ଫେବ୍ରୁଆରୀରୁ ୩୬ଡ଼ିଗ୍ରୀ ଅତିକ୍ରମ କଲା ଦିନ ତାପମାତ୍ରା, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି

The Sakala Picture
Published On

ଭୁବନେଶ୍ବର : ଫେବ୍ରୁଆରୀ ସରିନି…ଏବେ କମ୍ବଳ ଉଭାନ ହୋଇ ଦରକାର ପଡିଲାଣି ଫ୍ୟାନ୍‌/ଏସି। ଚଳିତ ଥର ଶୀତର ପ୍ରକୋପ ଏତେ ଦେଖା ଯାଇନଥିବା ବେଳେ ଗ୍ରୀଷ୍ମ କିନ୍ତୁ ଅଚାନକ ମାଡି ଆସିଲାଣି। ଆଉ ପ୍ରଥମରୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇ, ସତର୍କ କରିଦେଲାଣି। ମାଘ ମାସରୁ ବାଘ ପରି ଖରା ଦେଖି ଲୋକବି ଅସ୍ତବ୍ୟସ୍ତ ହୋଇପଡିଲେଣି। ଗତକାଲି ରାଜ୍ୟର ୪ ଜିଲ୍ଲାର ତାପମାତ୍ରା ୩୫ଡ଼ିଗ୍ରୀ ଛୁଇଁଥିବା ବେଳେ ଆଜି ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍‌ […]

ଭୁବନେଶ୍ବର : ଫେବ୍ରୁଆରୀ ସରିନି…ଏବେ କମ୍ବଳ ଉଭାନ ହୋଇ ଦରକାର ପଡିଲାଣି ଫ୍ୟାନ୍‌/ଏସି। ଚଳିତ ଥର ଶୀତର ପ୍ରକୋପ ଏତେ ଦେଖା ଯାଇନଥିବା ବେଳେ ଗ୍ରୀଷ୍ମ କିନ୍ତୁ ଅଚାନକ ମାଡି ଆସିଲାଣି। ଆଉ ପ୍ରଥମରୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇ, ସତର୍କ କରିଦେଲାଣି। ମାଘ ମାସରୁ ବାଘ ପରି ଖରା ଦେଖି ଲୋକବି ଅସ୍ତବ୍ୟସ୍ତ ହୋଇପଡିଲେଣି। ଗତକାଲି ରାଜ୍ୟର ୪ ଜିଲ୍ଲାର ତାପମାତ୍ରା ୩୫ଡ଼ିଗ୍ରୀ ଛୁଇଁଥିବା ବେଳେ ଆଜି ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍‌ କରିଯାଇଛି।

ଆହୁରି ପଢ଼ନ୍ତୁ: ବଦଳିଲା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ନାଁ, ହେଲା 'ଆଞ୍ଚଳିକ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ'

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ଡ଼ିଗ୍ରୀ ଅତିକ୍ରମ କରିଛି ଦିନ ତାପମାତ୍ରା। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ବଲାଙ୍ଗୀର ରେ ୩୫.୯ଡିଗ୍ରୀ, ବୌଦ୍ଧ ରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ପାରଳାଖେମୁଣ୍ଡି ଏବଂ ସୋନପୁର ରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରି ରେ ୩୪.୭, ନୟାଗଡ଼ ରେ ୩୪.୫, ରାୟଗଡା ରେ ୩୪.୨, ଅନୁଗୁଳ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଆହୁରି ପଢ଼ନ୍ତୁ: କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ନିର୍ବାଚନ: ସମସ୍ତ ୧୪ ସିଟ୍‌ରେ ବିଜେଡିର ବାଜିମାତ୍‌

ପାଣିପାଗ ବିଭାଗ କହିଛି ଯେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢୁଛି ପାରଦ। ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୩ଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି। ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ଅଧିକ ତାତି ଅନୁଭବ ହେବ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ: ପତ୍ନୀଙ୍କ ତଣ୍ଟି କାଟିଲା ସ୍ୱାମୀ, ପରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍‌ ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

19 Feb 2024 By The Sakala

ଫେବ୍ରୁଆରୀରୁ ୩୬ଡ଼ିଗ୍ରୀ ଅତିକ୍ରମ କଲା ଦିନ ତାପମାତ୍ରା, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି

ଭୁବନେଶ୍ବର : ଫେବ୍ରୁଆରୀ ସରିନି…ଏବେ କମ୍ବଳ ଉଭାନ ହୋଇ ଦରକାର ପଡିଲାଣି ଫ୍ୟାନ୍‌/ଏସି। ଚଳିତ ଥର ଶୀତର ପ୍ରକୋପ ଏତେ ଦେଖା ଯାଇନଥିବା ବେଳେ ଗ୍ରୀଷ୍ମ କିନ୍ତୁ ଅଚାନକ ମାଡି ଆସିଲାଣି। ଆଉ ପ୍ରଥମରୁ ଗ୍ରୀଷ୍ମ ତାର ପ୍ରକୋପ ଦେଖାଇ, ସତର୍କ କରିଦେଲାଣି। ମାଘ ମାସରୁ ବାଘ ପରି ଖରା ଦେଖି ଲୋକବି ଅସ୍ତବ୍ୟସ୍ତ ହୋଇପଡିଲେଣି। ଗତକାଲି ରାଜ୍ୟର ୪ ଜିଲ୍ଲାର ତାପମାତ୍ରା ୩୫ଡ଼ିଗ୍ରୀ ଛୁଇଁଥିବା ବେଳେ ଆଜି ଦୁଇଟି ସ୍ଥାନର ତାପମାତ୍ରା ୩୬ ଡ଼ିଗ୍ରୀ ପାର୍‌ କରିଯାଇଛି।

ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ଡ଼ିଗ୍ରୀ ଅତିକ୍ରମ କରିଛି ଦିନ ତାପମାତ୍ରା। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଏଥି ସହିତ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି। ବଲାଙ୍ଗୀର ରେ ୩୫.୯ଡିଗ୍ରୀ, ବୌଦ୍ଧ ରେ ୩୫.୫ ଡିଗ୍ରୀ, ଝାରସୁଗୁଡା ୩୫.୪ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୪ ଡିଗ୍ରୀ, ପାରଳାଖେମୁଣ୍ଡି ଏବଂ ସୋନପୁର ରେ ୩୪.୮, ସମ୍ବଲପୁର, ହୀରାକୁଦ ଏବଂ ମାଲକାନଗିରି ରେ ୩୪.୭, ନୟାଗଡ଼ ରେ ୩୪.୫, ରାୟଗଡା ରେ ୩୪.୨, ଅନୁଗୁଳ ୩୪.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ପାଣିପାଗ ବିଭାଗ କହିଛି ଯେ ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ପାଇଁ ବଢୁଛି ପାରଦ। ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି। ଏଥିପାଇଁ ଆଗାମୀ ୩ଦିନ ପର୍ଯ୍ୟନ୍ତ ଆହୁରି ବଢିବ ତାତି। ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବ। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶା ଅଧିକ ତାତି ଅନୁଭବ ହେବ।

ଅନ୍ୟପଟେ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍‌ ସମୟରେ ପ୍ରବଳ ଘନ କୁହୁଡ଼ି ଅନୁଭୂତ ହେଉଛି। ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ତେଣୁ ଯାତାୟାତ ସମୟରେ ଅଧିକ ସତର୍କତା ଅବଲମ୍ୱନ କରିବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର