ମିଳିଲା ଡ୍ରେନ ପାଣିରେ ଭାସିଯାଇଥିବା ଛାତ୍ରଙ୍କ ମୃତଦେହ

The Sakala Picture
Published On

ଭୁବନେଶ୍ୱର: ପ୍ରବଳ ବର୍ଷା  ଯୋଗୁଁ ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଇଥିବା ରାଜଧାନୀର ଶତାଦ୍ଧୀ ନଗର ଛାତ୍ର ନିଖୋଜ ଘଟଣାରେ ଉକ୍ତ ଛାତ୍ର ଜ୍ୟୋତିଙ୍କ ମୃତଦେହ ଠାବ ହୋଇଛି। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ । ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ […]

ଭୁବନେଶ୍ୱର: ପ୍ରବଳ ବର୍ଷା  ଯୋଗୁଁ ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଇଥିବା ରାଜଧାନୀର ଶତାଦ୍ଧୀ ନଗର ଛାତ୍ର ନିଖୋଜ ଘଟଣାରେ ଉକ୍ତ ଛାତ୍ର ଜ୍ୟୋତିଙ୍କ ମୃତଦେହ ଠାବ ହୋଇଛି। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।

ଆହୁରି ପଢ଼ନ୍ତୁ: ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ୪୫ ସମୟରେ ଘରୁ ବାହାରି  ସଂକୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରି ନ ଥିଲେ। ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଏହାପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ୧୮ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା ।

ଆହୁରି ପଢ଼ନ୍ତୁ: ବାରିପଦାରେ ଆନ୍ତଃରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ ପାଇଁ ସମୂହ ଗଛକଟା ଘଟଣା: ଏନଜିଟିରେ ପୁଣି ଘୁଞ୍ଚିଲା ତାରିଖ, ନଭେମ୍ବର ୨୪ରେ ପରବର୍ତ୍ତୀ ଶୁଣାଣି

ଆହୁରି ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

20 Sep 2021 By The Sakala

ମିଳିଲା ଡ୍ରେନ ପାଣିରେ ଭାସିଯାଇଥିବା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ପ୍ରବଳ ବର୍ଷା  ଯୋଗୁଁ ଡ୍ରେନର ପ୍ରଖର ସ୍ରୋତରେ ଭାସିଯାଇଥିବା ରାଜଧାନୀର ଶତାଦ୍ଧୀ ନଗର ଛାତ୍ର ନିଖୋଜ ଘଟଣାରେ ଉକ୍ତ ଛାତ୍ର ଜ୍ୟୋତିଙ୍କ ମୃତଦେହ ଠାବ ହୋଇଛି। ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ଭୁବନେଶ୍ୱର ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଅପରାହ୍ନ ସମୟରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ଛାଡିବା ପରେ ବରମୁଣ୍ଡା ଗାଁ ଢିପସାହିର ହୃଷୀକେଷ ବେହେରାଙ୍କ ପୁଅ ଜ୍ୟୋତିପ୍ରକାଶ ଓରଫ ରାଜା ଅପରାହ୍ଣ ପ୍ରାୟ ୨ଟା ୪୫ ସମୟରେ ଘରୁ ବାହାରି  ସଂକୃତ ଟ୍ୟୁସନ୍ ପାଇଁ ସୌଭାଗ୍ୟନଗର ଅଭିମୁଖେ ବାହାରିଥିଲେ। ବର୍ଷା ଛାଡ଼ି ସାରିଥିଲେ ବି ରାସ୍ତା ବୁଡ଼ି ଯାଇଥିବାରୁ ମା’ ଟ୍ୟୁସନ୍ ଯିବାକୁ ବାରଣ କରିଥିଲେ। କିନ୍ତୁ ଏକ ପ୍ରୋଜେକ୍ଟ କାମ ସାରି ସାଙ୍ଗେ ସାଙ୍ଗେ ଫେରିଆସିବ କହି ରାଜା ସାଇକେଲ ଧରି ଘରୁ ବାହାରି ଯାଇଥିଲେ। ମାତ୍ର ବାଟରେ ଯେ ମୁକୁଳା ଡ୍ରେନ୍ ମୃତ୍ୟୁ ଫାଶ ହୋଇ ବସିଛି ବୋଲି କେହି ଜାଣିପାରି ନ ଥିଲେ। ପ୍ରବଳ ବର୍ଷା ଯୋଗୁ ଡ୍ରେନ୍ ଓ ରାସ୍ତା କୃତ୍ରିମ ବନ୍ୟା ଯୋଗୁଁ ବୁଡ଼ି ଏକାକାର ହୋଇଯାଇଥିଲା। ତେଣୁ ରାଜା ବାଟ ଜାଣିନପାରି ଡ୍ରେନ୍ ରେ ପଶି ଯାଇଥିଲେ ଓ ଭାସି ଯାଇଥିଲେ। ଏହାପର ଠାରୁ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ୧୮ ଘଣ୍ଟା ଧରି ଅଗ୍ନିଶମ ବାହିନୀର ଅକ୍ଲାନ୍ତ ପରିଶ୍ରମ ପରେ ବି ଜ୍ୟୋତିଙ୍କ କୌଣସି ପତ୍ତା ମିଳିନଥିଲା । ଶେଷରେ ଆଜି ସକାଳ ସମୟରେ ଭୁବନେଶ୍ୱର ପଞ୍ଚସଖା ନଗରରେ ଥିବା ଏକ ନାଳ ନିକଟରେ ଜ୍ୟୋତିଙ୍କ ମୃତଦେହ ଠାବ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର