କାନ୍ଦି କାନ୍ଦି ଭିଡ଼ିଓ ଜାରି କଲେ ତପସ୍ଵିନୀ : ଶ୍ବଶୁରଙ୍କୁ କହିଲେ- ବାପା ଦୟାକର ମୋତେ ଛୋଟ ଝିଅ ଭାବି କ୍ଷମାକର, ମୋ ସ୍ବାମୀକୁ ଫେରାଇ ଦିଅ

The Sakala Picture
Published On

ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦିର୍ଘ ମେସେରୁ ଉର୍ଦ୍ଧ୍ବ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଥିବା ତପସ୍ଵିନୀ ଆଜି କାନ୍ଦି କାନ୍ଦି ଭିଡ଼ିଓ ଜାରି କରିଛନ୍ତି। […]

ବ୍ରହ୍ମପୁର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ-ଡାକ୍ତର ସୁମିତଙ୍କ ପାରିବାରିକ ବିବାଦକୁ ନେଇ ଚାଲିଥିବା ଡ୍ରାମା ଏବେ ବି ଜାରି ରହିଛି । ସୁମିତ ଏବଂ ତପସ୍ୱିନୀ ବିବାଦକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଯୋର ଧରିଥିବା ବେଳେ ଏହାକୁ ନେଇ ଲୋକେ ଦିନ ରାତି ଚର୍ଚ୍ଚା ଜାରି ରଖିଛନ୍ତି। ଏହାରି ମଧ୍ୟରେ ଦିର୍ଘ ମେସେରୁ ଉର୍ଦ୍ଧ୍ବ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଥିବା ତପସ୍ଵିନୀ ଆଜି କାନ୍ଦି କାନ୍ଦି ଭିଡ଼ିଓ ଜାରି କରିଛନ୍ତି। ଏଥିରେ ସେ ସ୍ୱାମୀ ସୁମିତଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କାନ୍ଦି କାନ୍ଦି ଅନୁରୋଧ କରିଥିବା ବେଳେ ସାଧାରଣ ଲୋକ ଓ ତାଙ୍କ ଶ୍ୱଶୂରଙ୍କ ଉଦ୍ଦେଶ୍ୟରେ ମଧ୍ୟ କିଛି କଥା କହିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଭୟ: ଓଡ଼ିଶା ମୁହାଁ ହେବ କି ଘୂର୍ଣ୍ଣିବଳୟ?

ତପସ୍ବିନୀ ଜାରି କରିଥିବା ଭିଡିଓରେ ଭାବବିହ୍ବଳ ହୋଇ କହିଛନ୍ତି ‘ଏତେ ଦିନର ଧାରଣା ପରେ ବହୁ କଷ୍ଟ ପାଇଲିଣି, ଯାହାକୁ ବିଶ୍ବସ କରି ହାତ ଧରିଥିଲି ସେ ହିଁ ବରବାଦ କରିବା ପାଇଁ ଚାହୁଁଛନ୍ତି। ଅନେକ ବର୍ତ୍ତମାନ ଚାହୁଁଛନ୍ତି ବାରଣ୍ଡାରୁ ମୋତେ ଉଠାଇବା ପାଇଁ। କିଏ ମାରିବା ଧମକ ଦେଉଛି ତ ଆଉ କେହି ଅଯଥାରେ ମୋ ନାଁରେ କେସ କରୁଛନ୍ତି। ମୁଁ ବଞ୍ଚି ଥାଉ ଥାଉ ମୋତେ ନେଇଯାଅ ସୁମିତ । କାଲି ମୋ ମନରେ ଯଦି ମରିବାର ଭାବନା ଆସେ ତେବେ ତମ ଆଉ ମୋତେ ପାଇପାରିବ ନାହିଁ ।କୋହଭରା କଣ୍ଠରେ ଏଭଳି କହିଛନ୍ତି ବ୍ରହ୍ମପୁର ବ୍ରହ୍ମାନଗରର ଡିମ୍ପଲ । ଭୋ ଭୋ ହୋଇ କାନ୍ଦୁଛନ୍ତି ଡିମ୍ପଲ ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

କାନ୍ଦି କାନ୍ଦି ଲୁହ ଛଳ ଛଳ ହୋଇ ତପସ୍ବିନୀ ଆହୁରି ମଧ୍ୟ କହୁଛନ୍ତି , ‘ମୁଁ ସୁମିତକୁ ଭଲ ପାଇ ବାହା ହୋଇଥିଲି, ବହୁତ ବିଶ୍ୱାସ କରେ ।ମୁଁ ସୁମିତଙ୍କୁ ଯେତେବେଳେ ବାହା ହୋଇଥିଲି ସେତେବେଳେ ମୋର ବିଶ୍ୱାସ ଥିଲେ ଯେ ଆମେ ଦୁଇ ଜଣ ବହୁତ ଖୁସିରେ ରହିବୁ। କିନ୍ତୁ ସେମିତି କିଛି ବି ହେଲାନି। ଆଜି ସବୁ କଥା ଭାବିଲା ବେଳକୁ ବହୁତ ଦୁଃଖ ଲାଗୁଛି। ଯାହାକୁ ବିଶ୍ୱାସ କରି ବାହା ହୋଇଥିଲି ସେ ହିଁ ମୋତେ ବରବାଦ କରିବାକୁ ଚାହୁଁଛନ୍ତି। ସେଥିପାଇଁ କେତେ ପ୍ଲାନ୍ କରୁଛନ୍ତି। ସବୁ ପରେ ବି ମୁଁ ଚାହୁଁଛି ସୁମିତ ମୋ ପାଖକୁ ଫେରି ଆସନ୍ତୁ। ମୁଁ ସୁମିତଙ୍କୁ ବହୁତ ଭଲ ପାଏ। ତାଙ୍କୁ ବରବାଦ କରିବା ପାଇଁ ଚାହେଁନି।  ଡିମ୍ପଲର କିଛି ବି ନାହିଁ ସୁମିତଙ୍କୁ ଦେବା ପାଇଁ। କେବଳ ଡିମ୍ପଲ ହିଁ ଅଛି ସୁମିତଙ୍କ ପାଇଁ। ସୁମିତ ତୁମେ ଯେଉଁ ଡିମ୍ପଲକୁ ଦେଖିଥିଲ ଆଜି ବି ସେହି ଡିମ୍ପଲ ହିଁ ତୁମ ପାଖରେ ଠିଆ ହେବାକୁ ଚାହୁଁଛି। ମୁଁ ବଞ୍ଚିଛି ମୋତେ ନେଇ ଯାଅ। କିଏ ଜାଣେ କାଲି ଆଉ ମୁଁ ନଥିବି। ମୋତେ ବହୁତ କଷ୍ଟ ହେଲାଣି ସୁମିତ।’

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ସେ ଆହୁରି କହିଛନ୍ତି, ଯେଉଁମାନେ ଭାବୁଛନ୍ତି ମୁଁ ପଇସା ଲାଗି ଏମିତି କରୁଛି, ସେସବୁ ମିଛ। ମୁଁ ପଇସା ପାଇଁ କରୁନି। ମୁଁ ମୋ ସ୍ୱାମୀଙ୍କୁ ଚାହୁଁଛି। ମୁଁ ମୋ ସୁମିତଙ୍କୁ ଚାହୁଁଛି। ଆପଣମାନଙ୍କୁ ଅନୁରୋଧ ମୋତେ ଖରାପ କୁହନ୍ତୁନି। ସୁମିତଙ୍କୁ ବି ଖରାପ କୁହନ୍ତୁ ନାହିଁ।ଭିଡିଓରେ କାନ୍ଦି କାନ୍ଦି ତପସ୍ୱିନୀ ତାଙ୍କ ଶ୍ୱଶୁରଙ୍କୁ ବି ଅନୁରୋଧ କରିଛନ୍ତି। ସେ କହିଛନ୍ତି, ବାପା ଦୟା କର। ଯଦି କିଛି ଭୁଲ୍ କରିଛି ଛୋଟ ଝିଅ ଭାବି କ୍ଷମା କରି ଦିଅ। ମୋତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ। ମୋତେ ମୋ ସୁମିତଙ୍କୁ ଦେଇ ଦିଅ। ମୁଁ ଆଉ ପାରୁନି। ମୁଁ କେବଳ ସୁମିତଙ୍କ ପାଇଁ ହିଁ ଲଢ଼େଇ କରୁଛି। ବଞ୍ଚିଥିବା ଅବସ୍ଥାରେ ମୋତେ ଗ୍ରହଣ କରି ନିଅନ୍ତୁ ବୋଲି କହିଛନ୍ତି ଡିମ୍ପଲ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର