ରାଜ୍ୟରେ ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

The Sakala Picture
Published On

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି । ବିଶେଷ କରି କୋରାପୁଟରେ ସର୍ବାଧିକ ୩୬ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଭଦ୍ରକ ଜିଲାର ରାଣୀତାଲ ଠାରେ କଳାବୈଶାଖୀ ବର୍ଷା ସାଙ୍ଗକୁ ସର୍ବାଧିକ ପବନର ବେଗ ୬୦ ରୁ ୭୦ ରେକର୍ଡ କରାଯାଇଛି। ଆହୁରି ୪ ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ । ଏହି ସମୟରେ ପବନ ବେଗ ୪୦ ରୁ […]

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିଛି । ବିଶେଷ କରି କୋରାପୁଟରେ ସର୍ବାଧିକ ୩୬ ମିଳିମିଟର ବର୍ଷା ରେକର୍ଡ କରାଯାଇଛି। ସେପଟେ ଭଦ୍ରକ ଜିଲାର ରାଣୀତାଲ ଠାରେ କଳାବୈଶାଖୀ ବର୍ଷା ସାଙ୍ଗକୁ ସର୍ବାଧିକ ପବନର ବେଗ ୬୦ ରୁ ୭୦ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଆହୁରି ୪ ରୁ ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଦେଖିବାକୁ ମିଳିବ । ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ। ଆଜି ଉପକୂଳ ଜିଲ୍ଲା ତଥା ଅଭୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସହ କୁଆପଥର ବର୍ଷା ଦେଖିବାକୁ ମିଳିବ। ଏହି ସମୟରେ ପବନ ୪୦ ରୁ ୫୦ ବେଗରେ ବୋହିବ। ଆସନ୍ତା କାଲି ଦକ୍ଷିଣ ଉପକୂଳ ଏବଂ ଅଭ୍ୟନ୍ତରୀଣ ଓଡ଼ିଶାରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ଏବଂ ୨୬ ତାରିଖରେ ପଶ୍ଚିମା ଝଡ଼ ସକ୍ରିୟ ହେବ। ଫଳରେ ଅଭାନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନ ହେବ,ଏହି ସମୟରେ ପବନ ବେଗ ୪୦ ରୁ ୫୦ ରହିବ।  ୨୭ରେ ବର୍ଷାର ପରିମାଣ ବଢିବ। ୨୭ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତଥା କୁଆପଥର ବର୍ଷା ହେବ। ୨୮ ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ଆସିବ ନାହିଁ। ୨୮ ତାରିଖ ପରେ ତାପମାତ୍ରା ପୁଣି ବୃଦ୍ଧି ପାଇବ । ଏ ନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର