ଭିନ୍ନ ଭାବେ ସକ୍ଷମ ମେରୀ ଜୟନ୍ତୀ

The Sakala Picture
Published On

ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର ଦାୟିତ୍ବ ନେଇଛନ୍ତି ମେରୀ ଜୟନ୍ତୀ ଟିଗା। ଅଙ୍ଗନବାଡି ଦିଦି ଭାବେ ଗାଁଟା ଯାକର ଭାର ତାଙ୍କ ମୁଣ୍ଡରେ। କରୋନା […]

ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର ଦାୟିତ୍ବ ନେଇଛନ୍ତି ମେରୀ ଜୟନ୍ତୀ ଟିଗା। ଅଙ୍ଗନବାଡି ଦିଦି ଭାବେ ଗାଁଟା ଯାକର ଭାର ତାଙ୍କ ମୁଣ୍ଡରେ। କରୋନା ଭଳି ମହାମାରୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଦିଦିମାନେ ଘରେ ବସି ଜନସାଧାରଣଙ୍କୁ ଟେଲି ସେବା ଯୋଗାଇ ପାରୁଥିବା ବେଳେ ଜୟନ୍ତୀ କିନ୍ତୁ ଏକଥାକୁ ବିଶ୍ବାସ କରନ୍ତିନି । ତାଙ୍କ ମତରେ ଲୋକଙ୍କ ପାଖେ ପହଞ୍ଚିଲେ ହିଁ ଲୋକଙ୍କ ଦୁଃଖ ବୁଝିବା ସମ୍ଭବ ଆଉ କରୋନା ଭଳି ମହାମାରୀରେ ଏହି ସହଯୋଗ ଲୋକଙ୍କୁ ବେଶୀ ଦରକାର।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ପ୍ରତିଦିନ ସକାଳ ୮ରୁ ଅପରାହ୍ନ ଯାଏଁ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ଜୟନ୍ତୀ ଅନ୍ୟ ଅଙ୍ଗନବାଡି କେନ୍ଦ୍ରରେ ଆଶା ଓ ଏଏନ୍ଏମ୍ ସହ ସହାୟିକାଙ୍କ ସାହାଯ୍ୟରେ କାମ ହେଉଥିବା ବେଳେ ଏଠାରେ କିନ୍ତୁ ଜୟନ୍ତୀଙ୍କୁ ହିଁ ସବୁକିଛି ସମ୍ଭାଳିବାକୁ ପଡେ। ଜୟନ୍ତୀଙ୍କ ମୁଣ୍ଡରେ ୭୫ ପରିବାରର ୩୧୫ ଲୋକଙ୍କ ଭାର | ସକାଳ ବେଳା ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିମିଟରରେ ଅକ୍ସିଜେନ୍ ମାତ୍ରା ମାପିଥାନ୍ତି| ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି। ଏହାଛଡା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବାକୁ ସଚେତନ କରୁଛନ୍ତି । ଏହାସହ ସଙ୍ଗରୋଧ ଭାବେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଶେଧକ ନେବେ ସେ ବାବଦରେ ବୁଝାଇଥାନ୍ତି | ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋଡ଼ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରନ୍ତି ଜୟନ୍ତୀ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ପାହାଡ ଉପରେ ନିପଟ ମଫସଲ ଗାଁ ହୋଇଥିବାରୁ ଜୟନ୍ତୀଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟିକାକରଣ ଓ କରୋନା ପରୀକ୍ଷା ପାଇଁ ବୁଝାଇବା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ସେ କେବେ ପଛକୁ ଫେରି ନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜିବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳବେଳା ଘରକୁ ଘର ଯାଇ ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି। ତାଙ୍କ କେନ୍ଦ୍ର ଅଧୀନରେ ଥିବା ଭଅଁରଖୋଲ, ଭୁଶଡିଖୋଲ, ମାୟାବେଟି ଖୋଲ, ଚରଗୁଡା ଆଦି ପଡ଼ାକୁ ଯାଇ ଲୋକଙ୍କୁ କରୋନା ବାବଦରେ ସଚେତନ କରୁଛନ୍ତି। ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠ ପଢ଼ା ଭୁଲି ନଯିବେ ସେଥ୍ପାଇଁ ସେ ପ୍ରତିଦିନ ଗାଁ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କୁ ପାଠ ପଢ଼ାଇଥାନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ଯୋଡ଼ିହୋଇ ରହିବେ ସେଥ୍ପାଇଁ ମା’ ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି। ଏସବୁକୁ ଛାଡି ଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ କାମର ଦାୟିତ୍ୱ ବି ସମ୍ଭାଳିଥାନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଓ ପରିମଳର ଦାୟିତ୍ୱ ବି ତାଙ୍କ ମୁଣ୍ଡରେ। ହାତ ଓ ପାଦରେ ଚପଲ ପିନ୍ଧି ଜୟନ୍ତୀ ଦିଦି ଯେତେବେଳେ ସକାଳେ ଗାଁ ଦାଣ୍ଡରେ ପହଞ୍ଚି ଘରକୁ ଘର ବୁଲି ସର୍ଭେ କରନ୍ତି ସେତେବେଳେ ନ ଦେଖୁଲା ଲୋକ ବି ଦଣ୍ଡେ ଅଟକି ତାଙ୍କ କଥା ଶୁଣନ୍ତି। ସାଧାରଣ ଅଙ୍ଗନବାଡି କେନ୍ଦ୍ରରେ ଦିଦିମାନଙ୍କୁ ୭୫୦୦ ଟଙ୍କା ମିଳୁଥିବା ବେଳେ ମିନି ଅଙ୍ଗନବାଡି କେନ୍ଦ୍ର ଦାୟିତ୍ବରେ ଥିବା ଜୟନ୍ତୀଙ୍କୁ ୫୫୦୦ ଟଙ୍କା ମିଳେ l ଏସବୁ ସତ୍ତ୍ୱେ କାମ କରିବା ଓ ଲୋକଙ୍କୁ ସେବା ଯୋଗାଇବାର ଝୁଙ୍କୁ ତାଙ୍କ ରାସ୍ତାରେ କେବେ ବାଧା ହୋଇ ଛିଡ଼ାହୋଇ ପାରିନି |

23 Jun 2021 By The Sakala

ଭିନ୍ନ ଭାବେ ସକ୍ଷମ ମେରୀ ଜୟନ୍ତୀ

ସୁନ୍ଦରଗଡ: ସେ ଜନ୍ମରୁ ଦିବ୍ୟାଙ୍ଗ | ଦୁଇ ପାଦ ଓ ହାତ ଭୂଇଁରେ ଲାଗିଲେ ତାଙ୍କ ପାଇଁ ଘୁଞ୍ଚିବା ସମ୍ଭବ ହୁଏ। ଏ ସବୁ ସତ୍ତ୍ୱେ; ସେ ଅକଳ୍ପନୀୟ ଭାବେ ସକ୍ଷମ। ନିଜର ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ବଣ ପାହାଡ ଘେରା ସୁନ୍ଦରଗଡ ଜିଲ୍ଲାର ଲେଫ୍ରିପଡ଼ା ବ୍ଲକ୍ ଅଧୀନରେ ଥିବା ଭଅଁରଖୋଲ ମିନି ଅଙ୍ଗନବାଡି କେନ୍ଦ୍ରର ଦାୟିତ୍ବ ନେଇଛନ୍ତି ମେରୀ ଜୟନ୍ତୀ ଟିଗା। ଅଙ୍ଗନବାଡି ଦିଦି ଭାବେ ଗାଁଟା ଯାକର ଭାର ତାଙ୍କ ମୁଣ୍ଡରେ। କରୋନା ଭଳି ମହାମାରୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଦିଦିମାନେ ଘରେ ବସି ଜନସାଧାରଣଙ୍କୁ ଟେଲି ସେବା ଯୋଗାଇ ପାରୁଥିବା ବେଳେ ଜୟନ୍ତୀ କିନ୍ତୁ ଏକଥାକୁ ବିଶ୍ବାସ କରନ୍ତିନି । ତାଙ୍କ ମତରେ ଲୋକଙ୍କ ପାଖେ ପହଞ୍ଚିଲେ ହିଁ ଲୋକଙ୍କ ଦୁଃଖ ବୁଝିବା ସମ୍ଭବ ଆଉ କରୋନା ଭଳି ମହାମାରୀରେ ଏହି ସହଯୋଗ ଲୋକଙ୍କୁ ବେଶୀ ଦରକାର।

ପ୍ରତିଦିନ ସକାଳ ୮ରୁ ଅପରାହ୍ନ ଯାଏଁ ବିଭିନ୍ନ ପର୍ଯ୍ୟାୟରେ କାମ କରନ୍ତି ଜୟନ୍ତୀ ଅନ୍ୟ ଅଙ୍ଗନବାଡି କେନ୍ଦ୍ରରେ ଆଶା ଓ ଏଏନ୍ଏମ୍ ସହ ସହାୟିକାଙ୍କ ସାହାଯ୍ୟରେ କାମ ହେଉଥିବା ବେଳେ ଏଠାରେ କିନ୍ତୁ ଜୟନ୍ତୀଙ୍କୁ ହିଁ ସବୁକିଛି ସମ୍ଭାଳିବାକୁ ପଡେ। ଜୟନ୍ତୀଙ୍କ ମୁଣ୍ଡରେ ୭୫ ପରିବାରର ୩୧୫ ଲୋକଙ୍କ ଭାର | ସକାଳ ବେଳା ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟ କଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ ଓ ଅକ୍ସିମିଟରରେ ଅକ୍ସିଜେନ୍ ମାତ୍ରା ମାପିଥାନ୍ତି| ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଓ ସମ୍ପାଦକମାନଙ୍କୁ ଡାକି ଓ ଗାଁ କଲ୍ୟାଣ ସମିତି ସଦସ୍ୟମାନଙ୍କୁ ଏକାଠି କରି କରୋନା ବାବଦରେ ବୁଝାଉଛନ୍ତି। ଏହାଛଡା ସାହି ସାହିରେ ଯାଇ ଲୋକଙ୍କୁ ହାତ ଧୋଇବା, ମାସ୍କ ପରିଧାନ, ଗହଳି ଜାଗାକୁ ନ ଯିବାକୁ ସଚେତନ କରୁଛନ୍ତି । ଏହାସହ ସଙ୍ଗରୋଧ ଭାବେ ରହୁଥିବା ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ କିପରି ପ୍ରତିଶେଧକ ନେବେ ସେ ବାବଦରେ ବୁଝାଇଥାନ୍ତି | ନିଜେ ସୁରକ୍ଷିତ ଭାବେ ମାସ୍କ ଓ ଗ୍ଲୋଡ଼ ପିନ୍ଧି ଗାଁରେ ଥିବା ବୟସ୍କମାନଙ୍କୁ କରୋନା କଟକଣା ମାନିବା ପାଇଁ ନିବଦେନ କରନ୍ତି ଜୟନ୍ତୀ। ଆବଶ୍ୟକ ସ୍ଥଳେ ସେମାନଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରୁଛନ୍ତି ।

ପାହାଡ ଉପରେ ନିପଟ ମଫସଲ ଗାଁ ହୋଇଥିବାରୁ ଜୟନ୍ତୀଙ୍କ ପାଇଁ ସବୁଠାରୁ ବେଶୀ କଷ୍ଟ ହେଉଛି ଲୋକଙ୍କୁ ଟିକାକରଣ ଓ କରୋନା ପରୀକ୍ଷା ପାଇଁ ବୁଝାଇବା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ ସେ କେବେ ପଛକୁ ଫେରି ନାହାନ୍ତି; ବରଂ ଲୋକଙ୍କୁ ଜଣ ଜଣ କରି ବୁଝାଇ କରୋନା ସଞ୍ଜିବନୀ ନେବାକୁ ପ୍ରବର୍ତ୍ତାଉଛନ୍ତି। ସକାଳବେଳା ଘରକୁ ଘର ଯାଇ ଲୋକଙ୍କୁ କରୋନା ପାଠ ପଢ଼ାଉଥିବା ବେଳେ ଅପରାହ୍ନରେ ପିଲାମାନଙ୍କ ପାଖକୁ ଯାଇ ପାଠ ପଢ଼ାଉଛନ୍ତି। ତାଙ୍କ କେନ୍ଦ୍ର ଅଧୀନରେ ଥିବା ଭଅଁରଖୋଲ, ଭୁଶଡିଖୋଲ, ମାୟାବେଟି ଖୋଲ, ଚରଗୁଡା ଆଦି ପଡ଼ାକୁ ଯାଇ ଲୋକଙ୍କୁ କରୋନା ବାବଦରେ ସଚେତନ କରୁଛନ୍ତି। ଏବେ ସ୍କୁଲ ବନ୍ଦ ଥିବା ବେଳେ ୩ରୁ ୬ ବର୍ଷ ବୟସର ଶିଶୁ ଯେପରି ପାଠ ପଢ଼ା ଭୁଲି ନଯିବେ ସେଥ୍ପାଇଁ ସେ ପ୍ରତିଦିନ ଗାଁ ପିଲାମାନଙ୍କ ଘରକୁ ଯାଇ ସେମାନଙ୍କୁ ପାଠ ପଢ଼ାଇଥାନ୍ତି। ପିଲାମାନଙ୍କୁ ପ୍ରି-ସ୍କୁଲ ଅରୁଣିମା କ୍ୟାଲେଣ୍ଡର ଦେଇ ସେମାନେ କିପରି ପାଠପଢ଼ା ସହ ଯୋଡ଼ିହୋଇ ରହିବେ ସେଥ୍ପାଇଁ ମା’ ମାନଙ୍କୁ ମଧ୍ୟ ସଚେତନ କରାଇଥାନ୍ତି। ଏସବୁକୁ ଛାଡି ଦେଲେ ଗର୍ଭବତୀ ମହିଳାଙ୍କୁ ଖାଦ୍ୟ, ନବଜାତଙ୍କ ଟିକାକରଣ, ପିଲାଙ୍କୁ ଛତୁଆ ଓ ଅଣ୍ଡା ବଣ୍ଟନ କାମର ଦାୟିତ୍ୱ ବି ସମ୍ଭାଳିଥାନ୍ତି।

ଗାଁର ସ୍ବାସ୍ଥ୍ୟ, ଶିକ୍ଷା ଓ ପରିମଳର ଦାୟିତ୍ୱ ବି ତାଙ୍କ ମୁଣ୍ଡରେ। ହାତ ଓ ପାଦରେ ଚପଲ ପିନ୍ଧି ଜୟନ୍ତୀ ଦିଦି ଯେତେବେଳେ ସକାଳେ ଗାଁ ଦାଣ୍ଡରେ ପହଞ୍ଚି ଘରକୁ ଘର ବୁଲି ସର୍ଭେ କରନ୍ତି ସେତେବେଳେ ନ ଦେଖୁଲା ଲୋକ ବି ଦଣ୍ଡେ ଅଟକି ତାଙ୍କ କଥା ଶୁଣନ୍ତି। ସାଧାରଣ ଅଙ୍ଗନବାଡି କେନ୍ଦ୍ରରେ ଦିଦିମାନଙ୍କୁ ୭୫୦୦ ଟଙ୍କା ମିଳୁଥିବା ବେଳେ ମିନି ଅଙ୍ଗନବାଡି କେନ୍ଦ୍ର ଦାୟିତ୍ବରେ ଥିବା ଜୟନ୍ତୀଙ୍କୁ ୫୫୦୦ ଟଙ୍କା ମିଳେ l ଏସବୁ ସତ୍ତ୍ୱେ କାମ କରିବା ଓ ଲୋକଙ୍କୁ ସେବା ଯୋଗାଇବାର ଝୁଙ୍କୁ ତାଙ୍କ ରାସ୍ତାରେ କେବେ ବାଧା ହୋଇ ଛିଡ଼ାହୋଇ ପାରିନି |

https://www.thesakala.in/latest-odisha-news/sundargarh/covid-warrior-meri-jaanti/article-3163
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର