ସରିଲା ଖରା ଛୁଟି: ଖୋଲିଲା ସ୍କୁଲ ଓ କଲେଜ

The Sakala Picture
Published On

ଭୁବନେଶ୍ୱର: ଖରାଛୁଟି ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଆଜିଠୁ ଖୋଲିଛି। ଶୁକ୍ରବାରଠାରୁ ସ୍ୱାଭାବିକ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲି ଥିବାବେଳେ ଗଣଶିକ୍ଷା ବିଭାଗ ଅଧୀନସ୍ତ ସମସ୍ତ ସ୍କୁଲ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଖରାଛୁଟି ଯୋଗୁ ଶିକ୍ଷାନୁଷ୍ଠାଗୁଡ଼ିକ ଜୁନ୍‍ ୧୬ ଯାଏଁ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି କାଣ୍ଟଛାଣ୍ଟ କରି […]

ଭୁବନେଶ୍ୱର: ଖରାଛୁଟି ଯୋଗୁଁ ବନ୍ଦ ଥିବା ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଆଜିଠୁ ଖୋଲିଛି। ଶୁକ୍ରବାରଠାରୁ ସ୍ୱାଭାବିକ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜ ଖୋଲି ଥିବାବେଳେ ଗଣଶିକ୍ଷା ବିଭାଗ ଅଧୀନସ୍ତ ସମସ୍ତ ସ୍କୁଲ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନସ୍ଥ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିଛି। ଖରାଛୁଟି ଯୋଗୁ ଶିକ୍ଷାନୁଷ୍ଠାଗୁଡ଼ିକ ଜୁନ୍‍ ୧୬ ଯାଏଁ ବନ୍ଦ ରହିଥିଲା।

ଆହୁରି ପଢ଼ନ୍ତୁ: ଆସିକା ମହିଳା ସରପଞ୍ଚଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଧାୟକଙ୍କ ପୁଅଙ୍କୁ ତୁରନ୍ତ ଗିରଫ କରାଯାଉ: ବିଜେଡି

ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି କାଣ୍ଟଛାଣ୍ଟ କରି ପିଲାଙ୍କର ପାଠପଢ଼ା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକ ପରାମର୍ଶ ଦେଇଥିଲା। ପିଲାଙ୍କ ପଢ଼ା ଓ ପରୀକ୍ଷା ଶେଷ ହୋଇ ନଥିବାରୁ ସଠିକ୍‍ ସମୟରେ ପିଲାଙ୍କ ପଢ଼଼ା ସାରି ପରୀକ୍ଷା ଆୟୋଜନ ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଥିଲା। ଛୁଟି ଦିନରେ ମଧ୍ୟ ସ୍ୱତନ୍ତ୍ର କ୍ଲାସ କରି ପିଲାଙ୍କ ପଢ଼଼ା କ୍ଷତି ଭରଣା ଦିଗରେ ପଦକ୍ଷେପ ନେବାକୁ ପ୍ରମୁଖ ଶାସନ ସଚିବ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଆଜିଠୁ ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକଭାବେ ଚାଲିବ। ସେହିପରି ଗଣଶିକ୍ଷା ବିଭାଗର ନୂଆ
ଶିକ୍ଷାବର୍ଷ ପାଇଁ ପାଠପଢ଼଼ା ମଧ୍ଯ ଆରମ୍ଭ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର