କମିବ ପଶ୍ଚିମା ଝଡ଼, ରାଜ୍ୟରେ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। କ୍ରମାଗତ ଭାବେ ଲାଗି ରହିଥିବା ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା କମ୍‌‌ ରହିଛି। ରବିବାରଠାରୁ ପଶ୍ଚିମାଝଡ଼ ପ୍ରଭାବ ହ୍ରାସ ହୋଇଥିବାରୁ ତାମପାତ୍ରା ବୃଦ୍ଧି ହେବା ନେଇ ପାଗ ଅନୁକୂଳ ହୋଇଛି। ଅନ୍ୟପଟେ ୨ ତାରିଖରୁ ଉତ୍ତର ପଶ୍ଚିମ ଭାରତରେ ଏକ ପଶ୍ଚିମା ଝଡ଼ ପ୍ରଭାବ ପକାଇଥିଲେ ମଧ୍ୟ ସମ୍ଭବତଃ ଏହା ଓଡ଼ିଶାର ବାୟୁମଣ୍ଡଳରେ ଯଥେଷ୍ଟ ଉପରେ […]

ଭୁବନେଶ୍ୱର : ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। କ୍ରମାଗତ ଭାବେ ଲାଗି ରହିଥିବା ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟରେ ବର୍ତ୍ତମାନ ତାପମାତ୍ରା କମ୍‌‌ ରହିଛି। ରବିବାରଠାରୁ ପଶ୍ଚିମାଝଡ଼ ପ୍ରଭାବ ହ୍ରାସ ହୋଇଥିବାରୁ ତାମପାତ୍ରା ବୃଦ୍ଧି ହେବା ନେଇ ପାଗ ଅନୁକୂଳ ହୋଇଛି। ଅନ୍ୟପଟେ ୨ ତାରିଖରୁ ଉତ୍ତର ପଶ୍ଚିମ ଭାରତରେ ଏକ ପଶ୍ଚିମା ଝଡ଼ ପ୍ରଭାବ ପକାଇଥିଲେ ମଧ୍ୟ ସମ୍ଭବତଃ ଏହା ଓଡ଼ିଶାର ବାୟୁମଣ୍ଡଳରେ ଯଥେଷ୍ଟ ଉପରେ ଯିବ। ତେଣୁ ରାଜ୍ୟରେ ଏହାର ବିଶେଷ ପ୍ରଭାବ ନ ପଡ଼ିବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକଠାରୁ ତାପମାତ୍ରା ୬-୭ ଡିଗ୍ରୀ ପର୍ଯ୍ୟନ୍ତ କମ୍‌‌ ରହିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଏପ୍ରିଲ୍‌‌ ପ୍ରଥମ ସପ୍ତାହ ଅଧା ହୋଇ ସାରିଥିଲେ ମଧ୍ୟ ବର୍ତ୍ତମାନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ନାହିଁ। ହେଲେ ଏବେ ତାପମାତ୍ରା ବୃଦ୍ଧି ସହ ସ୍ୱାଭାବିକ ସ୍ଥିତିକୁ ଫେରିଲେ ରାଜ୍ୟରେ ତାତି ୪୦ ଡିଗ୍ରୀ ଛୁଇଁବାର ଆଶଙ୍କା କରାଯାଉଛି। ଅନ୍ୟପଟେ ତାପମାତ୍ରା ବୃଦ୍ଧି ସହ ଅପରାହ୍ଣ ପରେ କାଳବୈଶାଖୀ ଆଶଙ୍କା ବଢ଼଼ିଯାଇଛି। ତାପମାତ୍ରା ବୃଦ୍ଧି ଯୋଗୁଁ ଭୂପୃଷ୍ଟ ତତଲା ରହିବ। ଏହି ସମୟରେ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫ ପୂର୍ଣ୍ଣ ସାମୁଦ୍ରିକ ବାୟୁ ପ୍ରବେଶ ଦ୍ୱାରା କାଳବୈଶାଖୀ ପରିସ୍ଥିତି ସୃଷ୍ଟି ହେବା ପାଇଁ ଅନୁକୂଳ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ସୋମବାର ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର କାଁ ଭାଁ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିଛି। ଟିଟଲାଗଡ଼ ଓ ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୬.୫ ଡିଗ୍ରୀ ଲେଖାଏଁ ରେକର୍ଡ କରାଯାଇଥିବା ଫୁଲବାଣୀ ୩୬.୩, ଝାରସୁଗୁଡ଼ା ୩୬.୨, ବୌଦ୍ଧ ଓ ଭାବନୀପାଟଣାରେ ତାପମାତ୍ରା ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର