ଭିମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

The Sakala Picture
Published On

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏମବିବିଏସ ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ […]

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏମବିବିଏସ ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ପୁଲିସର ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ମୃତ ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଲେ ବଲାଙ୍ଗୀର ତାଲପାଲିପଡ଼ାରେ ରହୁଥିବା ସମାରୁ ନନ୍ଦଙ୍କ ଝିଅ ବୋଲି ଜଣାପଡ଼ିଛି। ଏନେଇ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡାକ୍ତର ସବିତା ମହାପାତ୍ର କହିଛନ୍ତି ଯେ ଏହା ଏକ ସନ୍ଦେହଜନକ ମୃତ୍ୟୁ। ତେବେ ନିରୁପମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଠାରୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ଦିନ ତାପମାତ୍ରା

07 Oct 2021 By The Sakala

ଭିମଭୋଇ ମେଡିକାଲ କଲେଜ ହଷ୍ଟେଲରେ ଏମବିବିଏସ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏମବିବିଏସ ତୃତୀୟ ବର୍ଷର ଛାତ୍ରୀ ନିରୁପମା ନନ୍ଦଙ୍କ ମୃତ୍ୟୁ ହୋଇଛି । ମେଡିକାଲ କଲେଜର ଲେଡିଜ୍ ହଷ୍ଟେଲ ଝରକାରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ନିରୁପମା ଝୁଲିପଡ଼ିଥିବା ନେଇ କଲେଜ କର୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପହଂଚିବା ପରେ ନିରୁପମାଙ୍କୁ ତଳକୁ ଅଣାଯାଇଥିଲା।

ପୁଲିସର ଉପସ୍ଥିତିରେ ଡାକ୍ତରୀ ଛାତ୍ରୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବକୁ ବ୍ୟବଚ୍ଛେଦ ପାଇଁ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମୃତ ନିରୁପମା ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଲେ ବଲାଙ୍ଗୀର ତାଲପାଲିପଡ଼ାରେ ରହୁଥିବା ସମାରୁ ନନ୍ଦଙ୍କ ଝିଅ ବୋଲି ଜଣାପଡ଼ିଛି। ଏନେଇ ସନ୍ଥକବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡାକ୍ତର ସବିତା ମହାପାତ୍ର କହିଛନ୍ତି ଯେ ଏହା ଏକ ସନ୍ଦେହଜନକ ମୃତ୍ୟୁ। ତେବେ ନିରୁପମାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର