ପ୍ରେମିକ ନାଁରେ କେଶ୍ ନ କରିବା ପାଇଁ ଦୁଇ ପୁଷ୍ଠାର ଚିଠି ଲେଖି ଯୁବତୀଙ୍କ ଆତ୍ମହତ୍ୟା, ୩୬ ଘଣ୍ଟା ପରେ ଭଡା ଘରୁ ଉଦ୍ଧାର ହେଲା ଶବ

The Sakala Picture
Published On

ବ୍ରହ୍ମପୁର: “ବାୟା ଆଇ ଲଭ୍ ୟୁ। ତୁମେ ତୁମର ଖିଆଲ୍ ରଖିବ। ଠିକ୍ ସମୟରେ ଖାଇବ। ସାମାନ୍ୟ କଥାରେ ରାଗିବନି ” ବୋଲି ଲେଖି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ବାୟାଙ୍କର କୌଣସି ଭୁଲ ନାହିଁ। ତାଙ୍କ ନାମରେ କୌଣସି ପୁଲିସ କେଶ୍ ନ କରିବା ପାଇଁ ମଧ୍ୟ ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ମୃତ ଯୁବତୀ ଜଣକ ହେଲେ ଟିପିଏସଓଡିଏଲ୍ କଲ୍ ସେଣ୍ଟରରେ  କାର୍ଯ୍ୟରତ ଅଞ୍ଜଳି ବେହେରା(୨୫)। ସେ ବେକରେ […]

ବ୍ରହ୍ମପୁର: “ବାୟା ଆଇ ଲଭ୍ ୟୁ। ତୁମେ ତୁମର ଖିଆଲ୍ ରଖିବ। ଠିକ୍ ସମୟରେ ଖାଇବ। ସାମାନ୍ୟ କଥାରେ ରାଗିବନି ” ବୋଲି ଲେଖି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ବାୟାଙ୍କର କୌଣସି ଭୁଲ ନାହିଁ। ତାଙ୍କ ନାମରେ କୌଣସି ପୁଲିସ କେଶ୍ ନ କରିବା ପାଇଁ ମଧ୍ୟ ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ମୃତ ଯୁବତୀ ଜଣକ ହେଲେ ଟିପିଏସଓଡିଏଲ୍ କଲ୍ ସେଣ୍ଟରରେ  କାର୍ଯ୍ୟରତ ଅଞ୍ଜଳି ବେହେରା(୨୫)। ସେ ବେକରେ ଚୁନି ଲଗାଇ ଝୁଲି ପଡିଛନ୍ତି। ଦୀର୍ଘ ୩୬ ଘଣ୍ଟା ପରେ ଭଡା ଘରୁ ତାଙ୍କ ଶବ ଉଦ୍ଧାର ହୋଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା: ୯୭% ମାର୍କ ସହ ଟପ୍ପର ହେଲେ ସାଗରିକା

ଆଜି ସକାଳେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପରେ ବଡବଜାର ଥାନା ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଚିଠି ଲେଖା ଅନୁଯାୟୀ ପରିବାର ଲୋକେ ମଧ୍ୟ ବର୍ତ୍ତମାନ ଯାଏଁ ଥାନାରେ କୌଣସି ଲିଖିତ ଏତଲା ଦେଇ ନାହାନ୍ତି।

ଆହୁରି ପଢ଼ନ୍ତୁ: ଲୋକସଭାରେ କାଟ୍‌ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍‌; ସତ୍ୟର ଜୟ ହୋଇଛି, ନ୍ୟାୟ ସ୍ଥାପିତ ହୋଇଛି କହିଲେ ମାନସ ମଙ୍ଗରାଜ

ସୂଚନାଯୋଗ୍ୟ ଯେ, ଏକ ଠିକାସଂସ୍ଥା ମାଧ୍ୟମରେ ଆସ୍କା ଥାନା ଅନ୍ତର୍ଗତ ଢେଉଗାଁର ଅଞ୍ଜଳି ଦୀର୍ଘ ଦେଢ ବର୍ଷ ହେଲା ଟିପିଏସ୍ଓଡିଏଲ କଲ୍ ସେଣ୍ଟରରେ କାମ କରୁଥିଲେ। ସେହି ସଂସ୍ଥାର ଅନ୍ୟ ଜଣେ ଯୁବକ ସୁଜିତ କୁମାର ନାୟକଙ୍କ ସହ ତାଙ୍କର ଦୁଇ ବର୍ଷ ହେଲା ସମ୍ପର୍କ ଗଢି ଉଠିଥିଲା। ଅଞ୍ଜଳି ଫାଷ୍ଟ ଗେଟ୍ ନିକଟ ଓମ୍ ନଗର ଚନ୍ଦନ ବିହାରଠାରେ ଏକ ଭଡା ଘର ନେଇ ରହୁଥିଲେ। ସେଠାକୁ ଅଧିକାଂଶ ସମୟ ସୁଜିତ ଆସି ଲିଭିଂ ରିଲେସନ୍ ଭଳି ରହୁଥିଲେ। କିଛି ଦିନ ପରେ ସୁଜିତଙ୍କ ପ୍ରମୋସନ ହୋଇ ଅନ୍ୟ ଜିଲ୍ଳାକୁ ବଦଳି ହୋଇଯାଇଥିଲା। ଏହି ସମୟରେ ଅଞ୍ଜଳି ଏଠାରେ ଏକୁଟିଆ ହୋଇଯାଇଥିଲା। ଦୁହିଁଙ୍କ ମଧ୍ୟରେ ଦୂରତା ବଢିବା ପରେ ଅଞ୍ଜଳି ପୂର୍ବଠାରୁ ଅଧିକ ଭଲ ପାଇବାରେ ଲାଗିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରୁ ଆଭାସୀ ଜରିଆରେ ବିଜୁ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲେ ନବୀନ, କହିଲେ 'ଓଡ଼ିଆ ସ୍ୱାଭିମାନ ଆଜି ବିପଦରେ'

ସୁଜିତ ତାଙ୍କ ଘର ଲୋକଙ୍କ କଥାନୁସାରେ କାର୍ଯ୍ୟ କରୁଥିବା ଯୋଗୁଁ ଅଞ୍ଜଳି ତାଙ୍କ ଉପରେ ବିରକ୍ତ ହେଉଥିଲେ। ଏହିପରି କିଛି ଦିନ ଚାଲିବା ପରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଅଞ୍ଜଳି ମାନସିକ ଚାପଗ୍ରସ୍ତ ହୋଇଥିଲେ। ସବୁଦିନ ପରି ଅଞ୍ଜଳି ଶନିବାର ସନ୍ଧ୍ୟାରେ ଘରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ। ଘର ମାଲିକଙ୍କୁ ମଧ୍ୟ ବାହାର ଲାଇଟ୍ ଲିଭାଇ ଦେବା ପାଇଁ କହିଥିଲେ। ରବିବାର ସକାଳେ ଅଞ୍ଜଳି ଆଉ ଉଠି ନଥିଲେ। ଘର ମାଲିକଙ୍କୁ ସନ୍ଦେହ ହେବାରୁ ସେ କଲିଂ ବେଲ୍ ବାରମ୍ବାର ମାରି ବିଫଳ ହେବା ପରେ ପୁଲିସକୁ ଖବର ଦେଇଥିଲେ। ରବିବାର ରାତି ୧୨ଟା ସମୟରେ ପୁଲିସ ଚନ୍ଦନ ନଗର ଯାଇ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଅଞ୍ଜଳି ନିଜ ସ୍କାଇଲାଇଟରେ ଚୁନି ଲଗାଇ ଝୁଲି ପଡିଥିବା ବେଳେ ନିକଟରେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡିଥିଲେ।

ସେଥିରେ ସେ ତାଙ୍କ ପ୍ରେମ ଜୀବନର ସମସ୍ତ ଘଟଣା ଲେଖିବା ସହ ସୁଜିତ ପ୍ରେମିକାଙ୍କ ଅପେକ୍ଷା ତାଙ୍କ ପରିବାରକୁ ଅଧିକ ଭଲ ପାଉଥିବା ଯୋଗୁଁ ସେ ଅଧିକ ଭାଙ୍ଗି ପଡିଥିବା ଦର୍ଶାଇଛନ୍ତି। ସୁଜିତଙ୍କୁ ସେ ବାୟା ସମ୍ବୋଧନ କରୁଥିବା ଚିଠିରୁ ଜଣାପଡିଛି। ପ୍ରାୟ ଦୁଇ ପୃଷ୍ଠାର ଚିଠି ଲେଖି ଅଞ୍ଜଳି ଆତ୍ମହତ୍ୟା କରିଥିବା ବେଳେ ଉକ୍ତ ହାତଲେଖା ପ୍ରକୃତରେ ଅଞ୍ଜଳିଙ୍କର ନା ତାଙ୍କ ପାଇଁ କେହି ଲେଖିଛି ତାହାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ପରିବାର ଲୋକେ ବଡବଜାର ଥାନାରେ ଏତଲା ଦେଇନଥିବା ଯୋଗୁଁ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।

14 Nov 2022 By The Sakala

ପ୍ରେମିକ ନାଁରେ କେଶ୍ ନ କରିବା ପାଇଁ ଦୁଇ ପୁଷ୍ଠାର ଚିଠି ଲେଖି ଯୁବତୀଙ୍କ ଆତ୍ମହତ୍ୟା, ୩୬ ଘଣ୍ଟା ପରେ ଭଡା ଘରୁ ଉଦ୍ଧାର ହେଲା ଶବ

ବ୍ରହ୍ମପୁର: “ବାୟା ଆଇ ଲଭ୍ ୟୁ। ତୁମେ ତୁମର ଖିଆଲ୍ ରଖିବ। ଠିକ୍ ସମୟରେ ଖାଇବ। ସାମାନ୍ୟ କଥାରେ ରାଗିବନି ” ବୋଲି ଲେଖି ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ବାୟାଙ୍କର କୌଣସି ଭୁଲ ନାହିଁ। ତାଙ୍କ ନାମରେ କୌଣସି ପୁଲିସ କେଶ୍ ନ କରିବା ପାଇଁ ମଧ୍ୟ ଯୁବତୀ ଜଣକ ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ମୃତ ଯୁବତୀ ଜଣକ ହେଲେ ଟିପିଏସଓଡିଏଲ୍ କଲ୍ ସେଣ୍ଟରରେ  କାର୍ଯ୍ୟରତ ଅଞ୍ଜଳି ବେହେରା(୨୫)। ସେ ବେକରେ ଚୁନି ଲଗାଇ ଝୁଲି ପଡିଛନ୍ତି। ଦୀର୍ଘ ୩୬ ଘଣ୍ଟା ପରେ ଭଡା ଘରୁ ତାଙ୍କ ଶବ ଉଦ୍ଧାର ହୋଇଛି।

ଆଜି ସକାଳେ ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପରେ ବଡବଜାର ଥାନା ପୁଲିସ୍ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଚିଠି ଲେଖା ଅନୁଯାୟୀ ପରିବାର ଲୋକେ ମଧ୍ୟ ବର୍ତ୍ତମାନ ଯାଏଁ ଥାନାରେ କୌଣସି ଲିଖିତ ଏତଲା ଦେଇ ନାହାନ୍ତି।

ସୂଚନାଯୋଗ୍ୟ ଯେ, ଏକ ଠିକାସଂସ୍ଥା ମାଧ୍ୟମରେ ଆସ୍କା ଥାନା ଅନ୍ତର୍ଗତ ଢେଉଗାଁର ଅଞ୍ଜଳି ଦୀର୍ଘ ଦେଢ ବର୍ଷ ହେଲା ଟିପିଏସ୍ଓଡିଏଲ କଲ୍ ସେଣ୍ଟରରେ କାମ କରୁଥିଲେ। ସେହି ସଂସ୍ଥାର ଅନ୍ୟ ଜଣେ ଯୁବକ ସୁଜିତ କୁମାର ନାୟକଙ୍କ ସହ ତାଙ୍କର ଦୁଇ ବର୍ଷ ହେଲା ସମ୍ପର୍କ ଗଢି ଉଠିଥିଲା। ଅଞ୍ଜଳି ଫାଷ୍ଟ ଗେଟ୍ ନିକଟ ଓମ୍ ନଗର ଚନ୍ଦନ ବିହାରଠାରେ ଏକ ଭଡା ଘର ନେଇ ରହୁଥିଲେ। ସେଠାକୁ ଅଧିକାଂଶ ସମୟ ସୁଜିତ ଆସି ଲିଭିଂ ରିଲେସନ୍ ଭଳି ରହୁଥିଲେ। କିଛି ଦିନ ପରେ ସୁଜିତଙ୍କ ପ୍ରମୋସନ ହୋଇ ଅନ୍ୟ ଜିଲ୍ଳାକୁ ବଦଳି ହୋଇଯାଇଥିଲା। ଏହି ସମୟରେ ଅଞ୍ଜଳି ଏଠାରେ ଏକୁଟିଆ ହୋଇଯାଇଥିଲା। ଦୁହିଁଙ୍କ ମଧ୍ୟରେ ଦୂରତା ବଢିବା ପରେ ଅଞ୍ଜଳି ପୂର୍ବଠାରୁ ଅଧିକ ଭଲ ପାଇବାରେ ଲାଗିଲେ।

ସୁଜିତ ତାଙ୍କ ଘର ଲୋକଙ୍କ କଥାନୁସାରେ କାର୍ଯ୍ୟ କରୁଥିବା ଯୋଗୁଁ ଅଞ୍ଜଳି ତାଙ୍କ ଉପରେ ବିରକ୍ତ ହେଉଥିଲେ। ଏହିପରି କିଛି ଦିନ ଚାଲିବା ପରେ ସେମାନଙ୍କ ମଧ୍ୟରେ ଛୋଟ ଛୋଟ କଥାରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଅଞ୍ଜଳି ମାନସିକ ଚାପଗ୍ରସ୍ତ ହୋଇଥିଲେ। ସବୁଦିନ ପରି ଅଞ୍ଜଳି ଶନିବାର ସନ୍ଧ୍ୟାରେ ଘରକୁ ଯାଇ କବାଟ ବନ୍ଦ କରି ଦେଇଥିଲେ। ଘର ମାଲିକଙ୍କୁ ମଧ୍ୟ ବାହାର ଲାଇଟ୍ ଲିଭାଇ ଦେବା ପାଇଁ କହିଥିଲେ। ରବିବାର ସକାଳେ ଅଞ୍ଜଳି ଆଉ ଉଠି ନଥିଲେ। ଘର ମାଲିକଙ୍କୁ ସନ୍ଦେହ ହେବାରୁ ସେ କଲିଂ ବେଲ୍ ବାରମ୍ବାର ମାରି ବିଫଳ ହେବା ପରେ ପୁଲିସକୁ ଖବର ଦେଇଥିଲେ। ରବିବାର ରାତି ୧୨ଟା ସମୟରେ ପୁଲିସ ଚନ୍ଦନ ନଗର ଯାଇ ଘର କବାଟ ଭାଙ୍ଗି ଭିତରେ ପଶିଥିଲେ। ଅଞ୍ଜଳି ନିଜ ସ୍କାଇଲାଇଟରେ ଚୁନି ଲଗାଇ ଝୁଲି ପଡିଥିବା ବେଳେ ନିକଟରେ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡିଥିଲେ।

ସେଥିରେ ସେ ତାଙ୍କ ପ୍ରେମ ଜୀବନର ସମସ୍ତ ଘଟଣା ଲେଖିବା ସହ ସୁଜିତ ପ୍ରେମିକାଙ୍କ ଅପେକ୍ଷା ତାଙ୍କ ପରିବାରକୁ ଅଧିକ ଭଲ ପାଉଥିବା ଯୋଗୁଁ ସେ ଅଧିକ ଭାଙ୍ଗି ପଡିଥିବା ଦର୍ଶାଇଛନ୍ତି। ସୁଜିତଙ୍କୁ ସେ ବାୟା ସମ୍ବୋଧନ କରୁଥିବା ଚିଠିରୁ ଜଣାପଡିଛି। ପ୍ରାୟ ଦୁଇ ପୃଷ୍ଠାର ଚିଠି ଲେଖି ଅଞ୍ଜଳି ଆତ୍ମହତ୍ୟା କରିଥିବା ବେଳେ ଉକ୍ତ ହାତଲେଖା ପ୍ରକୃତରେ ଅଞ୍ଜଳିଙ୍କର ନା ତାଙ୍କ ପାଇଁ କେହି ଲେଖିଛି ତାହାକୁ ନେଇ ପୁଲିସର ତଦନ୍ତ ଆରମ୍ଭ ହୋଇଛି। ପରିବାର ଲୋକେ ବଡବଜାର ଥାନାରେ ଏତଲା ଦେଇନଥିବା ଯୋଗୁଁ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର