ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସହ ଉଚ୍ଚ ପ୍ରତିନିଧି ଦଳ

The Sakala Picture
Published On

ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ। ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. […]

ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପ୍ରସଙ୍ଗରେ ନବୀନଙ୍କ କଡ଼ା ସମାଲୋଚନା: ଓଡ଼ିଶାର ନ୍ୟାଯ୍ୟ ଅଧିକାର ସହ ସାଲିସ୍‌ କରିଛି ରାଜ୍ୟ ବିଜେପି

ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଆସିଥିଲେ। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ: ଲୋକ ଭବନରେ ୨ ଆଇଆର୍‌ଏସ୍‌ ଅଧିକାରୀଙ୍କ ଉପରେ ଦୁର୍ବ୍ୟବହାର ଘଟଣା, ନିନ୍ଦା କଲା ବିଜେଡି

‘‘ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହାର କାମ ମଧ୍ୟ ଜୋରସୋରରେ ଚାଲିଛି। ହକି ବିଶ୍ୱକପ ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ହକି ଇଣ୍ଡିଆ ଖୁସି’’, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

‘‘ଆମେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ବୁଲିକି ଦେଖିଲୁ। ବହୁତ ଭଲ କାମ ହୋଇଛି। ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାର ମଧ୍ୟ ତତ୍ପର ଅଛନ୍ତି। ଏହି ବିଶ୍ୱକପକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ହକି ଇଣ୍ଡିଆ ମଧ୍ୟ ଆବଶ୍ୟକ ସହଯୋଗ କରିବ’’, କହିଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ।

ହକି ଇଣ୍ଡିଆର ଏହି ଉଚ୍ଚ ପ୍ରତିନିଧି ଦଳ ବୁଧବାର ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ।

ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।

୨୦୨୩ ଜାନୁୟାରୀ ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେଠାରେ ୨୦ ହଜାରରୁ ଅଧିକ ଦର୍ଶକ ଏକାସାଙ୍ଗେ ବସି ଖେଳ ଉପଭୋଗ କରିପାରିବେ।

ହକି ଇଣ୍ଡିଆ ପ୍ରତିନିଧିଙ୍କ ଷ୍ଟାଡିୟମ ପରିଦର୍ଶନ ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

20 Oct 2022 By The Sakala

ରାଉରକେଲାରେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ସହ ଉଚ୍ଚ ପ୍ରତିନିଧି ଦଳ

ରାଉରକେଲା: ରାଉରକେଲା ବିପିୟୁଟି କ୍ୟାମ୍ପସରେ ଚାଲିଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି ହକି ଇଣ୍ଡିଆର ଉଚ୍ଚ ପ୍ରତିନିଧି ଦଳ। ଏହି ଟିମ ମୁଖ୍ୟ ଷ୍ଟାଡିୟମ ସହିତ ଦର୍ଶକ ଗ୍ୟାଲେରି, ଅଭ୍ୟାସ ପଡ଼ିଆ, ଖେଳାଳିମାନଙ୍କ ରହଣିସ୍ଥଳ, ଚେଞ୍ଜିଙ୍ଗ ରୁମ ଆଦି ଦେଖିଥିଲେ।

ଏହି ପ୍ରତିନିଧି ଦଳରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କମାଣ୍ଡର ଆର. କେ. ଶ୍ରୀବାସ୍ତବ ଆସିଥିଲେ। ହକି ବିଶ୍ୱକପକୁ ସ୍ମରଣୀୟ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେମାନେ ପ୍ରଶଂସା କରିଥିଲେ।

‘‘ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏହାର କାମ ମଧ୍ୟ ଜୋରସୋରରେ ଚାଲିଛି। ହକି ବିଶ୍ୱକପ ପାଇଁ ବିଭିନ୍ନ ପ୍ରସ୍ତୁତି ନେଇ ହକି ଇଣ୍ଡିଆ ଖୁସି’’, କହିଛନ୍ତି ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ।

‘‘ଆମେ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର କାମ ବୁଲିକି ଦେଖିଲୁ। ବହୁତ ଭଲ କାମ ହୋଇଛି। ହକି ବିଶ୍ୱକପର ସଫଳ ଆୟୋଜନ ପାଇଁ ଓଡ଼ିଶା ସରକାର ମଧ୍ୟ ତତ୍ପର ଅଛନ୍ତି। ଏହି ବିଶ୍ୱକପକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ହକି ଇଣ୍ଡିଆ ମଧ୍ୟ ଆବଶ୍ୟକ ସହଯୋଗ କରିବ’’, କହିଛନ୍ତି ହକି ଇଣ୍ଡିଆ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଭୋଳାନାଥ ସିଂହ।

ହକି ଇଣ୍ଡିଆର ଏହି ଉଚ୍ଚ ପ୍ରତିନିଧି ଦଳ ବୁଧବାର ସନ୍ଧ୍ୟାରେ ରାଉରକେଲାରେ ପହଞ୍ଚିଥିଲେ। ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ହକି ଆସୋସିଏସନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ୨୦୨୩ ହକି ବିଶ୍ୱକପର ସଫଳ ଆୟୋଜନ ସମ୍ପର୍କରେ ଜିଲ୍ଲା ହକି ଆସୋସିଏସନର କର୍ମକର୍ତ୍ତାଙ୍କ ସହ ହକି ଇଣ୍ଡିଆର ପ୍ରତିନିଧି ଦଳ ଆଲୋଚନା କରିଥିଲେ।

ହକିର ଗଡ଼ ସୁନ୍ଦରଗଡ଼ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଆୟୋଜନ ହେବାକୁ ଯାଉଛି। ତେଣୁ ସ୍ମରଣୀୟ ତଥା ଆକର୍ଷଣୀୟ କରିବା ଉପରେ ପ୍ରତିନିଧି ଦଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।

୨୦୨୩ ଜାନୁୟାରୀ ମାସରେ ହେବାକୁ ଥିବା ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର ସହିତ ରାଉରକେଲାରେ ବିଶ୍ୱକପର ବିଭିନ୍ନ ମ୍ୟାଚ ଖେଳାଯିବ। ଏଥିପାଇଁ ରାଉରକେଲାରେ ଭାରତର ସବୁଠୁ ବଡ଼ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ସେଠାରେ ୨୦ ହଜାରରୁ ଅଧିକ ଦର୍ଶକ ଏକାସାଙ୍ଗେ ବସି ଖେଳ ଉପଭୋଗ କରିପାରିବେ।

ହକି ଇଣ୍ଡିଆ ପ୍ରତିନିଧିଙ୍କ ଷ୍ଟାଡିୟମ ପରିଦର୍ଶନ ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର