ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍

The Sakala Picture
Published On

ଭୁବନେଶ୍ୱର: ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍। ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌। କରୋନାକୁ ହରାଇବା ପାଇଁ ରାଜ୍ଯସରକାରଙ୍କ ପକ୍ଷରୁ କୋଭିଡ କଟକଣା ସହ ଟିକାକରଣ ଯୋରଦାର କରାଯାଇଛି। ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ। କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା ଡିସେମ୍ବର ୧ ପର୍ଯ୍ଯ ନ୍ତ ଜାରି ରହିବ। ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ହେବନାହିଁ। […]

ଭୁବନେଶ୍ୱର: ଆସିଲା ନଭେମ୍ବର ମାସ ପାଇଁ ନୂଆ କରୋନା ଗାଇଡଲାଇନ୍। ଆଗକୁ ଦୀପାବଳି ଥିବାରୁ ଆସିଛି ନୂଆ ଗାଇଡଲାଇନ୍‌। କରୋନାକୁ ହରାଇବା ପାଇଁ ରାଜ୍ଯସରକାରଙ୍କ ପକ୍ଷରୁ କୋଭିଡ କଟକଣା ସହ ଟିକାକରଣ ଯୋରଦାର କରାଯାଇଛି। ତେବେ ଦୀପାବଳି ଥିବାରୁ କରୋନା କଟକଣାକୁ କଡ଼ାକଡ଼ି କରାଯାଇଛି। ସହରାଞ୍ଚଳରେ ନାଇଟକର୍ଫ୍ୟୁ ବଳବତ୍ତର ରହିବ। କୋଭିଡ କଟକଣାରେ ପାଳନ ହେବ ଦୀପାବଳିରେ ପାର୍ବଣ। ଏହି କଟକଣା ଡିସେମ୍ବର ୧ ପର୍ଯ୍ଯ ନ୍ତ ଜାରି ରହିବ। ହେଲେ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ହେବନାହିଁ। ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ସେହିପରି ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବ ନାହିଁ । ରାଜ୍ୟରେ ସମସ୍ତ ପ୍ରକାରର ଦୋକାନ୍‌ ବଜାର ଖୋଲା ରହିବ। ହେଲେ ନାଇଟ କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବା ଜାରି ରହିବ।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । ଏହା କେବଳ ନଭେମ୍ଭର ମାସ ପାଇଁ ଗାଇଡ ଲାଇନ୍‌। ତେବେ ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବେ ଗାଇଡଲାଇନ ଆସିବ। ସବୁଠାରୁ ବଡ଼ କଥା ହେଉଛି କର୍ଫ୍ୟୁ ସମୟରେ ଜରୁରୀ ସେବା ଜାରି ରହିବ। ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍‌ମେଣ୍ଟକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ଆଗକୁ ଦିପାବଳୀ କାଳି ପୂଜାକୁ ଲକ୍ଷ୍ୟ କରି କଟକଣା ଜାରି କରାଯିବ। କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ଗାଇଡଲାଇନରେ ନିର୍ଦ୍ଦେଶ ଦିଆଯାଇଛି। ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

 

ଆହୁରି ପଢ଼ନ୍ତୁ: ପ୍ରେମ ପାଇଁ ଘର ଛାଡ଼ିବା ପରେ ବିଷ ପିଇଦେଲେ ପ୍ରେମୀ ଯୁଗଳ: ନାବାଳିକା ମୃତ, ପ୍ରେମିକଙ୍କ ଅବସ୍ଥା ଗୁରୁତର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର