ମନୀଷଙ୍କ ମୃତ୍ୟୁ ଘଟଣା ଉପରୁ ହଟିଲା ସସପେନ୍ସ : କେମିତି ହୋଇଥିଲା ମୃତ୍ୟୁ, ଖୁଲାସା କଲେ ଡିସିପି

The Sakala Picture
Published On

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ସସପେନ୍ସ ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଏନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଙ୍ଗ ସାଜିଥିଲେ ସଇତାନ। ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିଲେ। […]

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ସସପେନ୍ସ ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଏନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଙ୍ଗ ସାଜିଥିଲେ ସଇତାନ। ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିଲେ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ। ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟିତୁଣ୍ଡ ହୋଇଥିଲା।ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ଠେଲାପେଲା ବେଳେ ମାଡ଼ ମରାରୁ ମନୀଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ୩ ଜଣ ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ ବୋଲି ଭୁବନେଶ୍ୱର ଡସିପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍‌ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍‌; ସତ୍ୟର ଜୟ ହୋଇଛି, ନ୍ୟାୟ ସ୍ଥାପିତ ହୋଇଛି କହିଲେ ମାନସ ମଙ୍ଗରାଜ

ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ।ଘଟଣା ପରେ ୨ ଅଭିଯୁକ୍ତ ରାଜଧାନୀର ଏକ ହୋଟେଲରେ ସେ ଦିନ ରହିଥିଲେ। ତେଣୁ ଏହି ମାମଲାରେ ଆଉ କାହାର ସମ୍ପୃକ୍ତ ରହିଛି ସେ ଦିଗକୁ ନେଇ ତଦନ୍ତ କରାଯାଉଛି। ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରାଯିବ ବୋଲି ଡିସିପି କହିଛନ୍ତି। ଅନ୍ୟପଟେ ମନୀଷଙ୍କ ମୃତଦେହ ପୋଖରୀରେ ଫିଙ୍ଗିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଜଣକ ମନୀଷଙ୍କ ସାଙ୍ଗମାନଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ ବୋଲି ଡିସିପି କହିଛନ୍ତି। ଘଟଣାରେ ବ୍ୟବହୃତ କାରକୁ ପୁଲିସ ଜବତ କରିଛି।

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍‌ପେନ୍ସ ଲାଗି ରହିଥିଲା।  ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍‌କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ।

16 Oct 2021 By The Sakala

ମନୀଷଙ୍କ ମୃତ୍ୟୁ ଘଟଣା ଉପରୁ ହଟିଲା ସସପେନ୍ସ : କେମିତି ହୋଇଥିଲା ମୃତ୍ୟୁ, ଖୁଲାସା କଲେ ଡିସିପି

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଉପରୁ ସସପେନ୍ସ ହଟିଛି। କେମିତି ହୋଇଥିଲା ମନୀଷଙ୍କ ମୃତ୍ୟୁ ? କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ମୃତ୍ୟୁ ପଛର କାରଣ କ’ଣ ? ଏସବୁର ଖୁଲାସା କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ। ଏନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସାଙ୍ଗ ସାଜିଥିଲେ ସଇତାନ। ସାଙ୍ଗମାନେ ହିଁ ମନୀଷଙ୍କୁ ହତ୍ୟା କରିଥିଲେ।

ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ୪ ବନ୍ଧୁ ବିଳମ୍ବିତ ରାତିରେ ପାତ୍ରପଡ଼ା ସ୍ଥିତ ହୋଟେଲ ସାଉଥ ସିଟିକୁ ଯାଇଥିଲେ। ସେଠାରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କର ପାଟିତୁଣ୍ଡ ହୋଇଥିଲା।ପରେ ହୋଟେଲ ବାହାରେ ମନୀଷଙ୍କୁ ଆକ୍ରମଣ କରିଥିଲେ ଦୀନେଶ, ମୃତ୍ୟୁଞ୍ଜୟ ଓ ଅମ୍ରିତ । ଠେଲାପେଲା ବେଳେ ମାଡ଼ ମରାରୁ ମନୀଷଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଏହି ୩ ଜଣ ମନୀଷଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ତାଙ୍କ ମୃତଦେହକୁ ପାଖ ପୋଖରୀରେ ଫିଙ୍ଗିଥିଲେ ବୋଲି ଭୁବନେଶ୍ୱର ଡସିପି ସୂଚନା ଦେଇଛନ୍ତି।

ଗିରଫ ୩ ଜଣ ଅଭିଯୁକ୍ତଙ୍କୁ ରିମାଣ୍ତରେ ଆଣିବାକୁ କୋର୍ଟରେ ଆବେଦନ କରିଛୁ।ଘଟଣା ପରେ ୨ ଅଭିଯୁକ୍ତ ରାଜଧାନୀର ଏକ ହୋଟେଲରେ ସେ ଦିନ ରହିଥିଲେ। ତେଣୁ ଏହି ମାମଲାରେ ଆଉ କାହାର ସମ୍ପୃକ୍ତ ରହିଛି ସେ ଦିଗକୁ ନେଇ ତଦନ୍ତ କରାଯାଉଛି। ଗିରଫ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଲତାଡ କରାଯିବ ବୋଲି ଡିସିପି କହିଛନ୍ତି। ଅନ୍ୟପଟେ ମନୀଷଙ୍କ ମୃତଦେହ ପୋଖରୀରେ ଫିଙ୍ଗିବା ନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଜଣକ ମନୀଷଙ୍କ ସାଙ୍ଗମାନଙ୍କୁ ଓଦା ଅବସ୍ଥାରେ ଦେଖିଥିଲେ ବୋଲି ଡିସିପି କହିଛନ୍ତି। ଘଟଣାରେ ବ୍ୟବହୃତ କାରକୁ ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍‌ପେନ୍ସ ଲାଗି ରହିଥିଲା।  ପ୍ରଥମେ ଅପହରଣ ପରେ ପରେ ହୋଟେଲ୍ ବିଲ୍‌କୁ ନେଇ ବଚସା ଆଦି ଦିଗ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ଜେରା କରୁଥିଲା ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର