ନାବାଳିକା ଦୁଷ୍କର୍ମ ମାମଲା ୩ ବର୍ଷ ପରେ ଠିକାଦାର ଗିରଫ

The Sakala Picture
Published On

ଭୁବନେଶ୍ୱର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୀର୍ଘ ୩ବର୍ଷ ପରେ ଅଭିଯୁକ୍ତ ଠିକାଦାରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ଗିରଫ ବିଲ୍ଡର ହେଲେ ପ୍ରମୋଦ କୁମାର ସିଂ। ପୁଲିସ ଶନିବାର ବିଳମ୍ବିତ ରାତିରେ ଶ୍ୟାମପୁର ଅଞ୍ଚଳରୁ ତାଙ୍କୁ ଗିରଫ କରିଛି। ଠିକାଦାର ପ୍ରମୋଦଙ୍କ ଘର ଡମଣା, ପଦ୍ମାବତୀ ବିହାରରେ। ସେ ତା’ର ଘର କାମ କରିବା ପାଇଁ ୨୦୧୮ ମେ ୩୦ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକାଙ୍କୁ […]

ଭୁବନେଶ୍ୱର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୀର୍ଘ ୩ବର୍ଷ ପରେ ଅଭିଯୁକ୍ତ ଠିକାଦାରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି। ଗିରଫ ବିଲ୍ଡର ହେଲେ ପ୍ରମୋଦ କୁମାର ସିଂ। ପୁଲିସ ଶନିବାର ବିଳମ୍ବିତ ରାତିରେ ଶ୍ୟାମପୁର ଅଞ୍ଚଳରୁ ତାଙ୍କୁ ଗିରଫ କରିଛି। ଠିକାଦାର ପ୍ରମୋଦଙ୍କ ଘର ଡମଣା, ପଦ୍ମାବତୀ ବିହାରରେ। ସେ ତା’ର ଘର କାମ କରିବା ପାଇଁ ୨୦୧୮ ମେ ୩୦ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ଅଞ୍ଚଳର ଜଣେ ୧୨ ବର୍ଷର ନାବାଳିକାଙ୍କୁ ରଖିଥିଲା। କିନ୍ତୁ ଜୁନ ୧ ଓ ୨ ତାରିଖରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ଜୁନ ୩ ତାରିଖରେ ପ୍ରମୋଦ ଘରେ ନ ଥିବାବେଳେ ନାବାଳିକା ସ୍ଥାନୀୟ ବସ୍ତିକୁ ପଳାଇଥିଲେ। ବସ୍ତିର ଲୋକମାନେ ତାକୁ ଭୟଭୀତ ଅବସ୍ଥାରେ ଦେଖି ଚନ୍ଦ୍ରଶେଖରପୁର ଥାନାକୁ ଜଣାଇଥିଲେ। ପୁଲିସ ପହଞ୍ଚିବା ପରେ ନାବାଳିକା ତାଙ୍କ ଆଗରେ ସବୁ ଘଟଣା ଜଣାଇଥିଲେ। ଏହି ଘଟଣାକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଗୁରୁତ୍ୱର ସହ ବିଚାରକୁ ନେଇ ଶିଶୁ ମଙ୍ଗଳ ଅଧିକାରୀଙ୍କୁ ସ୍ୱତନ୍ତ୍ର କାଉନସେଲର ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପୁରୁଣା ମାମଲା ବନ୍ଦ କରିବା ପାଇଁ ଡିସିପି ଯାଞ୍ଚ କରିବା ସମୟରେ ଏହି ମାମଲା ପଦାକୁ ଆସିଥିଲା। ଡିସିପି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେବା ପରେ ଶନିବାର ରାତିରେ ତାଙ୍କୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ୟାମ୍ପ ଭିତରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କଲେ ସିଆରପିଏଫ୍ ଯବାନ, କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp