ତପସ୍ୱିନୀ-ସୁମିତ ବିବାଦ : ଏସ୍.ଡି.ଜେ.ଏମ୍ କୋର୍ଟର ରାୟ ବିରୋଧରେ କରାଯାଇଥିବା ଅପିଲର ଶୁଣାଣି କଲେ ଜିଲ୍ଲା କୋର୍ଟ

The Sakala Picture
Published On

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ […]

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳିପାରୁନାହିଁ। ଏହାରି ମଧ୍ୟରେ ଏସ୍.ଡି.ଜେ.ଏମ୍ କୋର୍ଟଙ୍କ ରାୟ ବିରୋଧରେ ଉଭୟ ପକ୍ଷରୁ ଜିଲ୍ଲା କୋର୍ଟରେ କରାଯାଇଥିବା ଅପିଲର ଣୁଣାଣି ହୋଇଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଅପିଲର ଶୁଣାଣି ହୋଇଛି। ଉଭୟ ପକ୍ଷର ଓକିଲଙ୍କ ଜବାବ୍ ସୁଆଲ୍ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜାନୁୟାରୀ ୪ ତାରିଖକୁ ସମୟ ଧାର୍ଯ୍ୟ କରିଥିବା ଉଭୟ ଓକିଲ ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ଥ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବେ ୯ ତାରିଖରେ ଏସ୍ ଡି ଜେ ଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ। ସେହିପରି ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସ୍ ଡି ଜେ ଏମ୍ କୋର୍ଟରେ କରାଯାଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଆଜି ୨ଟି ପିଟିସନର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ୍।ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ। ଯାହା ପରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହ ଚୁଡାନ୍ତ ରାୟ ଆସନ୍ତା ୪ ତାରିଖରେ ଶୁଣାଇବେ ବୋଲି ଆଦେଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

27 Dec 2021 By The Sakala

ତପସ୍ୱିନୀ-ସୁମିତ ବିବାଦ : ଏସ୍.ଡି.ଜେ.ଏମ୍ କୋର୍ଟର ରାୟ ବିରୋଧରେ କରାଯାଇଥିବା ଅପିଲର ଶୁଣାଣି କଲେ ଜିଲ୍ଲା କୋର୍ଟ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ତପସ୍ୱିନୀ-ସୁମିତ ବିବାଦ ମାମଲା ଦିନକୁ ଦିନ ରଙ୍ଗ ବଦଳାଇବାରେ ଲାଗିଛି। ସୁମିତ ଭିଡିଓ ଜାରି କରି ତପସ୍ୱିନୀଙ୍କ ଉପରେ ଆରୋପ ଲଗାଉଥିବା ବେଳେ ତପସ୍ୱିନୀ ମଧ୍ୟ ଭିଡିଓ ଜାରି କରି ତାଙ୍କ ମନର କଥା କହିବା ସହ ସୁମିତଙ୍କ ଉପରେ ଆରୋପ ଲଗାଉଛନ୍ତି। ଏହାରି ମଧ୍ୟରେ ଏକ ମାସରୁ ଅଧିକ ସମୟ ହେବ ଶ୍ବଶୁର ଘର ଆଗରେ ଧାରଣାରତ ଅଛନ୍ତି ତପସ୍ୱିନୀ।  ତପସ୍ୱିନୀ-ସୁମିତଙ୍କ ମାମଲାରେ ଏସ୍.ଡି.ଜେ.ଏମ୍ କୋର୍ଟ ୩ ଥର ରାୟ ପ୍ରକାଶ କରିଥିଲେ ମଧ୍ୟ କିଛି ଫଳ ମିଳିପାରୁନାହିଁ। ଏହାରି ମଧ୍ୟରେ ଏସ୍.ଡି.ଜେ.ଏମ୍ କୋର୍ଟଙ୍କ ରାୟ ବିରୋଧରେ ଉଭୟ ପକ୍ଷରୁ ଜିଲ୍ଲା କୋର୍ଟରେ କରାଯାଇଥିବା ଅପିଲର ଣୁଣାଣି ହୋଇଛି।

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଅପିଲର ଶୁଣାଣି ହୋଇଛି। ଉଭୟ ପକ୍ଷର ଓକିଲଙ୍କ ଜବାବ୍ ସୁଆଲ୍ ହୋଇଥିବା ବେଳେ ଜିଲ୍ଲା କୋର୍ଟ ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଅର୍ଥାତ ୨୦୨୨ ଜାନୁୟାରୀ ୪ ତାରିଖକୁ ସମୟ ଧାର୍ଯ୍ୟ କରିଥିବା ଉଭୟ ଓକିଲ ସୂଚନା ଦେଇଛନ୍ତି। ତପସ୍ବିନୀଙ୍କୁ ଭଡା ଘରେ ରଖିବା ଏବଂ ସମସ୍ଥ ଦାୟିତ୍ୱ ବହନ କରିବା ନିମନ୍ତେ ୨ ଏବେ ୯ ତାରିଖରେ ଏସ୍ ଡି ଜେ ଏମ୍ କୋର୍ଟ ଦେଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ସୁମିତଙ୍କ ଓକିଲ। ସେହିପରି ତପସ୍ବିନୀଙ୍କୁ ଚଳିବା ଏବଂ ଭରଣ ପୋଷଣ ପାଇଁ ୫୦ ହଜାର ଟଙ୍କା ପ୍ରଦାନ ପାଇଁ ଏସ୍ ଡି ଜେ ଏମ୍ କୋର୍ଟରେ କରାଯାଇଥିବା ଆଦେଶକୁ ଚ୍ଯାଲେଞ୍ କରି ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ତପସ୍ବିନୀଙ୍କ ଓକିଲ। ଆଜି ୨ଟି ପିଟିସନର ଶୁଣାଣି କରିଛନ୍ତି ଜିଲ୍ଲା ଦୌରାଜଜ୍।ଦମ୍ପତି ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାରେ ଉଭୟ ପକ୍ଷର ଓକିଲ କୋର୍ଟରେ ନିଜ ନିଜର ପକ୍ଷ ରଖିଥିଲେ। ଯାହା ପରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ସହ ଚୁଡାନ୍ତ ରାୟ ଆସନ୍ତା ୪ ତାରିଖରେ ଶୁଣାଇବେ ବୋଲି ଆଦେଶ ଦେଇଛନ୍ତି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର