ନୂଆ ରୂପ ପାଇବ ପୁରାତନ ବିଧାନସୌଧ

The Sakala Picture
Published On

ଭୁବନେଶ୍ୱର : ପୁରାତନ ବିଧାନସୌଧ ସର୍ଦ୍ଦାର ପଟେଲ ହଲର ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ସର୍ଦ୍ଦାର ପଟେଲ ହଲର ସୌନ୍ଦଯ୍ୟକରଣ ସହ ଏହି ଗୃହର ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ । ଏହାର ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ […]

ଭୁବନେଶ୍ୱର : ପୁରାତନ ବିଧାନସୌଧ ସର୍ଦ୍ଦାର ପଟେଲ ହଲର ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ସର୍ଦ୍ଦାର ପଟେଲ ହଲର ସୌନ୍ଦଯ୍ୟକରଣ ସହ ଏହି ଗୃହର ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ । ଏହାର ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୯୩୬ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ ଥିବା ବିଧାନସଭାର ସଭ୍ୟମାନଙ୍କର ତୈଳ ଚିତ୍ର ସର୍ଦ୍ଦାର ପଟେଲ ହଲରେ ସ୍ଥାନ ପାଇବ । ଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ତତକାଳୀନ ନେତା ଏବଂ ବିଧାୟକମାନଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଅନବଦ୍ୟ ଭୂମିକା ସମ୍ପର୍କରେ ଆଗନ୍ତୁକ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

ଏ ସଂକ୍ରାନ୍ତୀୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଭବିଷ୍ୟତ ଗବେଷଣା ପାଇଁ ତତକାଳୀନ ବିହାର-ଓଡ଼ିଶା ବିଧାନସଭାର ସମସ୍ତ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।ଓଡ଼ିଶା ବିଧାନସଭା ସଂଲଗ୍ନ ରାସ୍ତା ପାର୍ଶ୍ୱରେ ମଧ୍ୟ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିମୂର୍ତ୍ତି ପାର୍ଶ୍ୱରେ ସେମାନଙ୍କ ଜୀବନୀ ଓ ସଂଗ୍ରାମ କାହାଣୀର ବିବରଣୀ ରହିବ । ସର୍ବୋଚ୍ଚ ଉଚ୍ଚତାର ଫ୍ଲାଗ ପୋଷ୍ଟ ଏବଂ ସୁଦୃଶ୍ୟ ୱାଚ୍ ଟାୱାର ନିର୍ମାଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏୟାରପୋର୍ଟ ଅଥରିଟିଙ୍କ ପରାମର୍ଶ ଅନୁଯାୟୀ ଏଗୁଡିକର ଉଚ୍ଚତା ସ୍ତିର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ବିଧାନସଭାର ତିନୋଟି ପ୍ରବେଶ ଦ୍ୱାରର ଆଧୁନିକୀକରଣ ସହ ଏହା ସୁଦୃଶ୍ୟ ଭାବେ ନିର୍ମିତ ହେବ । ଠିକ୍ ସେହିପରି ବିଧାନସଭା ଭିତରେ ଚାରିଗୋଟି ଏଲ୍.ଇ.ଡି. ଭିଡିଓ ୱାଲ ପ୍ରତିଷ୍ଠା ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଉଥିବା ଗୃହର ଆଲୋଚନା ବିଧାନସଭା ସଦସ୍ୟମାନଙ୍କୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ । ବିଧାନସଭା ପରିସରସ୍ଥ ଏହି ସମସ୍ତ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ମାଧ୍ୟମରେ କାର୍ୟ୍ୟକାରୀ ହେବ । ଏହି କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ମୂଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମିଶ୍ର ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୪ଜଣ ଆହତ

01 Dec 2021 By The Sakala

ନୂଆ ରୂପ ପାଇବ ପୁରାତନ ବିଧାନସୌଧ

ଭୁବନେଶ୍ୱର : ପୁରାତନ ବିଧାନସୌଧ ସର୍ଦ୍ଦାର ପଟେଲ ହଲର ଗୌରବମୟ ଐତିହ୍ୟର ସୁରକ୍ଷା ସହ ଏହାର ଯଥାର୍ଥ ବିକାଶ ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ସଂକ୍ରାନ୍ତରେ ବାଚସ୍ପତିଙ୍କ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଅଛି । ସର୍ଦ୍ଦାର ପଟେଲ ହଲର ସୌନ୍ଦଯ୍ୟକରଣ ସହ ଏହି ଗୃହର ଆବଶ୍ୟକୀୟ ମରାମତି କାର୍ଯ୍ୟ କରାଯିବ । ଏହାର ଚତୁଃପାର୍ଶ୍ୱରେ ଏକ ସୁନ୍ଦର ପାର୍କ ନିର୍ମାଣ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ୧୯୩୬ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ ଥିବା ବିଧାନସଭାର ସଭ୍ୟମାନଙ୍କର ତୈଳ ଚିତ୍ର ସର୍ଦ୍ଦାର ପଟେଲ ହଲରେ ସ୍ଥାନ ପାଇବ । ଶ୍ରାବ୍ୟ ବ୍ୟବସ୍ଥା ମାଧ୍ୟମରେ ତତକାଳୀନ ନେତା ଏବଂ ବିଧାୟକମାନଙ୍କ ଜୀବନୀ, କାର୍ଯ୍ୟକଳାପ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଅନବଦ୍ୟ ଭୂମିକା ସମ୍ପର୍କରେ ଆଗନ୍ତୁକ ମାନଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରାଯିବ ।

ଏ ସଂକ୍ରାନ୍ତୀୟ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ସେହିପରି ଭବିଷ୍ୟତ ଗବେଷଣା ପାଇଁ ତତକାଳୀନ ବିହାର-ଓଡ଼ିଶା ବିଧାନସଭାର ସମସ୍ତ ବିସ୍ତୃତ ବିବରଣୀ ସଂଗ୍ରହ ପାଇଁ ମଧ୍ୟ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।ଓଡ଼ିଶା ବିଧାନସଭା ସଂଲଗ୍ନ ରାସ୍ତା ପାର୍ଶ୍ୱରେ ମଧ୍ୟ ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିମୂର୍ତ୍ତି ପାର୍ଶ୍ୱରେ ସେମାନଙ୍କ ଜୀବନୀ ଓ ସଂଗ୍ରାମ କାହାଣୀର ବିବରଣୀ ରହିବ । ସର୍ବୋଚ୍ଚ ଉଚ୍ଚତାର ଫ୍ଲାଗ ପୋଷ୍ଟ ଏବଂ ସୁଦୃଶ୍ୟ ୱାଚ୍ ଟାୱାର ନିର୍ମାଣ ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଏୟାରପୋର୍ଟ ଅଥରିଟିଙ୍କ ପରାମର୍ଶ ଅନୁଯାୟୀ ଏଗୁଡିକର ଉଚ୍ଚତା ସ୍ତିର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ବିଧାନସଭାର ତିନୋଟି ପ୍ରବେଶ ଦ୍ୱାରର ଆଧୁନିକୀକରଣ ସହ ଏହା ସୁଦୃଶ୍ୟ ଭାବେ ନିର୍ମିତ ହେବ । ଠିକ୍ ସେହିପରି ବିଧାନସଭା ଭିତରେ ଚାରିଗୋଟି ଏଲ୍.ଇ.ଡି. ଭିଡିଓ ୱାଲ ପ୍ରତିଷ୍ଠା ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେଉଥିବା ଗୃହର ଆଲୋଚନା ବିଧାନସଭା ସଦସ୍ୟମାନଙ୍କୁ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ । ବିଧାନସଭା ପରିସରସ୍ଥ ଏହି ସମସ୍ତ କାର୍ଯ୍ୟ ଓଡ଼ିଶା ସେତୁ ନିର୍ମାଣ ନିଗମ ମାଧ୍ୟମରେ କାର୍ୟ୍ୟକାରୀ ହେବ । ଏହି କାର୍ଯ୍ୟ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ପୂର୍ତ୍ତ ବିଭାଗ ଶାସନ ସଚିବ କ୍ରିଷନ୍ କୁମାର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ପୂର୍ତ୍ତ ବିଭାଗ ମୂଖ୍ୟ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମିଶ୍ର ଏବଂ ବିଭାଗୀୟ ଉଚ୍ଚ ପଦାଧିକାରୀମାନେ ଯୋଗ ଦେଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର