ମନୋରଞ୍ଜନ
ଆଗକୁ ବଢୁଛି ମୌସୁମୀ, ଦୁଇ ଦିନରେ ୧୬ % ଭରଣା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ୩ ୬ ଟି ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବ ପାଇଁ ପାଗ ଅନୁକୂଳ ଥିବାରୁ ଏହି ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଦୁଇ ଦିନରେ ୧୬ ପ୍ରତିଶତ […]
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇଥିବା ବେଳେ ୩ ୬ ଟି ଜିଲ୍ଲାରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଆଗାମୀ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବ ପାଇଁ ପାଗ ଅନୁକୂଳ ଥିବାରୁ ଏହି ବର୍ଷା ଜାରି ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ବେଳେ ଦୁଇ ଦିନରେ ୧୬ ପ୍ରତିଶତ ପ୍ରତିଶତ ନିଅଣ୍ଟିଆ ଭରଣା ହୋଇଛି। ଗୁରୁବାର ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ପ୍ରଥମ ଦିନରେ ମୌସୁମୀ ବାୟୁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ଆଚ୍ଛାଦିତ କରିଛି। ଏହାସିହିତ ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼଼ା ଜିଲ୍ଲାକୁ ଆଂଶିକ ଛୁଇଁଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଶୁକ୍ରବାର ମୌସୁମୀ ଆଗକୁ ବଢ଼଼ିବା ନେଇ କୌଣସି ସୂଚନା ଦିଆଯାଇ ନ ଥିବା ବେଳେ ଶନିବାର କିଛି ଜିଲ୍ଲାକୁ ମୌସୁମୀ ଛୁଇଁବା ନେଇ ଆଶା କରାଯାଉଛି।
ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଯୋଗୁଁ ଗତ ୩୬ ଘଣ୍ଟାରେ ନୟାଗଡ଼଼ରେ ୨୯ ମିମି ବର୍ଷା ହୋଇଥିବା ବେଳେ ଯାଜପୁର ୧୯, ଝାରସୁଗୁଡ଼ା ୧୧ କଟକ ୧୩ ଓ ଫୁଲବାଣୀ ୪୧ ମିମି ବର୍ଷା ହୋଇଛି। ଆଗାମୀ ଦୁଇରୁ ତିନି ଦିନ ଭିତରେ ରାଜ୍ୟର ଆଉ କିଛି ଜିଲ୍ଲାକୁ ମୌସୁମୀ ଛୁଇଁବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଡ଼ିବାର ସମ୍ଭାବନା ଥିବା ବେଳେ ଶନିବାର ସୁନ୍ଦରଗଡ଼଼, ଝାରସୁଗୁଡ଼ା, ବରଗଡ଼଼, ସମ୍ବଲପୁର, ଦେବଗଡ଼଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ବୌଦ୍ଧ, ସୋନପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗୀରରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।