ହାଣ୍ଡିଆ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ, ୪ ଦିନ ପରେ ମାଟି ତଳୁ ଗଳିତ ଶବ ଉଦ୍ଧାର

The Sakala Picture
Published On

ରାଉରକେଲା : ହାଣ୍ଡିଆ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିବା ପରେ ଶବକୁ ମାଟି ତଳେ ପୋତି ଦେଇଥିଲେ ସ୍ବାମୀ । ତେବେ ପୁଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ୪ ଦିନ ପରେ ମାଟି ତଳୁ ଗଳିତ ଶବକୁ ଉଦ୍ଧାର କରି ପୁଲିସ ଅଭିଯୁକ୍ତ ସ୍ବାମୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ ବ୍ରାହ୍ମଣୀ […]

ରାଉରକେଲା : ହାଣ୍ଡିଆ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିବା ପରେ ଶବକୁ ମାଟି ତଳେ ପୋତି ଦେଇଥିଲେ ସ୍ବାମୀ । ତେବେ ପୁଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ୪ ଦିନ ପରେ ମାଟି ତଳୁ ଗଳିତ ଶବକୁ ଉଦ୍ଧାର କରି ପୁଲିସ ଅଭିଯୁକ୍ତ ସ୍ବାମୀଙ୍କ ନାମରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିବା ଘଟଣା ଉକ୍ତ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ ଯେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବଡ ଦଲକି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୂଷାପାଲି ଗ୍ରାମର ଅଶୋକ କେରକେଟା(୩୦) ଓ ବେଦବ୍ୟାସ ନଦୀଟୋଲା ଅଞ୍ଚଳର ଫୁଲମଣି କେରକେଟା(୨୬) ମଧ୍ୟରେ ଗତ ୩ ବର୍ଷ ପୂର୍ବେ ବୈଦିକ ରୀତିରେ ବିବାହ ହୋଇଥିଲା। ଅଶୋକ ଶ୍ରମିକ ଭାବେ କଲୁଙ୍ଗା ଆଇଡିସି ଠାରେ କାମ କରି ପରିବାର ପୋଷଣ କରୁଥିଲେ। ଗତ ୧୧ ଜୁନରେ ହାଣ୍ଡିଆ ପିଇବାକୁ ସ୍ବାମୀ ଅଶୋକ ସ୍ତ୍ରୀ ଫୁଲମଣିଙ୍କୁ ଟଙ୍କା ମାଗିଥିଲେ। ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଅଶୋକ, ସ୍ତ୍ରୀ ଫୁଲମଣିଙ୍କୁ ବିଧା ଗୋଇଠା ମାରି ମୁର୍ମୂଷ କରିବା ପରେ ତଣ୍ଟି ଚିପି ଦେଇଥିଲେ। ଫଳରେ ସେ ଘଟଣା ସ୍ଥଳରେ ଫୁଲମଣିର ମୃତ୍ୟୁ ହୋଇଥିଲା । ପୁଲିସ ଭୟରେ କଣ କରିବେ ବୋଲି ଭାବି ଗ୍ରାମର ଖଡିଆ ସମାଜ ନିକଟରେ ସବୁ କଥା ଜଣାଇଥିଲେ। ଘଟଣା ଯେପରି ପ୍ରଘଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରି ପୁଲିସ ଦାଉରୁ ରକ୍ଷା କରିବାକୁ କାକୁତି ମିନତି ହୋଇଥିଲେ। ସମାଜର ମୁଖିଆଙ୍କ ତତ୍ତ୍ୱାବଧାନରେ ଅଶୋକଙ୍କ କଥାକୁ ଗୁରୁତ୍ଵ ଦିଆଯାଇ ଗ୍ରାମରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଖାଲି ସ୍ଥାନରେ ଶବକୁ ପୋତି ଦିଆଯାଇଥିଲା।

ଘଟଣାକୁ ଛପାଇ ଅଶୋକ ଶଶୁର ଘରେ ଫୁଲମଣିଙ୍କ ଦେହ ଅସୁସ୍ଥ ହେବାରୁ ମୃତ୍ୟୁ ହୋଇଥିବା କହିଥିଲେ। ମାତ୍ର ଫୁଲମଣିଙ୍କ ଭଉଣୀ ସୁଶୀଳା ଖାଲଖୋ ସନ୍ଦେହ କରି ୧୪ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶନିବାର ପୁଲିସ ଟିମ୍ ପହଞ୍ଚି ତଦନ୍ତ ତଥା ସ୍ବାମୀ ଅଶୋକଙ୍କୁ ପଚରାଉଚରା କରିବା ପରେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଆଜି ପୁଲିସ ମାଜିଷ୍ଟ୍ରେଟ ଅର୍ପିତା ମହାନ୍ତିଙ୍କ ଉପସ୍ଥିତିରେ ମାଟି ତଳୁ ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତ ସ୍ବାମୀ ଅଶୋକଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

15 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର