ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ, ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ଆଉ ୭ ଜଣ ଆକ୍ରାନ୍ତ ଚିହ୍ନଟ
ସୁନ୍ଦରଗଡ଼: ଦିନକୁ ଦିନ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ଛୁଇଁଛି । ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ […]
ସୁନ୍ଦରଗଡ଼: ଦିନକୁ ଦିନ ଚିନ୍ତା ବଢ଼ାଉଛି ସ୍କ୍ରବ୍ ଟାଇଫସ । ସୁନ୍ଦରଗଡ଼ ଜିଲ୍ଲାରେ ୨୪ ଘଣ୍ଟାରେ ପୁଣି ୭ ଜଣ ସ୍କ୍ରବ୍ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬୯କୁ ଛୁଇଁଛି । ସ୍କ୍ରବ ଟାଇଫସରେ ବର୍ତ୍ତମାନ ସୁଦ୍ଧା ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ଦେଖାଯାଉଛି। ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।
ଆହୁରି ପଢ଼ନ୍ତୁ: କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ; କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍ କଟକଣା ଜାରି
ସୂଚନାଯୋଗ୍ୟ, ଚିଗର୍ସ ନାମକ ଏକ କୀଟ କାମୁଡ଼ିବା ଦ୍ୱାରା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ଟିଙ୍କ ଜାତୀୟ ଏହି ଅତି କ୍ଷୁଦ୍ର କୀଟ ସାଧାରଣତତଃ ପୋଖରୀ, ଜଙ୍ଗଲ ଓ ଚାଷ ଜମିରେ ଦେଖିବାକୁ ମିଳିଥାଏ । ପୋଖରୀ, ବିଲ କି ଜଙ୍ଗଲକୁ ଯାଉଥିବା ଲୋକେ ଏହି କୀଟ ଦଂଶନର ଶିକାର ହୋଇଥାନ୍ତି ।






