ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ, ଆଜି ରାଜଧାନୀରେ ପହଞ୍ଚିବେ ‘ଆସିଆନ୍‍’ ପ୍ରତିନିଧି ଦଳ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଛନ୍ତି। ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରୁଛନ୍ତି। ଏହିକ୍ରମରେ ଆସନ୍ତାକାଲିଠାରୁ ଆସୋସିଏସନ ଅଫ୍‍ ସାଉଥ୍‍ ଇଷ୍ଟ ଏସିଆନ ନେସନ୍ସ (ଆସିଆନ୍‍)ର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, […]

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଛନ୍ତି। ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରୁଛନ୍ତି। ଏହିକ୍ରମରେ ଆସନ୍ତାକାଲିଠାରୁ ଆସୋସିଏସନ ଅଫ୍‍ ସାଉଥ୍‍ ଇଷ୍ଟ ଏସିଆନ ନେସନ୍ସ (ଆସିଆନ୍‍)ର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ୧୦ଟି ଦେଶର ରାଷ୍ଟ୍ରଦୂତ ସାମିଲ ହେବେ। ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମ ସକାଶେ ସେମାନଙ୍କ ପାଇଁ ଆଗାମୀ ୨୬, ୨୭ ଓ ୨୮ ତାରିଖ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଆହୁରି ପଢ଼ନ୍ତୁ: ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ଘଟଣା: ଜାମସେଦପୁରରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରି ଆସୁଛନ୍ତି। ଦୁବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ବିଦେଶର ବହୁ ନିବେଶକ, ଶିଳ୍ପ ସମୂହର ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଓଡ଼ିଶାରେ ନିବେଶ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ହାଇଦ୍ରାବାଦରେ ମଧ୍ୟ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟଙ୍କ ସହ ଅନୁରୂପ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଆଗାମୀ ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ସହ ରାଜ୍ୟର ଦକ୍ଷ ମାନବସମ୍ବଳ, ସୁସ୍ଥ ଶିଳ୍ପ ପରିବେଶ, ଶିଳ୍ପ ନୀତିର ସୁଯୋଗ ନେବାକୁ ଆହ୍ୱାନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନାବେଳେ ଓଡ଼ିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦେଶଗୁଡ଼ିକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଆନାର ଏହି ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ଏକ୍ସ ପ୍ଲସର ସୁବିଧା ସୁଯୋଗର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦୁବାଇ , ବାଙ୍ଗାଲୋର, ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ନିବେଶ ସମ୍ମିଳନୀରେ ସଫଳ ହୋଇଥିବାରୁ ମେକ ଇନ ଓଡ଼ିଶା ସଂସ୍କରଣ ତୃତୀୟ ସଂସ୍କରଣରେ ପୁଞ୍ଜି ଆସିବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ସେହିପରି ପ୍ରଥମଥର ପାଇଁ ଆସିଆନ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବା ନିବେଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ। ଓଡ଼ିଶାରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏକଥା ରାଷ୍ଟ୍ରଦୂତମାନଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ। ଏହାପରେ ନିଜର ପ୍ରତ୍ୟେକଟି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ସମ୍ପର୍କରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ବ୍ୟକ୍ତିଗତ ଭାବେ ୱାନ-ଟୁ-ୱାନ ଆଲୋଚନା କରୁଛନ୍ତି। ଯାହାର ପରିଣାମ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

26 Oct 2022 By The Sakala

ଓଡ଼ିଶାରେ ନିବେଶ ପାଇଁ ବଢୁଛି ଆଗ୍ରହ, ଆଜି ରାଜଧାନୀରେ ପହଞ୍ଚିବେ ‘ଆସିଆନ୍‍’ ପ୍ରତିନିଧି ଦଳ

ଭୁବନେଶ୍ୱର: ଓଡ଼ିଶାକୁ ଦେଶର ଶିଳ୍ପାୟନର କେନ୍ଦ୍ରସ୍ଥଳ ରୂପେ ଗଢ଼ିତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରିଛନ୍ତି। ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରୁଛନ୍ତି। ଏହିକ୍ରମରେ ଆସନ୍ତାକାଲିଠାରୁ ଆସୋସିଏସନ ଅଫ୍‍ ସାଉଥ୍‍ ଇଷ୍ଟ ଏସିଆନ ନେସନ୍ସ (ଆସିଆନ୍‍)ର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନୋସିଆ, ଫିଲିପାଇନ୍ସ, ଥାଇଲାଣ୍ଡ, ମାଲେସିଆ, ସିଙ୍ଗାପୁର, ଭିଏତନାମ ଆଦି ୧୦ଟି ଦେଶର ରାଷ୍ଟ୍ରଦୂତ ସାମିଲ ହେବେ। ମେକ୍‍ ଇନ୍‍ ଓଡ଼ିଶା କାର୍ଯ୍ୟକ୍ରମ ସକାଶେ ସେମାନଙ୍କ ପାଇଁ ଆଗାମୀ ୨୬, ୨୭ ଓ ୨୮ ତାରିଖ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରି ଆସୁଛନ୍ତି। ଦୁବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ବିଦେଶର ବହୁ ନିବେଶକ, ଶିଳ୍ପ ସମୂହର ମୁଖ୍ୟଙ୍କ ସହ ବ୍ୟକ୍ତିଗତ ଆଲୋଚନା କରି ଓଡ଼ିଶାରେ ନିବେଶ ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ସେହିପରି ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, ହାଇଦ୍ରାବାଦରେ ମଧ୍ୟ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟଙ୍କ ସହ ଅନୁରୂପ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଆଗାମୀ ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଛନ୍ତି। ଓଡ଼ିଶାର ରୂପାନ୍ତରଣରେ ସହଭାଗୀ ହେବା ସହ ରାଜ୍ୟର ଦକ୍ଷ ମାନବସମ୍ବଳ, ସୁସ୍ଥ ଶିଳ୍ପ ପରିବେଶ, ଶିଳ୍ପ ନୀତିର ସୁଯୋଗ ନେବାକୁ ଆହ୍ୱାନ ଜଣାଇଛନ୍ତି।

ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନାବେଳେ ଓଡ଼ିଶା ଆସି ଭିତ୍ତିଭୂମି ବୁଲି ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଦେଶଗୁଡ଼ିକୁ ନିମନ୍ତ୍ରଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ଆସିଆନାର ଏହି ପ୍ରତିନିଧି ଦଳ ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ଏକ୍ସ ପ୍ଲସର ସୁବିଧା ସୁଯୋଗର ଫାଇଦା ନେବାକୁ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଆହ୍ୱାନ ଦେଇଛନ୍ତି। ଦୁବାଇ , ବାଙ୍ଗାଲୋର, ଦିଲ୍ଲୀ, ମୁମ୍ୱାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଆଦି ନିବେଶ ସମ୍ମିଳନୀରେ ସଫଳ ହୋଇଥିବାରୁ ମେକ ଇନ ଓଡ଼ିଶା ସଂସ୍କରଣ ତୃତୀୟ ସଂସ୍କରଣରେ ପୁଞ୍ଜି ଆସିବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି। ସେହିପରି ପ୍ରଥମଥର ପାଇଁ ଆସିଆନ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବା ନିବେଶ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଦିଲ୍ଲୀରେ ଆଲୋଚନା କରିଥିଲେ। ଓଡ଼ିଶାରେ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି, କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ଏକଥା ରାଷ୍ଟ୍ରଦୂତମାନଙ୍କୁ ମୁଖ୍ୟମନ୍ତ୍ରୀ ବୁଝାଇଥିଲେ। ଏହାପରେ ନିଜର ପ୍ରତ୍ୟେକଟି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଶିଳ୍ପ ଅନୁକୂଳ ବାତାବରଣ ସମ୍ପର୍କରେ ଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କ ସହ ବ୍ୟକ୍ତିଗତ ଭାବେ ୱାନ-ଟୁ-ୱାନ ଆଲୋଚନା କରୁଛନ୍ତି। ଯାହାର ପରିଣାମ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ୍‍ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର