ସୁନ୍ଦରଗଡରେ ୯୭.୨୪ ପ୍ରତିଶତ ଫଳାଫଳ, ୧୮ ଜଣ ଏ-୧ରେ ଉତ୍ତୀର୍ଣ୍ଣ
ରାଉରକେଲା: ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ସୁନ୍ଦରଗଡ ଜିଲ୍ଲାରେ ୯୭.୨୪ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେକ୍ଟର – ୬ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶୃତି ପଣ୍ଡା ୯୩. ୫୦ ପ୍ରତିଶତ ଅର୍ଥାତ୍ ମୋଟ ୫୬୧ ମାର୍କ ରଖି ଏ-୧ ଗ୍ରେଡ୍ ହାସଲ କରିବା ସହ ରାଉରକେଲା ସମେତ ସମଗ୍ର ଜିଲ୍ଲାରେ ଟପ୍ପର […]
ରାଉରକେଲା: ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି। ସୁନ୍ଦରଗଡ ଜିଲ୍ଲାରେ ୯୭.୨୪ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେକ୍ଟର – ୬ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜଣାପଡିଛି । ଜଗଦା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶୃତି ପଣ୍ଡା ୯୩. ୫୦ ପ୍ରତିଶତ ଅର୍ଥାତ୍ ମୋଟ ୫୬୧ ମାର୍କ ରଖି ଏ-୧ ଗ୍ରେଡ୍ ହାସଲ କରିବା ସହ ରାଉରକେଲା ସମେତ ସମଗ୍ର ଜିଲ୍ଲାରେ ଟପ୍ପର ହୋଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ ସୁନ୍ଦରଗଡ ଜିଲ୍ଲାରେ ୨୪,୬୩୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୩୧୫ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ। ୨୩,୯୫୯ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୭.୨୪ ପ୍ରତିଶତ ରେଜଲ୍ଟ ହୋଇଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ମୋଟ ୧୮ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ଼ରେ ଉତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡରେ ୧୭୮ ଜଣ, ବି-୧ ଗ୍ରେଡରେ ୮୩୮ ଜଣ, ବି-୨ ଗ୍ରେଡରେ ୨୫୮୭ ଜଣ, ସି ଗ୍ରେଡରେ ୬୫୯୭ ଜଣ, ଡି ଗ୍ରେଡରେ ୮୪୬୩ ଜଣ, ଇ ଗ୍ରେଡରେ ୫୨୭୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ସୂଚନା ମିଳିଛି । ତେବେ ୩୫୨ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିବା ଜଣାପଡିଛି ।
26 May 2024
By The Sakala

⊕ https://www.thesakala.in/latest-odisha-news/sundargarh/97-24-percent-result-in-sundergarh-18-passed-a-1/article-32446