଇଛି । ମିଲରମାନେ ସରକାରଙ୍କ ନିର୍ଦ୍ଦେଶକୁ ଖାତିର ନ କରି କଟନୀଛଟନୀ କରିବାରୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ନଭେମ୍ୱର ୨୯ ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବାସ୍ତବରେ ଏହା ଡ଼ିସେମ୍ବର ପ୍ରଥମ ସପ୍ତାହରୁ କାର୍ଯ୍ୟକାରୀ ହୋଇଛି । ଗତ ୧୧ ତାରିଖରେ ଜିଲ୍ଲାର ସବୁ ମଣ୍ଡି ବନ୍ଦ କରାଯାଇଛି। ଜିଲ୍ଲାରେ ୬୪ଲକ୍ଷ ୬ହଜାର ୧୯୧କ୍ୱିଣ୍ଟାଲ ଧାନ କ୍ରୟ ଲକ୍ଷ୍ୟ ଥିଲେ ବି ୪ ଲକ୍ଷ କ୍ୱିଣ୍ଟାଲ କମ୍ ଅର୍ଥାତ୍ ୬୦ଲକ୍ଷ ୯୬ହଜାର ୮୦୭.୮୩ କ୍ୱିଣ୍ଟାଲ ଧାନ ସଂଗ୍ରହ ହୋଇ ପାରିଛି ।
ଚାଷୀଙ୍କୁ ବହୁ ପୂର୍ବରୁ ଡବଲ ଇଞ୍ଜିନ ସରକାର ବୋନସ ଲୋଭ ଦେଖାଇ ଆସୁଥିଲେ। ଜିରୋ କଟନୀ ଛଟନୀ, ମଣ୍ଡିରେ ଦଲାଲଗିରି ଚାଲିବନି ବୋଲି କହିଥିଲେ; କିନ୍ତୁ ସବୁ ମିଛରେ ପରିଣତ ହୋଇଛି। ଦଲାଲ ଓ ଏଜେଣ୍ଟଙ୍କ ଜିଦ୍ ପାଇଁ ମଣ୍ଡି ସ୍ୱାଭାବିକ ହେବାରେ ୭ ଦିନ ବିଳମ୍ୱ ଘଟିଲା। ୨୨୩ଟି ମଣ୍ଡି ଜରିଆରେ ୧ ଲକ୍ଷ ୯ ହଜାର ୧୪୨ ଜଣ ଚାଷୀ ୬୦ଲକ୍ଷ ୯୬ହଜାର ୮୦୭.୮୩ କୁଇଣ୍ଟାଲ ଧାନ ବିକ୍ରି କରିଛନ୍ତି ସତ; କିନ୍ତୁ ପୂର୍ବ ବର୍ଷ ତୁଳନାରେ ହିନସ୍ତା ବି ହୋଇଛନ୍ତି। ସବୁ ମଣ୍ଡିରେ ଦଲାଲ ଓ ମିଲର୍ସଙ୍କ ଦ୍ୱାରା ନିଯୁକ୍ତ ଏଜେଣ୍ଟମାନେ କଟନୀ ଛଟନୀର ଗଣିତ କରି ୭ଦିନ ଧାନ ସଂଗ୍ରହ ବ୍ୟବସ୍ଥାକୁ ଗଡାଇ ଦେଲେ। ଶେଷରେ ସରକାରୀ ନୀତି ନିୟମକୁ ବେଖାତିର କରାଯାଇ ଧାନ କିଣା ହେଲା। ସ୍ଥିତି ଏତେ ସଙ୍ଗୀନ ଅବସ୍ଥାରେ ଗତି କରିଥିଲା ଯେ ସଦର ବିଧାୟକ ସାଗର ଚରଣ ଦାସ ଚାଷୀଙ୍କୁ ନୈତିକ ସମର୍ଥନ ଜଣାଇ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦେବାପରେ ଚକ ଅଖ ଦୋକାନ ଓ ବନ୍ଦ କରାଗଲା। ମାତ୍ର ସରକାର ନିଧଡ଼କ, ପ୍ରଶାସନ ନିରବ । ପୂର୍ବବର୍ଷଠାରୁ ଅଧିକ ଧାନ କିଣାଯାଇଥିବା ଉଲ୍ଲେଖ କରି ଜିଲ୍ଲା ଯୋଗାଣ ବିଭାଗ ଆଶ୍ୱସ୍ତ ।