ରାଜ୍ୟରେ କମୁଛି ତାପମାତ୍ରା: ଅନେକ ସ୍ଥାନରେ ଅନୁଭୂତ ହେଉଛି ପହିଲି ଶୀତ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ତାପମାତ୍ରା କମୁଛି। ଅନେକ ସ୍ଥାନରେ ପହିଲି ଶୀତ ଅନୁଭୂତ ହେଉଛି। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ରାଜ୍ୟକୁ ଲଗାତାର ଭାବେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହାଦ୍ୱାରା ରାଜ୍ୟରେ ପୂର୍ବ ଅପେକ୍ଷା ଥଣ୍ଡା ବଢ଼଼ିଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବାରୁ ଥଣ୍ଡା ବଢ଼଼ିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଟି ସହରରେ […]

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ତାପମାତ୍ରା କମୁଛି। ଅନେକ ସ୍ଥାନରେ ପହିଲି ଶୀତ ଅନୁଭୂତ ହେଉଛି। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ରାଜ୍ୟକୁ ଲଗାତାର ଭାବେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହାଦ୍ୱାରା ରାଜ୍ୟରେ ପୂର୍ବ ଅପେକ୍ଷା ଥଣ୍ଡା ବଢ଼଼ିଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବାରୁ ଥଣ୍ଡା ବଢ଼଼ିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ; ୪୮ ଘଣ୍ଟା ଭିତରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଟି ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ୧୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ସୋନପୁରରେ ରାତିର ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଆହୁରି ପଢ଼ନ୍ତୁ: ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର

ଅନ୍ୟପଟେ, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ଶୀତ ଋତୁରେ ବିଶ୍ୱତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳରେ ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ନଭେମ୍ବରରେ ସାରା ରାଜ୍ୟରେ ଡିସେମ୍ବରରେ ଉଫକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଜାନୁଆରୀ ତଥା ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ଯୋଗୁଁ ଶୀତ କମ୍‌‌ ରହିବ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ଆଗକୁ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ରହିବ। ଦକ୍ଷିଣ ଚାଇନା ସମୁଦ୍ରରେ ନଭେମ୍ବରରେ ଝଡ଼ ସୃଷ୍ଟି ହେବାର ଆକଳନ କରାଯାଉଛି। ଏହାର ଶେଷାଂଶ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଅନ୍ୟପଟେ ମଡେଲ୍‌‌ର ଆକଳନରୁ ଜଣାପଡ଼ୁଛି ଯେ ଯଦି ନଭେମ୍ବରରରେ ଏହା ନ ହୁଏ ତେବେ ଆଣ୍ଡାମାନ ପ୍ରଭାବିତ ହୋଇ ବଂଲାଦେଶ ଦକ୍ଷିଣ ଉପକୂଳକୁ ବାତ୍ୟା ବିପଦ ରହିପାରେ। ତେବେ ଦେଶର ପୂର୍ବ ଉପକୂଳରେ କମ୍‌‌ ବର୍ଷା ଆକଳନ ହେତୁ ବାତ୍ୟା ସୃଷ୍ଟି ହେଲେ ମଧ୍ୟ ଓଡ଼ିଶା ମୁହାଁ ହେବାର ସମ୍ଭାବନା କମ୍‌‌ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

26 Oct 2022 By The Sakala

ରାଜ୍ୟରେ କମୁଛି ତାପମାତ୍ରା: ଅନେକ ସ୍ଥାନରେ ଅନୁଭୂତ ହେଉଛି ପହିଲି ଶୀତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ଭାବେ ତାପମାତ୍ରା କମୁଛି। ଅନେକ ସ୍ଥାନରେ ପହିଲି ଶୀତ ଅନୁଭୂତ ହେଉଛି। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ରାଜ୍ୟକୁ ଲଗାତାର ଭାବେ ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ଯାହାଦ୍ୱାରା ରାଜ୍ୟରେ ପୂର୍ବ ଅପେକ୍ଷା ଥଣ୍ଡା ବଢ଼଼ିଛି। ଅନ୍ୟପଟେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାକୁ ଥିବାରୁ ଥଣ୍ଡା ବଢ଼଼ିବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଟି ସହରରେ ରାତିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି। ୧୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ଥଣ୍ଡା ସହରରେ ପରିଣତ ହୋଇଥିବା ବେଳେ ସୋନପୁରରେ ରାତିର ତାପମାତ୍ରା ୧୭.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନ୍ୟପଟେ, ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ଶୀତ ଋତୁରେ ବିଶ୍ୱତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଓଡ଼ିଶା ସମେତ ଦେଶର ପୂର୍ବ ଉପକୂଳରେ ଆସନ୍ତା ଫେବୃଆରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ନଭେମ୍ବରରେ ସାରା ରାଜ୍ୟରେ ଡିସେମ୍ବରରେ ଉଫକୂଳ ସମେତ ଦକ୍ଷିଣ ଓଡ଼ିଶା ଏବଂ ଜାନୁଆରୀ ତଥା ଫେବୃଆରୀରେ ସମଗ୍ର ଉପକୂଳରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ଯୋଗୁଁ ଶୀତ କମ୍‌‌ ରହିବ। ଅନ୍ୟପଟେ ବିଭିନ୍ନ କାରଣ ପାଇଁ ଆଗକୁ ବଙ୍ଗୋପସାଗରରେ ବାତ୍ୟା ପାଇଁ ଅନୁକୂଳ ରହିବ। ଦକ୍ଷିଣ ଚାଇନା ସମୁଦ୍ରରେ ନଭେମ୍ବରରେ ଝଡ଼ ସୃଷ୍ଟି ହେବାର ଆକଳନ କରାଯାଉଛି। ଏହାର ଶେଷାଂଶ ଥାଇଲାଣ୍ଡ ଦେଇ ବଙ୍ଗୋପସାଗରରେ ପ୍ରବେଶ କରି ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ। ଅନ୍ୟପଟେ ମଡେଲ୍‌‌ର ଆକଳନରୁ ଜଣାପଡ଼ୁଛି ଯେ ଯଦି ନଭେମ୍ବରରରେ ଏହା ନ ହୁଏ ତେବେ ଆଣ୍ଡାମାନ ପ୍ରଭାବିତ ହୋଇ ବଂଲାଦେଶ ଦକ୍ଷିଣ ଉପକୂଳକୁ ବାତ୍ୟା ବିପଦ ରହିପାରେ। ତେବେ ଦେଶର ପୂର୍ବ ଉପକୂଳରେ କମ୍‌‌ ବର୍ଷା ଆକଳନ ହେତୁ ବାତ୍ୟା ସୃଷ୍ଟି ହେଲେ ମଧ୍ୟ ଓଡ଼ିଶା ମୁହାଁ ହେବାର ସମ୍ଭାବନା କମ୍‌‌ ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର