ମହଙ୍ଗା ପଡ଼ିଲା ଡାକ୍ତରଙ୍କ ପାଖକୁ ନ ଯାଇ ଗୁଣିଆ ପାଖକୁ ଯିବା: ସାପ କାମୁଡାରେ ଚାଲିଗଲା ୨ ଜୀବନ

The Sakala Picture
Published On

ସୁନ୍ଦରଗଡ: ଦୁଇଟି ପୃଥକ ପୃଥକ ସ୍ଥାନ ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ସାପକାମୁଡାରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ପ୍ରଥମେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯିବା ମହଙ୍ଗା ପଡ଼ିଛି।  ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ […]

ସୁନ୍ଦରଗଡ: ଦୁଇଟି ପୃଥକ ପୃଥକ ସ୍ଥାନ ସୁନ୍ଦରଗଡ ବଣାଇ ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଥାନା ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ସାପକାମୁଡାରେ ୨ ଜଣଙ୍କର ମୃତ୍ଯୁ ଘଟିଛି। ପ୍ରଥମେ ଡାକ୍ତରଙ୍କ ପାଖକୁ ନଯାଇ ଗୁଣିଆ ପାଖକୁ ଯିବା ମହଙ୍ଗା ପଡ଼ିଛି।  ବିଷାକ୍ତ ସାପ କାମୁଡିବା ପରେ ଗୁଣିଗାରେଡି ସାହାଯ୍ୟରେ ଭଲ ହୋଇଯିବା ଆଶା ଆଜି ଦୁଇ ଜଣଙ୍କ ଜୀବନ ନେଇଛି ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନା ଲୁହୁରାସାହିର ଚାମୁର ଏକ୍କା ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡିଦେଇଥିଲା । ତାଙ୍କୁ ଡାକ୍ତରଖାନା ବଦଳରେ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟୁ  ଘଟିଥିଲା

ସେହିପରି, ତାମଡା ଗାଁର ଜଣେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ସାପ କାମୁଡିଥିଲା । ଶ୍ବଶୁର ଘର ଲୋକ ତାଙ୍କୁ ମେଡିକାଲ ନେବା ପରିବର୍ତ୍ତେ ଗୁଣିଆ ପାଖକୁ ନେଇ ଝଡାଫୁଙ୍କା କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ଆଇଜିଏଚକୁ ନେଇଥିଲେ । କିନ୍ତୁ ସେଠାରେ ପହଞ୍ଚିବା ଆଗରୁ ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣି ଗାଁକୁ ଫେରାଇ ଆଣି ଅନ୍ୟ ଜଣେ ଗୁଣିଆ ପାଖକୁ ନେଇଥିଲେ। ଶେଷରେ ତାଙ୍କର ବି ମୃତ୍ୟୁ ଘଟିଛି।

09 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର