ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ

The Sakala Picture
Published On

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ସମୟରେ ପଞ୍ଜୀକରଣ, ଶିକ୍ଷାଗତ ଯୋଗ୍ୟତା, ସିଲାବସ ଆଦିର ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି। ଆବଶ୍ୟକସ୍ଥଳେ ଅନଲାଇନ ଆବେଦନ ପତ୍ରର ଚୂଡାନ୍ତ ଦାଖଲ ତାରିଖ […]

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ସମୟରେ ପଞ୍ଜୀକରଣ, ଶିକ୍ଷାଗତ ଯୋଗ୍ୟତା, ସିଲାବସ ଆଦିର ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି। ଆବଶ୍ୟକସ୍ଥଳେ ଅନଲାଇନ ଆବେଦନ ପତ୍ରର ଚୂଡାନ୍ତ ଦାଖଲ ତାରିଖ ବୃଦ୍ଧି କରାଯାଇପାରେ। ଯଦି କୌଣସି ପ୍ରାର୍ଥୀ ଆବେଦନ ସମୟରେ ଜାଲ କିମ୍ବା ନକଲି ପ୍ରମାଣପତ୍ର ଦେଇଥାନ୍ତି,ତାହେଲେ ତାଙ୍କ ଆବେଦନକୁ ଅଗ୍ରହ୍ୟ କରାଯିବ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଥରେ ଯେଉଁ ତଥ୍ୟ ପ୍ରାର୍ଥୀମାନେ ଦାଖଲ କରିବେ ସେଥିରେ ପରିବର୍ତ୍ତନ କରାଯିବନାହିଁ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆଡମିଟ କାର୍ଡ ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନା ଥାଉକି, ପୂର୍ବରୁ ପ୍ରତିବର୍ଷ ଦୁଇଟି ଓ ଏସଏସଟିଇଟି ପରୀକ୍ଷା ହୋଇଥାଏ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇସାରିଥିବା ବେଳେ ଗତ ମାସରେ ଏହାର ଫଳ ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

11 Nov 2021 By The Sakala

ଓଏସଏସଟିଇଟି ପାଇଁ ୧୨ରୁ ଆବେଦନ

କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ପାଇଁ ଆସନ୍ତା ୧୨ ତାରିଖଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ସମୟରେ ପଞ୍ଜୀକରଣ, ଶିକ୍ଷାଗତ ଯୋଗ୍ୟତା, ସିଲାବସ ଆଦିର ସମସ୍ତ ବିବରଣୀ ବୋର୍ଡ ୱେବସାଇଟରେ ଉପଲବ୍ଧ ରହିଛି। ଆବଶ୍ୟକସ୍ଥଳେ ଅନଲାଇନ ଆବେଦନ ପତ୍ରର ଚୂଡାନ୍ତ ଦାଖଲ ତାରିଖ ବୃଦ୍ଧି କରାଯାଇପାରେ। ଯଦି କୌଣସି ପ୍ରାର୍ଥୀ ଆବେଦନ ସମୟରେ ଜାଲ କିମ୍ବା ନକଲି ପ୍ରମାଣପତ୍ର ଦେଇଥାନ୍ତି,ତାହେଲେ ତାଙ୍କ ଆବେଦନକୁ ଅଗ୍ରହ୍ୟ କରାଯିବ।

ଥରେ ଯେଉଁ ତଥ୍ୟ ପ୍ରାର୍ଥୀମାନେ ଦାଖଲ କରିବେ ସେଥିରେ ପରିବର୍ତ୍ତନ କରାଯିବନାହିଁ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆଡମିଟ କାର୍ଡ ଏବଂ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନା ଥାଉକି, ପୂର୍ବରୁ ପ୍ରତିବର୍ଷ ଦୁଇଟି ଓ ଏସଏସଟିଇଟି ପରୀକ୍ଷା ହୋଇଥାଏ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇସାରିଥିବା ବେଳେ ଗତ ମାସରେ ଏହାର ଫଳ ପ୍ରକାଶ ପାଇଥିଲା। ଏହାପରେ ବୋର୍ଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଆଜି ବିଜ୍ଞପ୍ତି ଜାରି କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର