ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

The Sakala Picture
Published On

ସୁନ୍ଦରଗଡ଼: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି। ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ […]

ସୁନ୍ଦରଗଡ଼: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲ୍ଲାର ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବଜାରରେ ଏହି ରେଡ୍ ରାଇସ୍ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି।

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

‘‘ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ପଇସା ପାଉଛୁ’’, କହିଛନ୍ତି ଲେଫ୍ରିପଡ଼ା ବ୍ଲକ୍ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ।
ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ୍ ପିଛା ପ୍ରାୟ ୩ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି।

‘‘ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ’’, କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି।

ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ ‘ବନ ଧନ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଜୀବିକା କାର୍ଯ୍ୟକ୍ରମ ଫଳରେ ସ୍ଥାୟୀ ରୋଜଗାର ବଢ଼ିବା ସହ ସେମାନଙ୍କ ଜୀବନଧାରଣ ମାନରେ ମଧ୍ୟ ବିଶେଷ ଉନ୍ନତି ଆସିପାରୁଛି।

08 Feb 2023 By The Sakala

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳର ବଢୁଛି ଚାହିଦା

ସୁନ୍ଦରଗଡ଼: ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର ଚାହିଦା ବଢୁଛି। ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ହୋଇପାରିଛି।

ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନଙ୍କୁ ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି।

ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲ୍ଲାର ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବଜାରରେ ଏହି ରେଡ୍ ରାଇସ୍ ବା ପୁଷ୍ଟିଯୁକ୍ତ ଚାଉଳର ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି।

ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି।

ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

‘‘ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ପଇସା ପାଉଛୁ’’, କହିଛନ୍ତି ଲେଫ୍ରିପଡ଼ା ବ୍ଲକ୍ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ।
ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ୍ ପିଛା ପ୍ରାୟ ୩ଗୁଣା ଅଧିକ ଦରରେ ବିକ୍ରି ହେଉଛି। ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି।

‘‘ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ’’, କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି।

ରାଜ୍ୟରେ ବିଭିନ୍ନ ଆଦିବାସୀ କ୍ଷେତ୍ରରେ ‘ବନ ଧନ ବିକାଶ’ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିବାସୀ ପରିବାରର ମହିଳାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ ସହ ଖଲିପତ୍ର ସିଲେଇ ଏବଂ ବିଭିନ୍ନ ବନଜାତ ଦ୍ରବ୍ୟରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଜୀବିକା କାର୍ଯ୍ୟକ୍ରମ ଫଳରେ ସ୍ଥାୟୀ ରୋଜଗାର ବଢ଼ିବା ସହ ସେମାନଙ୍କ ଜୀବନଧାରଣ ମାନରେ ମଧ୍ୟ ବିଶେଷ ଉନ୍ନତି ଆସିପାରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର