ଆନ୍ଦୋଳନବେଳେ ମାଆଙ୍କୁ ଉଠାଇନେଲା ପୁଲିସ

The Sakala Picture
Published On

ଭୁବନେଶ୍ୱର : ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ରାଗିଂ କରୁଥିବା ୩ ଜଣ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନି। ରାଗିଂରେ ସମ୍ପୃକ୍ତ ୩ ସିନିୟରଙ୍କୁ ଗିରଫ ଦାବିରେ ପରିବାର ଲୋକ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ତେବେ ଏହି ଧାରଣାକୁ କମିଶନରେଟ୍‍ ପୁଲିସ ଶୁକ୍ରବାର ଭାଙ୍ଗିବାକୁ ଉଦ୍ୟମ କରିଛି। ପୁଲିସ ଆନ୍ଦୋଳନକାରୀଙ୍କୁ ଧାରଣାରୁ ଉଠିଯିବାକୁ ନିବେଦନ କରିଥିଲେ। ହେଲେ ସେମାନେ ନ ଉଠିବାରୁ ପୁଲିସ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଉଠାଇ […]

ଭୁବନେଶ୍ୱର : ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ମାମଲାରେ ପୁଲିସ ରାଗିଂ କରୁଥିବା ୩ ଜଣ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରିନି। ରାଗିଂରେ ସମ୍ପୃକ୍ତ ୩ ସିନିୟରଙ୍କୁ ଗିରଫ ଦାବିରେ ପରିବାର ଲୋକ କଲେଜ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ତେବେ ଏହି ଧାରଣାକୁ କମିଶନରେଟ୍‍ ପୁଲିସ ଶୁକ୍ରବାର ଭାଙ୍ଗିବାକୁ ଉଦ୍ୟମ କରିଛି। ପୁଲିସ ଆନ୍ଦୋଳନକାରୀଙ୍କୁ ଧାରଣାରୁ ଉଠିଯିବାକୁ ନିବେଦନ କରିଥିଲେ। ହେଲେ ସେମାନେ ନ ଉଠିବାରୁ ପୁଲିସ ଆନ୍ଦୋଳନକାରୀଙ୍କୁ ବଳପୂର୍ବକ ଉଠାଇ ନେଇଥିଲା। ରୁଚିକାଙ୍କ ମାଆଙ୍କ ସମେତ ଏକାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଥିଲା। ନବନିର୍ମାଣ ଯୁବ ଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ୍‍ଡି ମନୱର ଅଲ୍ଲିଙ୍କ ସମେତ ୬ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇ କମିଶନରେଟ୍‍ ପୁଲିସର ରିଜର୍ଭ ଅଫିସରେ ଅଟକ ରଖାଯାଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ଖୋଲିଲା ଚାଉଳ ATM: ହିତାଧିକାରୀଙ୍କ ପାଇଁ ସହଜ ହେଲା ରାସନ ସାମଗ୍ରୀ ସଂଗ୍ରହ

ଅନ୍ୟପଟେ ରୁଚିକାଙ୍କ ମାଆ ବିଦ୍ୟୁତ୍‍ପ୍ରଭା ପୁଲିସ ଉପରୁ ଭରସା ତୁଟାଇ ଦେଇଥିବା କହିଛନ୍ତି। ଗୁରୁବାର ପର୍ଯ୍ୟନ୍ତ ପୁଲିସ ଉପରେ ତାଙ୍କର ଭରସା ଥିଲା। ହେଲେ ଏବେ ପୁଲିସ ଉପରକୁ ଭରସା ତୁଟି ଯାଇଛି। ରାଗିଂ କରୁଥିବା ୩ ଜଣ ସିନିୟର ଛାତ୍ରୀଙ୍କୁ ଚିହ୍ନଟ କରିପାରି ନ ଥିବାବେଳେ ରୁଚିକାଙ୍କ ଜଣେ ସମ୍ପର୍କୀୟ ଭାଇଙ୍କୁ ଅଯଥା ପୁଲିସ ଏହି ମାମଲାକୁ ଟାଣିଛି। ରୁଚିକାଙ୍କ ମାଆ କହିଛନ୍ତି ତାଙ୍କର ଜଣେ ସମ୍ପର୍କୀୟ ଯୁବକଙ୍କ ସହ ରୁଚିକା କଥା ହୁଅନ୍ତି। ଯୁବକ ଜଣକ ଡାକ୍ତରୀ ପାଠ ପଢ଼ୁଥିବାରୁ ସେ ତାଙ୍କ ଝିଅକୁ କିଭଳି ପାଠ ପଢ଼଼ିବେ ସେହି ବିଷୟରେ ପରାମର୍ଶ ଦିଅନ୍ତି। ଗୁରୁବାର ପୁଲିସ ଉକ୍ତ ଯୁବକଙ୍କୁ ଡାକି ହଇରାଣ କରୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର; ବୈତରଣୀରେ ବନ୍ୟା ଆଶଙ୍କା, ବିପଦ ସଂକେତ ଉପରେ ଜଳକା

ଉକ୍ତ ଯୁବକଙ୍କ ପାଇଁ ରୁଚିକା ଆତ୍ମହତ୍ୟା କରିଥିବା ପୁଲିସ କହୁଛି। ତେଣୁ ପୁଲିସ ତାକୁ ଅଯଥା ହଇରାଣ କରୁଛି। ଯଦି ଉକ୍ତ ଯୁବକଙ୍କର କାଲି କିଛି ହୁଏ, ତେବେ ପୁଲିସ ନାଁରେ ଚିଠି ଲେଖି ଆତ୍ମହତ୍ୟା କରିବି ବୋଲି କହିଛନ୍ତି। ତେଣୁ ପୁଲିସ ଜାଣିଶୁଣି ଉକ୍ତ ଯୁବକଙ୍କ ନାମକୁ ପଦାକୁ ଆଣି ଏହି ମାମଲାକୁ ଅନ୍ୟ ଦିଶା ଦେଉଥିବା ରୁଚିକାଙ୍କ ମାଆ ଅଭିଯୋଗ କରିଛନ୍ତି। ଅନ୍ୟପଟରେ ପୁଲିସ ଶୁକ୍ରବାର କିଛି ଛାତ୍ରୀଙ୍କୁ ଡାକି ପଚରାଉଚରା କରିଛି। ସୂଚନାଯୋଗ୍ୟ, ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ରେ ଛାତ୍ର ସଂଗଠନ ସଦସ୍ୟମାନେ ରୁଚିକାଙ୍କ ମାଆଙ୍କୁ ଧରି ବିଜେବି କଲେଜ ପାର୍ଶ୍ବରେ ରାସ୍ତାରୋକ କରିଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର