ମହିଳାଙ୍କୁ ବିଭତ୍ସ ହତ୍ୟା : ମୁମୂର୍ତ୍ସ ଅବସ୍ଥାରେ ଶିଶୁପୁତ୍ର ଉଦ୍ଧାର

The Sakala Picture
Published On

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୂ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୂ ପଞ୍ଚାୟତର କଣ୍ଡରାପାଟିଆ ଗାଁ ଜମ୍ବୂଫୁଟା ଜୋର ନିକଟରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିବାହିତା ମହିଳାଙ୍କୁ କେହି ମାରିଦେଇ ଫିଙ୍ଗି ଦେଇଥିବା ବେଳେ ନିକଟରେ ଶିଶୁପୁତ୍ରକୁ ପଥରରେ ମୁଣ୍ଡକୁ ଛେଚି ପିଙ୍ଗି ଦେଇଛନ୍ତି । ମୁମୂର୍ତ୍ସ ଅବସ୍ଥାରେ ଶିଶୁଟିକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ହତ୍ୟାକାଣ୍ଡ ସ୍ଥଳରେ ହାତ ଗ୍ଲୋବସ […]

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୂ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୂ ପଞ୍ଚାୟତର କଣ୍ଡରାପାଟିଆ ଗାଁ ଜମ୍ବୂଫୁଟା ଜୋର ନିକଟରେ ଆଜି ଭୋରରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ବିବାହିତା ମହିଳାଙ୍କୁ କେହି ମାରିଦେଇ ଫିଙ୍ଗି ଦେଇଥିବା ବେଳେ ନିକଟରେ ଶିଶୁପୁତ୍ରକୁ ପଥରରେ ମୁଣ୍ଡକୁ ଛେଚି ପିଙ୍ଗି ଦେଇଛନ୍ତି । ମୁମୂର୍ତ୍ସ ଅବସ୍ଥାରେ ଶିଶୁଟିକୁ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ହତ୍ୟାକାଣ୍ଡ ସ୍ଥଳରେ ହାତ ଗ୍ଲୋବସ ମଦବୋତଲ ଆଉ ମହିଳାଙ୍କ ମଙ୍ଗଳସୁତ୍ର ପଡିଛି । ମହିଳାଙ୍କ ବେକରେ ଗାମୁଛା ଗୁଡ଼ାହୋଇଛି ବେକରୁ ରକ୍ତ ବହୁ ଥିବାର ଦେଖିବାକୁ ମିଳିଛି । ଶରୀରର ଅନ୍ୟ ସ୍ଥାନରେ ପଥରରେ ଛେଚା ହୋଇଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳିନି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପାରିପାର୍ଶ୍ବିକ ଅବସ୍ଥାରୁ ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର